ନୂଆଦିଲ୍ଲୀ: Agniveer Recruitment: ସାରା ଦେଶରେ କେନ୍ଦ୍ର ସରକାର ନୂଆ ଅଗ୍ନିପଥ ଯୋଜନା (Agneepath Scheme) କୁ ନେଇ ବିରୋଧ ପ୍ରଦର୍ଶନ ଚାଲିଛି । ମୋଦି ସରକାର (Modi Govt) ଙ୍କ ଏହି ଯୋଜନାକୁ ଦେଶର ଯୁବ ବର୍ଗ ବିରୋଧ କରୁଛି । ଦେଶରେ ଅଗ୍ନିବୀର (Agniveer) ଙ୍କ ଭର୍ତ୍ତି ବିରୋଧରେ ଚାଲିଥିବା ଆନ୍ଦୋଳନ ମଧ୍ୟରେ ହରିୟାଣା ସିଏମ ମନୋହର ଲାଲ ଖଟ୍ଟର (Haryana CM Manohar Lal Khattar) ଏକ ବଡ଼ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, ସେନାରୁ ଅବସର ମିଳିବା ପରେ ଅଗ୍ନିବୀରଙ୍କୁ ରାଜ୍ୟ ସରକାର ଚାକିରି ଗ୍ୟାରେଣ୍ଟି ଦେବେ । ୪ ବର୍ଷର ସେବା ପରେ ସେମାନଙ୍କୁ ହରିୟାଣା ସରକାରରେ ଚାକିରି ଦିଆଯିବ । 


COMMERCIAL BREAK
SCROLL TO CONTINUE READING

ମନୋହର ଲାଲ ଖଟ୍ଟର (Manohar Lal Khattar) କହିଛନ୍ତି ଯେ, "ଯେଉଁମାନେ ହରିୟାଣା ସରକାରୀ ଚାକିରି କରିବାକୁ ଚାହୁଁଛନ୍ତି, ସେମାନଙ୍କୁ ଗ୍ୟାରେଣ୍ଟି ସହିତ ଚାକିରି ଦିଆଯିବ । ସେହି ଲୋକମାନଙ୍କୁ ଗ୍ରୁପ୍ ସି କ୍ୟାଡରରେ ଅନ୍ତର୍ଭୁକ୍ତ କରାଯିବ । ଏହା ବ୍ୟତୀତ ଆମର ପୋଲିସରେ ମଧ୍ୟ ଚାକିରି ଅଛି, ଯେଉଁଥିରେ ଆମେ ସେମାନଙ୍କ ପାଇଁ କୋଟା ରଖିପାରିବା ।"


ମନୋହର ଲାଲ ଖଟ୍ଟର ଏହା ପୂର୍ବରୁ ମଧ୍ୟ ଘୋଷଣା କରିଥିଲେ ଯେ ଯେଉଁମାନେ ଭାରତୀୟ ସେନାରେ ଅଗ୍ନିବୀର ଭାବରେ ସେବା ପ୍ରଦାନ କରିବେ ସେମାନଙ୍କୁ ଆମେ ଚାକିରି କ୍ଷେତ୍ରରେ ପ୍ରାଥମିକତା ଦେବୁ । କିନ୍ତୁ ବର୍ତ୍ତମାନ ଚାକିରିର ଗ୍ୟାରେଣ୍ଟି ଘୋଷଣା ଭବିଷ୍ୟତର ଅଗ୍ନିବୀରଙ୍କ ପାଇଁ ଏକ ବଡ଼ ସୁବିଧା ହୋଇପାରେ । ଉତ୍ତରପ୍ରଦେଶ ଓ ହରିୟାଣା ସେହି ରାଜ୍ୟମାନଙ୍କ ମଧ୍ୟରୁ ଅନ୍ୟତମ, ଯେଉଁମାନେ ଚାକିରିରେ ଅଗ୍ନିବୀରଙ୍କୁ ପ୍ରାଥମିକତା ଦେବାକୁ ଘୋଷଣା କରିଛନ୍ତି । ପାରା ମିଲିଟାରୀ ଫୋର୍ସ ଓ ଆସାମ ରାଇଫଲ୍ସରେ ଅଗ୍ନିବୀରଙ୍କ ପାଇଁ ମଧ୍ୟ କେନ୍ଦ୍ର ସରକାର ୧୦ ପ୍ରତିଶତ ସଂରକ୍ଷଣ ଘୋଷଣା କରିଛନ୍ତି । ଏହା ବ୍ୟତୀତ ପ୍ରତିରକ୍ଷା ମନ୍ତ୍ରଣାଳୟରେ ଅଗ୍ନିବୀରଙ୍କ ପାଇଁ ଏକ କୋଟା ରହିବ ।


ଏହା ବି ପଢ଼ନ୍ତୁ:-ଭାଙ୍ଗି ଯିବ ଉଦ୍ଧବ ସରକାର! ଶିବସେନାର ଜଣେ ମନ୍ତ୍ରୀ ସମେତ ୧୩ ବିଧାୟକ ପହଞ୍ଚିଲେ ଗୁଜୁରାଟ


ଏହା ବି ପଢ଼ନ୍ତୁ:-ଗୁଡ୍ ନ୍ୟୁଜ୍! ପୁଣି ଶସ୍ତା ହେଲା ଖାଇବା ତେଲ, ହ୍ରାସ ପାଇଲା ସୋରିଷ ତେଲ ସମେତ ସମସ୍ତ ତେଲ ଦର


ଏହା ବି ପଢ଼ନ୍ତୁ:-ମାଗଣା ରାସନ ନେଉଥିବା ଲୋକଙ୍କ ପାଇଁ ଗୁଡ୍ ନ୍ୟୁଜ୍, ସରକାରଙ୍କ ନିଷ୍ପତ୍ତି ଯୋଗୁଁ ମିଳିଲା ବଡ଼ ଆଶ୍ୱସ୍ତି


ଏହା ବ୍ୟତୀତ ଆହୁରି ଅନେକ ବିଜେପି ଶାସିତ ରାଜ୍ୟ ଚାକିରିରେ ଅଗ୍ନିବୀରଙ୍କୁ ପ୍ରାଧାନ୍ୟ ଦେବାକୁ ଘୋଷଣା କରିଛନ୍ତି । ତେବେ କଂଗ୍ରେସ ସମେତ ଅନ୍ୟାନ୍ୟ ବିରୋଧୀ ଶାସିତ ରାଜ୍ୟଗୁଡ଼ିକ ମଧ୍ୟରୁ କୌଣସି ଏଭଳି ଘୋଷଣା କରିନାହାଁନ୍ତି । ସେପଟେ ଅଗ୍ନିପଥ ଯୋଜନାକୁ ନେଇ ୟୁପି, ବିହାର, ରାଜସ୍ଥାନ, ମଧ୍ୟପ୍ରଦେଶ, ତେଲେଙ୍ଗାନା ସମେତ ଦେଶର ଅନେକ ରାଜ୍ୟରେ ବିରୋଧ ପ୍ରଦର୍ଶନ ଚାଲିଛି । ଏହି ଯୋଜନା ବିଷୟରେ ଯୁବକମାନେ କହିଛନ୍ତି ଯେ, ଚାକିରି ସୁରକ୍ଷିତ ରହିବ ନାହିଁ । ତେବେ ଗୋଟିଏ ପକ୍ଷ ମନେ କରେ ଯେ ଏହା ସେନାର ହାରାହାରି ବୟସକୁ ହ୍ରାସ କରିବ ଓ ଦେଶରେ ଅଧିକରୁ ଅଧିକ ଯୁବକ ସେନାରେ ଯୋଗଦେବାର ସୁଯୋଗ ପାଇବେ ।