ମସଜିଦ ବାହାରେ ବିସ୍ଫୋରଣ; ୨ ମୃତ, ୪ ଆହତ
Advertisement
Article Detail0/zeeodisha/odisha999194

ମସଜିଦ ବାହାରେ ବିସ୍ଫୋରଣ; ୨ ମୃତ, ୪ ଆହତ

ପୂର୍ବରୁ ତାଲିବାନ ବିରୁଦ୍ଧରେ ହୋଇଥିବା  ଅନେକ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି ଆଇଏସଏସ। 

ମସଜିଦ ବାହାରେ ବିସ୍ଫୋରଣ; ୨ ମୃତ, ୪ ଆହତ

କାବୁଲ: ତାଲିବାନ ଦଖଲକୁ ସମଗ୍ର ଆଫଗାନିସ୍ତାନ ଚାଲିଯିବା ପରେ ସେଠାରେ କ୍ଷମତା ବିସ୍ତାର କରିବାକୁ ନେଇ ବିଭିନ୍ନ ଆତଙ୍କୀ ଗୋଷ୍ଠୀ ମଧ୍ୟରେ ଆରମ୍ଭ ହୋଇଯାଇଛି ଲଢେଇ। ରବିବାର ରାଜଧାନୀ କାବୁଲ ସହରରେ ଅବସ୍ଥିତ ଇଦଗାହ ମସଜିଦ୍ ଠାରେ ହୋଇଥିବା ବିସ୍ଫୋରଣରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ୪ ଆହତ ହୋଇଛନ୍ତି।

କାବୁଲସ୍ଥିତ ମଜଦିଦ ଠାରେ ବିସ୍ଫୋରଣ ହୋଇଥିବା ନେଇ ସ୍ପଷ୍ଟ କରିଛି ତାଲିବାନ (Taliban)। ଏନେଇ ସଙ୍ଗଠନ ପକ୍ଷରୁ କୁହାଯାଇଛି ଏହି ବିସ୍ଫୋରଣରେ ମୃତକଙ୍କ ସଂଖ୍ୟା ବଢିପାରେ। ଏନେଇ ଟ୍ୱିଟ କରି ତାଲିବାନ ପ୍ରବକ୍ତା (Taliban Spokesman) ଜବୀହୁଲ୍ଲା ମୁଜାହୀଦ (Zabihullah Mujahid) କହିଛନ୍ତି ସ୍ଥାନୀୟ ଇଦଗାହା ମସଜିଦ ଠାରେ ପ୍ରାର୍ଥନା ଚାଲିଥିବା ବେଳେ ଏହାର ଦ୍ୱାର ଠାରେ ଏହି ବିସ୍ଫୋରଣ ହୋଇଥିଲା।  

Also Read: ପୁଣି Rocket ଆକ୍ରମଣରେ କମ୍ପିଉଠିଲା Kabul

କାବୁଲ (Kabul) ସହରରେ ଅବସ୍ଥିତ ଆଫଗାନ ରାଷ୍ଟ୍ରପତି ଭବନ ( Afghan Presidential Palace) ଠାରୁ କେଇ ମିଟର ଦୂରରେ ରହିଛି ଇଦଗାହା ମସଜିଦ (Eid Gah Mosque)। ରବିବାର ଯେଉଁଠି ତାଲିବାନ ପ୍ରବକ୍ତା ଜବୀହୁଲ୍ଲା ମୁଜାହୀଦଙ୍କ ମାଆଙ୍କ ଉଦ୍ଦେଶ୍ୟରେ ଏହି ମସଜିଦରେ ଧାର୍ମିକ ଫତିହା ପ୍ରାର୍ଥନା (Fatiha Prayer) ଚାଲିଥିବା ବେଳେ  ଏହି ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ  ମସଜିଦ ଠାରେ ଗୁଳିମାଡ ହୋଇଥିବା ଜଣାପଡି଼ଛି। ଏହି ଘଟଣାରେ ତାଲିବାନ ଗୋଷ୍ଠୀର ପ୍ରତିଦ୍ୱନ୍ଦ୍ୱୀ ଆଇଏସଆଇଏସ (ISIS) ଆତଙ୍କୀ ସଙ୍ଗଠନ ସମ୍ପୃକ୍ତ ରହିଥିବା ସନ୍ଦେହ କରାଯାଉଛି।

ଗତକାଲି ଆଫଗାନିସ୍ତାନର (Afghanistan) ନଙ୍ଗାହାର ପ୍ରଦେଶର (Nangarhar Province) ରାଜଧାନୀ ଜଲାଲାବାଦ ସହରରେ (Jalalabad City) ଅଜ୍ଞାତ ବନ୍ଧୁକଧାରୀଙ୍କ ଆକ୍ରମଣରେ ୨ ତାଲିବାନୀ ଆତଙ୍କବାଦୀ (Taliban Terrorist) ସମେତ ୨ ସାଧାରଣ ଲୋକ ପ୍ରାଣ ହରାଇଥିଲେ। ଏ ଘଟଣାରେ ପ୍ରତିକ୍ରିୟା  ରଖିଛନ୍ତି ତାଲିବାନ ପକ୍ଷରୁ ନିଯୁକ୍ତ ସ୍ଥାନୀୟ ସାଂସ୍କୃତିକ ଅଧିକାରୀ ମହମ୍ମଦ ହନିଫ।

ଏନେଇ ସେ କହିଛନ୍ତି ଗୁଳିମାଡରେ ପ୍ରାଣ ହରାଇଥିବା ୨ ମୃତକଙ୍କ ପରିଚୟ ମିଳିଛି। ସେମାନେ ହେଉଛନ୍ତି ସଇଦ ମାରୁଫ ଏବଂ ତାଙ୍କ ସମ୍ପର୍କୀୟ ଶରିଫ ସାଦାତ। ଏ ଘଟଣାରେ ଅନ୍ୟ ୨  ଜଣ ସାଧାରଣ ଲୋକ ଆହତ ହୋଇଛନ୍ତି। ତାଲିବାନୀଙ୍କ ଉପରେ କରାଯାଇଥିବା ଏହି ଆକ୍ରମଣ ପାଇଁ କୌଣସି ଆତଙ୍କୀ ସଙ୍ଗଠନ ନିଜକୁ ଦାୟୀ କରିନାହାଁନ୍ତି। 

Also Read: ବିସ୍ଫୋରଣରେ କମ୍ପିଉଠିଲା Kabul Airport; ୧୩ ମୃତ, ୩୦ ଆହତ

ହେଲେ  ଆଫଗାନିସ୍ତାନ ଠାରେ ସରକାର ଚଳାଉଥିବା ତାଲିବାନ ଗୋଷ୍ଠୀର ପ୍ରତିଦ୍ୱନ୍ଦ୍ୱୀ ହେଉଛି ଆଇଏସଆଇଏସ। ଏହି ଆତଙ୍କୀ ସଙ୍ଗଠନର ନଙ୍ଗାହାର ପ୍ରଦେଶର ମଜବୁତ ପ୍ରଭାବ ରହିଛି। ଗତ ଶନିବାର ତାଲିବାନ ବିରୁଦ୍ଧରେ ହୋଇଥିବା ଗୁଳିମାଡରେ ଏହି ଆତଙ୍କୀ ସଙ୍ଗଠନ ସମ୍ପୃକ୍ତ ରହିଥାଇ ପାରେ ବୋଲି ସନ୍ଦେହ କରାଯାଉଛି। ଏହା ପୂର୍ବରୁ ତାଲିବାନ ବିରୁଦ୍ଧରେ ହୋଇଥିବା  ଅନେକ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି ଆଇଏସଏସ।