Air India Smoking Ban: କାର୍ଯ୍ୟସ୍ଥଳରେ ଧୂମପାନ କିମ୍ବା ନିଶା ଜାତୀୟ ଦ୍ରବ୍ୟ ସେବନ କରିବା ଉପରେ କଟକଣା ଲଗାଇଛି ଟାଟା କମ୍ପାନୀ ଦ୍ୱାରା ପରିଚାଳିତ ବିମାନ ସେବା ପ୍ରଦାନକାରୀ ସଂସ୍ଥା ଏୟାର ଇଣ୍ଡିଆ। ଏନେଇ ଏୟାର ଇଣ୍ଡିଆ ଏୟାରଲାଇନ୍ସ ମୁଖ୍ୟ ମାନବ ସମ୍ବଳ ଅଧିକାରୀ ସୁରେଶ ଦତ୍ତ ତ୍ରିପାଠୀ କହିଛନ୍ତି ଏହି ନିର୍ଦ୍ଦେଶକୁ ଉଲ୍ଲଂଘନ କରୁଥିବା କୌଣସି କର୍ମଚାରୀଙ୍କୁ ଉପଯୁକ୍ତ ଫଳାଫଳର ସାମ୍ନା କରିବାକୁ ପଡିପାରେ। 


COMMERCIAL BREAK
SCROLL TO CONTINUE READING

କର୍ମଚାରୀଙ୍କ ଲାଗି ଏୟାର ଇଣ୍ଡିଆ ଏୟାରଲାଇନ୍ସ ମୁଖ୍ୟ ମାନବ ସମ୍ବଳ ଅଧିକାରୀ (Chief Human Resouce Officer) ସିଏଚଆରଓ (Air India Airlines CHRO) ପକ୍ଷରୁ ଜାରି ହୋଇଥିବା ପତ୍ରରେ କୁହାଯାଇଛି ଆମେ ଏକ ଦାୟିତ୍ୱବାନ ସଙ୍ଗଠନ ଭାବରେ ଧୂମପାନ ଏବଂ କର୍ମକ୍ଷେତ୍ରରେ ଯେକୌଣସି ମଦ୍ୟପାନକୁ ସମ୍ପୂର୍ଣ୍ଣ ରୂପେ ନିଷିଦ୍ଧ କରୁଛୁ। ଆମର ସହଯୋଗୀଙ୍କୁ ଏକ ନିରାପଦ ତଥା ସୁସ୍ଥ କାର୍ଯ୍ୟ ପରିବେଶ (Healthy Work Environment) ଯୋଗାଇବା ପାଇଁ ନିର୍ଦ୍ଦେଶ ଦେଇଛି ଟାଟା।


ସିଏଚଆରଓ ସୁରେଶ ଦତ୍ତ ତ୍ରିପାଠୀ କହିଛନ୍ତି ଆଚରଣ ବିଧି ଉଲ୍ଲଂଘନ କରିଲେ ଏୟାର ଇଣ୍ଡିଆ କୌଣସି ଆଶ୍ୱସ୍ତି ଦେବ ନାହିଁ ଏବଂ ଉପଯୁକ୍ତ ପରିଣାମର ସମ୍ମୁଖୀନ ହେବାକୁ ପଡିବ।


Also Read: Action on Pilots: ୯୦ ଚାଳକଙ୍କୁ Boeing 737 MAX ବିମାନ ଉଡ଼ାଇବାରୁ ରୋକିଲା DGCA


ଏୟାର ଇଣ୍ଡିଆ କାହିଁକି ଏହି ନିଷ୍ପତ୍ତି ନେଇଛି ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏନେଇ ଏୟାର ଇଣ୍ଡିଆ ପକ୍ଷରୁ କୌଣସି ପ୍ରତିକ୍ରିୟା ରଖାଯାଇନାହିଁ। ଆମେ ଆପଣଙ୍କୁ କହି ରଖୁଛୁ ଯେ ଟାଟା କମ୍ପାନୀ ଚଳିତ ବର୍ଷ ଜାନୁଆରୀ ୨୭ ତାରିଖରେ ଏୟାର ଇଣ୍ଡିଆ ଅଧିଗ୍ରହଣ କରିଥିଲା। ଟାଟା ଷ୍ଟିଲ ସହ ଜଡ଼ିତ ସୁରେଶ ଦତ୍ତ ତ୍ରିପାଠୀ ଏପ୍ରିଲ ମାସରରେ ଏୟାରଲାଇନ୍ସ ସିଏଚଆରଓ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ।