`କାରରେ ବସାଇଲା ...ଚାପୁଡ଼ା ମାରିଲା...ଶେଷରେ କାଟି ଦେଲା ଗଳା`, ପ୍ରସିଦ୍ଧ ହାସ୍ୟ ଅଭିନେତାଙ୍କୁ ହତ୍ୟା କରିବା ପୂର୍ବରୁ ଭିଡିଓ ଜାରି କଲା ତାଲିବାନ
ତାଲିବାନ ଆତଙ୍କୀମାନେ କାନ୍ଦାହାର ପ୍ରଦେଶରେ ସରକାରଙ୍କ ପାଇଁ କାର୍ଯ୍ୟ କରୁଥିବା ଲୋକଙ୍କୁ ଟ୍ରାକ କରିବା ଏବଂ ହତ୍ୟା କରିବା ପାଇଁ ଘର ଘର ବୁଲି ତଲାସୀ କରୁଛନ୍ତି ।
ନୂଆଦିଲ୍ଲୀ: ଆଫଗାନିସ୍ତାନ (Afghanistan) ର ପ୍ରମୁଖ ଅଂଶ ଦଖଲ କରିବା ସହିତ ତାଲିବାନ (Taliban) ନିଜର ବର୍ବରତା ଦେଖାଇବା ଆରମ୍ଭ କରିଛି । କିଛି ଦିନ ପୂର୍ବରୁ ତାଲିବାନ ଦେଶର କାନ୍ଦାହାର ପ୍ରଦେଶର ଜଣେ ପ୍ରସିଦ୍ଧ ହାସ୍ୟ ଅଭିନେତା ନଜର ମହମ୍ମଦ (Nazar Mohammad) ଓରଫ ଖାସା ଜୱାନ (Khasha Zwan) ଙ୍କୁ ହତ୍ୟା କରିଥିଲା । ବର୍ତ୍ତମାନ ଆତଙ୍କୀ ସଂଗଠନ ହତ୍ୟା ପୂର୍ବର ଏକ ଭିଡିଓ ଜାରି କରିଛି ଯେଉଁଥିରେ ହାସ୍ୟ ଅଭିନେତାଙ୍କୁ ଚାପୁଡ଼ା ମାରିବାର ଦେଖିବାକୁ ମିଳୁଛି । ଯୁଦ୍ଧଗ୍ରସ୍ତ ଦେଶରେ ଲୋକଙ୍କ ମୁହଁରେ ହସ ଫୁଟାଉ ଥିବା ନଜର ମହମ୍ମଦଙ୍କୁ ତାଲିବାନ ଆତଙ୍କୀମାନେ ତାଙ୍କ ଘରୁ ଉଠାଇ ନେଇ ହତ୍ୟା କରିଥିଲେ ।
ତାଲିବାନ ଆତଙ୍କୀମାନେ କାନ୍ଦାହାର ପ୍ରଦେଶରେ ସରକାରଙ୍କ ପାଇଁ କାର୍ଯ୍ୟ କରୁଥିବା ଲୋକଙ୍କୁ ଟ୍ରାକ କରିବା ଏବଂ ହତ୍ୟା କରିବା ପାଇଁ ଘର ଘର ବୁଲି ତଲାସୀ କରୁଛନ୍ତି । ଆଫଗାନିସ୍ତାନର ଟୋଲୋ ନ୍ୟୁଜର ଏକ ସୂତ୍ରରୁ ପ୍ରକାଶ ଯେ, ନଜର ମହମ୍ମଦଙ୍କୁ ଘରୁ ଉଠାଇ ନେବା ପରେ ହତ୍ୟା କରାଯାଇଥିଲା । ଜୁଲାଇ ୨୩ରେ ତାଙ୍କୁ ହତ୍ୟା କରାଯାଇଥିଲା । ଏହି ହତ୍ୟାକାଣ୍ଡ ପାଇଁ ତାଙ୍କ ପରିବାର ସଦସ୍ୟ ତାଲିବାନକୁ ଦାୟୀ କରିଛନ୍ତି । ତେବେ ଉଗ୍ର ଇସଲାମବାଦୀ ଗୋଷ୍ଠୀ ଏହି ଘଟଣାରେ ସାମିଲ ଥିବା କଥାକୁ ଅସ୍ୱୀକାର କରିଛି । ନ୍ୟୁଜ୍ ଏଜେନ୍ସି ANI ଅନୁଯାୟୀ, ହାସ୍ୟ ଅଭିନେତା ପୂର୍ବରୁ କାନ୍ଦାହାର ପୋଲିସ (Kandahar Police) ରେ କାମ କରୁଥିଲେ ।
ଅଧିକ ପଢ଼ନ୍ତୁ:-୬ କୋଟି କର୍ମଚାରୀଙ୍କୁ ମିଳିବ ବଡ଼ ଉପହାର! PF ଖାତାରେ ଆସିବ ୮.୫ ପ୍ରତିଶତ ସୁଧର ଟଙ୍କା
ଭିଡିଓରେ ଏହା ଦେଖିବାକୁ ମିଳେ ଯେ ତାଲିବାନ ଆତଙ୍କୀ ହାସ୍ୟ ଅଭିନେତା ନଜର ମହମ୍ମଦଙ୍କୁ କାରରେ ବସାନ୍ତି । ଏହାପରେ ଜଣେ ଆତଙ୍କୀ କାରରେ ବସିଥିବା ହାସ୍ୟ ଅଭିନେତାଙ୍କୁ ଚାପୁଡ଼ା ମାରୁଛି । ଏହା ବ୍ୟତୀତ ସେ ସ୍ଥାନୀୟ ଭାଷାରେ ନଜର ମହମ୍ମଦଙ୍କୁ କିଛି କହିଥିବାର ନଜର ଆସିଛନ୍ତି । ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ ତାଲିବାନ ପ୍ରଥମେ ହାସ୍ୟ ଅଭିନେତାଙ୍କୁ ତାଙ୍କ ଘରୁ ଉଠାଇ ଏକ ଗଛରେ ବାନ୍ଧି ଦେଇଥିଲା । ଏହା ପରେ ତାଙ୍କୁ ଗଳା କାଟି ହତ୍ୟା କରାଯାଇଥିଲା । ସ୍ଥାନୀୟ ପୋଲିସ ଭାବରେ କାମ କରୁଥିବା ଏହି ହାସ୍ୟ ଅଭିନେତା ଜଣଙ୍କ ଗଳା ମାଟି ତଳେ ପଡ଼ିଥିବାର ଦେଖିବାକୁ ମିଳିଥିଲା ।
ଅଧିକ ପଢ଼ନ୍ତୁ:-କିସମିସରେ ଲୁଚି ରହିଛି ପୁରୁଷଙ୍କ ସ୍ୱାସ୍ଥ୍ୟର ରହସ୍ୟ: ଏହି ସମୟରେ କରନ୍ତୁ ସେବନ, ମିଳିବ ଆଶ୍ଚର୍ଯ୍ୟଜନକ ଲାଭ
ଏହାପୂର୍ବରୁ ସିଏନଏନ୍ ରିପୋର୍ଟ କରିଥିଲା ଯେ ତାଲିବାନ ସୋହେଲ ପାର୍ଦିସ ନାମକ ଜଣେ ଆଫଗାନିସ୍ତାନ ଅନୁବାଦକଙ୍କୁ ତାଙ୍କ ଗଳା କାଟି ହତ୍ୟା କରିଥିଲା । ଏହି ଅନୁବାଦକ ଆମେରିକାର ସେନା ସହିତ କାମ କରୁଥିଲେ । ସିଏନଏନ୍ ରିପୋର୍ଟ କରିଛି ଯେ ପାର୍ଦିସ ହେଉଛନ୍ତି ସେହି ହଜାର ହଜାର ଆଫଗାନିସ୍ତାନ ଅନୁବାଦକଙ୍କ ମଧ୍ୟରୁ ଜଣେ ଥିଲେ, ଯେଉଁମାନେ ବର୍ତ୍ତମାନ ତାଲିବାନ ଦ୍ୱାରା ହତ୍ୟା କରାଯିବାର ଭୟ ମଧ୍ୟରେ ଜୀବନ ବିତାଉଛନ୍ତି । ବିଦେଶୀ ସେନା ପ୍ରତ୍ୟାହାର ପରେ ହିଁ ତାଲିବାନର ଆତଙ୍କ ବୃଦ୍ଧି ପାଇଛି । ଆଫଗାନିସ୍ତାନ ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ କହିଛି ଯେ ଗତ ସପ୍ତାହରେ ସ୍ପିନ୍ ବୋଲଡାକରେ ତାଲିବାନ ୧୦୦ରୁ ଅଧିକ ସାଧାରଣ ନାଗରିକଙ୍କୁ ହତ୍ୟା କରିଥିଲା । ଏହି ହତ୍ୟାକାଣ୍ଡର ପ୍ରତିଶୋଧ ନିଆଯିବ ବୋଲି ଆଫଗାନିସ୍ତାନ କହିଛି ।