ଗୁଡ୍ ନ୍ୟୁଜ୍! ପୁଣି ଶସ୍ତା ହେଲା ଖାଇବା ତେଲ, ହ୍ରାସ ପାଇଲା ସୋରିଷ ତେଲ ସମେତ ସମସ୍ତ ତେଲ ଦର
Advertisement
Article Detail0/zeeodisha/odisha1227331

ଗୁଡ୍ ନ୍ୟୁଜ୍! ପୁଣି ଶସ୍ତା ହେଲା ଖାଇବା ତେଲ, ହ୍ରାସ ପାଇଲା ସୋରିଷ ତେଲ ସମେତ ସମସ୍ତ ତେଲ ଦର

Edible Oil Price: ନିକଟ ଅତୀତରେ ଖବର ପ୍ରକାଶ ପାଇଥିଲା ଯେ ଭାରତ ସରକାର ଇଣ୍ଡୋନେସିଆକୁ ଗହମ ଯୋଗାଇଦେବେ ଓ ସେଠାରୁ ପାମ୍ ତେଲ ଆମଦାନି କରିବେ । ତେବେ ଉଭୟ ସରକାର ଏ ସମ୍ପର୍କରେ କୌଣସି ଆଧିକାରୀକ ବୟାନ ଜାରି କରିନାହାଁନ୍ତି । କିନ୍ତୁ ଯଦି ଏହି ଡିଲ୍ ସଫଳ ହୁଏ, ତେବେ ଖାଇବା ତେଲର ମୂଲ୍ୟ ଆଗାମୀ ସମୟରେ ପୁନର୍ବାର ହ୍ରାସ ପାଇପାରେ ।

ଗୁଡ୍ ନ୍ୟୁଜ୍! ପୁଣି ଶସ୍ତା ହେଲା ଖାଇବା ତେଲ, ହ୍ରାସ ପାଇଲା ସୋରିଷ ତେଲ ସମେତ ସମସ୍ତ ତେଲ ଦର

ନୂଆଦିଲ୍ଲୀ: Edible Oil Price: ପେଟ୍ରୋଲ ଓ ଡିଜେଲ (Petrol Diesel Price) ସହିତ ଖାଇବା ତେଲର ମୂଲ୍ୟ (Edible Oil Price) ସାଧାରଣ ଜନତାଙ୍କ ପକେଟ ଉପରେ ବୋଝ ବଢ଼ାଉଛି । ଏହି ସମୟରେ ଯଦି ଆପଣ ସୋରିଷ ସମେତ ଅନ୍ୟାନ୍ୟ ଖାଇବା ତେଲର ଜଣେ ଉପଭୋକ୍ତା, ତେବେ ଏହି ଖବର ଆପଣଙ୍କ ପାଇଁ ବହୁତ ଲାଭଦାୟକ ହେବ । ସୋରିଷ ସମେତ ଅନ୍ୟାନ୍ୟ ତେଲ (Mustard Oil) ର ମୂଲ୍ୟରେ ବଡ଼ ଧରଣର ହ୍ରାସ ଘଟିଛି । ଦୁଇରୁ ତିନିମାସ ପୂର୍ବେ ସୋରିଷ ଓ ସୋୟାବିନ୍ ତେଲ (Soyabean Oil) ର ଦରରେ ବଡ଼ ଧରଣର ବୃଦ୍ଧି ରେକର୍ଡ କରାଯାଇଥିଲା ।

ନିକଟ ଅତୀତରେ ଆଡାନୀ-ୱିଲମାର (Adani Wilmar) ଖାଇବା ତେଲର ମୂଲ୍ୟ ଲିଟର ପିଛା ୧୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ କରିଛି । ଭବିଷ୍ୟତରେ ଆମକୁ ଏପରି ହ୍ରାସ ଦେଖିବାକୁ ମିଳିବ କି ନାହିଁ, ଆସନ୍ତୁ ଜାଣିବା । ଆଡାନୀ ୱିଲମାର ଏକ ଲିଟର ଫର୍ଚ୍ୟୁନ୍ ରିଫାଇନଡ୍ ସୂର୍ଯ୍ୟମୁଖୀ ତେଲର ମୂଲ୍ୟ ୨୨୦ ଟଙ୍କାରୁ ହ୍ରାସ କରି ୨୧୦ ଟଙ୍କା କରିଛି । ଏଥି ସହିତ ଶନିବାର କମ୍ପାନୀ ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ ଗୋଟିଏ ଲିଟର ସୋରିଷ ତେଲର ମୂଲ୍ୟ ମଧ୍ୟ ୨୦୫ ଟଙ୍କା ବଦଳରେ ୧୯୫ ଟଙ୍କା ରହିବ । ଏହା ବ୍ୟତୀତ ହାଇଦ୍ରାବାଦ ଭିତ୍ତିକ କମ୍ପାନୀ ଜେମିନି ଏଡିବଲ୍ ଏବଂ ଫ୍ୟାଟ୍ସ (Gemini Edible and Fats) ଗୋଟିଏ ଲିଟର ସୂର୍ଯ୍ୟମୁଖୀ ତେଲ ପ୍ୟାକେଟର ମୂଲ୍ୟ ୧୫ ଟଙ୍କା ହ୍ରାସ କରିଛି । କମ୍ପାନୀ ମୂଲ୍ୟକୁ ଆହୁରି ହ୍ରାସ କରିପାରେ ।

କେନ୍ଦ୍ର ସରକାର (Central Government) ପାମ୍ ଅୟଲ (Palm Oil) ଉପରେ ଆମଦାନୀ ଶୁଳ୍କ ହ୍ରାସ କରିବା ପରେ ଖାଇବା ତୈଳ କମ୍ପାନୀଗୁଡିକ ସେମାନଙ୍କ ପ୍ୟାକେଟର ମୂଲ୍ୟ ହ୍ରାସ କରିଛନ୍ତି । ମୂଲ୍ୟ ହ୍ରାସ ଉପରେ କମ୍ପାନୀଗୁଡିକ କହୁଛନ୍ତି ଯେ, ଆମେ ଗ୍ରାହକମାନଙ୍କୁ ମଧ୍ୟ ଲାଭ ଦେବାକୁ ଚାହୁଁଛୁ । ଆପଣଙ୍କୁ କହି ରଖୁଛୁ ଯେ, ପାମ୍ ଅୟଲ ଯୋଗାଣ ପ୍ରଭାବିତ ଯୋଗୁଁ ଖାଇବା ତେଲ (Edible Oil) ର ମୂଲ୍ୟ ହଠାତ୍ ବୃଦ୍ଧି ଘଟିଲା ।

ଏହା ବି ପଢ଼ନ୍ତୁ:-ମାଗଣା ରାସନ ନେଉଥିବା ଲୋକଙ୍କ ପାଇଁ ଗୁଡ୍ ନ୍ୟୁଜ୍, ସରକାରଙ୍କ ନିଷ୍ପତ୍ତି ଯୋଗୁଁ ମିଳିଲା ବଡ଼ ଆଶ୍ୱସ୍ତି

ଏହା ବି ପଢ଼ନ୍ତୁ:-ଗୁଜୁରାଟ ଜିତିବା ପାଇଁ ପୁଣିଥରେ KHAM ସିଦ୍ଧାନ୍ତ ଦୋହରାଉଛି କଂଗ୍ରେସ, ଜାଣନ୍ତୁ ଏହା ବିଷୟରେ...

ଏହା ବି ପଢ଼ନ୍ତୁ:-ଜାତିସଂଘରେ ପୁଣି ଅପମାନିତ ହେଲା ପାକିସ୍ତାନ; ଏହି ଭାରତୀୟଙ୍କୁ ଆତଙ୍କୀ ଘୋଷଣା କରିବାକୁ ଚାହୁଁଥିଲା ପାକ୍, କିନ୍ତୁ...

 

ନିକଟ ଅତୀତରେ ଖବର ପ୍ରକାଶ ପାଇଥିଲା ଯେ ଭାରତ ସରକାର ଇଣ୍ଡୋନେସିଆକୁ ଗହମ ଯୋଗାଇଦେବେ ଓ ସେଠାରୁ ପାମ୍ ତେଲ ଆମଦାନି କରିବେ । ତେବେ ଉଭୟ ସରକାର ଏ ସମ୍ପର୍କରେ କୌଣସି ଆଧିକାରୀକ ବୟାନ ଜାରି କରିନାହାଁନ୍ତି । କିନ୍ତୁ ଯଦି ଏହି ଡିଲ୍ ସଫଳ ହୁଏ, ତେବେ ଖାଇବା ତେଲର ମୂଲ୍ୟ ଆଗାମୀ ସମୟରେ ପୁନର୍ବାର ହ୍ରାସ ପାଇପାରେ ।