AIMPLB on Prophet Controversy: ଇସଲାମ ସଂସ୍ଥାପକ ପୈଗମ୍ବର ମହମ୍ମଦଙ୍କ ବାବଦରେ ନିଲମ୍ବିତ ବିଜେପି ମୁଖପାତ୍ର ନୂପୂର ଶର୍ମା ବିବାଦୀୟ ବୟାନ ରଖିବାକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଥମିନାହିଁ। ଦେଶ ବିଦେଶରେ ଏହାକୁ ନେଇ ଜାରି ରହିଛି ବିତର୍କ। ଏହି ଘଟଣାକୁ ଦେଶର ବିଭିନ୍ନ ସ୍ଥାନରେ ହୋଇଛି ହିଂସାକାଣ୍ଡ। ସଦ୍ୟ ଏହି ବିବାଦ ଥମି ନ ଥିବା ବେଳେ ବର୍ତ୍ତମାନ ଅଲ ଇଣ୍ଡିଆ ମୁସଲିମ ପର୍ସନାଲ ଲ ବୋର୍ଡ (AIMPLB) ଏକ ପତ୍ର ଜାରି କରି ଉଲେମା ଏବଂ ଦେଶର ମୁସଲିମଙ୍କୁ ନିବେଦନ କରି କହିଛି  ସେମାନେ ଟିଭି ବିତର୍କ କାର୍ଯକ୍ରମରେ ଅଂଶଗ୍ରହଣ କରନ୍ତୁ ନାହିଁ।


COMMERCIAL BREAK
SCROLL TO CONTINUE READING

ଅଲ ଇଣ୍ଡିଆ ମୁସଲିମ ପର୍ସନାଲ ଲ ବୋର୍ଡ (All India Muslim Personal Law Board) ଏଆଇଏମପିଏଲବି (AIMPLB) ପକ୍ଷରୁ ଏକ ପତ୍ର ଜାରି କରି କୁହାଯାଇଛି ମୁସଲିମ୍ ଉଲେମା କିମ୍ବା ମୌଲାନା ସେହି ଟିଭି ଚ୍ୟାନେଲ ଦ୍ୱାରା ଆୟୋଜିତ ହେଉଥିବା ବିତର୍କ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରନ୍ତୁ ନାହିଁ ଯାହାର ଉଦ୍ଦେଶ୍ୟ କେବଳ ଇସଲାମ ଅଥବା ମୁସଲମାନଙ୍କୁ ପରିହାସ କରିବା। ଏଆଇଏମପିଏଲବି ମୁତାବିକ ସେମାନେ ଏପରି କାର୍ଯ୍ୟକ୍ରମ ଆୟୋଜନ କରି ଧର୍ମକୁ ପରିହାସ କରୁଛନ୍ତି।  


ଏଆଇଏମପିଏଲବି ସାଧାରଣ ସମ୍ପାଦକ ମୌଲାନା ଖାଲିଦ ସୈଫୁଲ୍ଲାହ ରହମାନି ତାଙ୍କ ପ୍ରେସ ନୋଟ ଜରିଆରେ କହିଛନ୍ତି ଯେ ମୁସଲିମ ବୋର୍ଡ ଅଧ୍ୟକ୍ଷ ମୌଲାନା ସୈୟଦ ମହମ୍ମଦ ରାବେଅ ହାସାନି ନଦବୀ, ଉପାଧ୍ୟକ୍ଷ ମୌଲାନା ସୈୟଦ ଜଲାଲୁଦ୍ଦିନ ଉମରୀ, ମୌଲାନା କାକା ସୟଦ ଅହମ୍ମଦ ଉମରି, ମୌଲାନା ସୟଦ ଶାହ ଫଖରୁଦ୍ଦିନ ଆଶରଫ, ମୌଲାନା ସୟଦ ଅରଶାଦ ମଦାନୀ, ଡକ୍ଟର ସୟଦ ଅଲି ମହମ୍ମଦ ନକଭିଙ୍କ ଉଲେମା ଏବଂ ବୁଦ୍ଧିଜୀବୀଙ୍କ ପକ୍ଷରୁ ନିବେଦନ କରି କୁହାଯାଇଛି ଯେ ସେମାନେ ସେହି ଟିଭି ଚ୍ୟାନେଲ ଦ୍ୱାରା ଆୟୋଜିତ ହେଉଥିବା ବିତର୍କ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରନ୍ତୁ ନାହିଁ ଯାହାର ଉଦ୍ଦେଶ୍ୟ କେବଳ ଇସଲାମ ଅଥବା ମୁସଲମାନଙ୍କୁ ପରିହାସ କରିବା। 


ଏଆଇଏମପିଏଲବି ପକ୍ଷରୁ ଜାରି କରାଯାଇଥିବା ପତ୍ରରେ ଆହୁରି ମଧ୍ୟ କୁହାଯାଇଛି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ସେମାନେ ଇସଲାମ ଏବଂ ମୁସଲମାନଙ୍କ ପାଇଁ କୌଣସି ସେବା କରିବାକୁ ସକ୍ଷମ ନୁହଁନ୍ତି, କିନ୍ତୁ ପରୋକ୍ଷରେ ଇସଲାମ ଏବଂ ମୁସଲମାନଙ୍କୁ ଅପମାନିତ କରିଥାନ୍ତି। ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଗଠନମୂଳକ ଆଲୋଚନା ମାଧ୍ୟମରେ କୌଣସି ସିଦ୍ଧାନ୍ତରେ ପହଞ୍ଚିବା ନୁହେଁ ବରଂ ଇସଲାମ ଏବଂ ମୁସଲମାନଙ୍କୁ ପରିହାସ କରିବା ଏବଂ ବଦନାମ କରିବା। ଏହି ଚ୍ୟାନେଲ ସେମାନଙ୍କ ନିରପେକ୍ଷତାକୁ ପ୍ରମାଣ କରିବାକୁ ଯାଇ ବିତର୍କ କାର୍ଯ୍ୟକ୍ରମରେ ଜଣେ ମୁସଲିମଙ୍କୁ ଅନ୍ତର୍ଭୁକ୍ତ କରିବାକୁ ଚାହିଁଛନ୍ତି। ହେଲେ ଆମର ଉଲେମା ଏବଂ ବୁଦ୍ଧିଜୀବୀ ଅଜ୍ଞତା ହେତୁ ସେମାନଙ୍କ ଷଡଯନ୍ତ୍ରର ଶୀକାର ହୋଇଥାନ୍ତି। ଯଦି ଆମେ ଏହି  କାର୍ଯ୍ୟକ୍ରମ ଏବଂ ଚ୍ୟାନେଲ ବର୍ଜନ କରିବୁ ତାହେଲେ କେବଳ ସେମାନଙ୍କ ଟିଆରପି ହ୍ରାସ ହେବ ନାହିଁ ବରଂ ସେମାନଙ୍କ ଉଦ୍ଦେଶ୍ୟ ମଧ୍ୟ ବିଫଳ ହେବ।


Also Read:ନୂପୂର ଶର୍ମାଙ୍କୁ ଗିରଫ ଦାବିରେ ଜୁମା ନମାଜ ପରେ ହିଂସାକାଣ୍ଡ


 


Also Read: Prophet Muhammad Row Protest: ନପୁର ଶର୍ମାଙ୍କ ବାହାନାରେ ରାଞ୍ଚିରେ ଉପଦ୍ରବୀଙ୍କ ହିଂସା; କର୍ଫ୍ୟୁ ଘୋଷଣା