ମୁମ୍ବାଇ: ଧର୍ମ ନଗରୀ ଅଯୋଧ୍ୟାରେ ହେବାକୁ ଯାଉଛି ରାମ ମନ୍ଦିର ନିର୍ମାଣ। ଏହି କାର୍ଯ୍ୟକୁ ଆଗେଇ ନେବା ଲାଗି ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ କରୁଛନ୍ତି ଦାନ। ମନ୍ଦିର ନିର୍ମାଣ କାର୍ଯ୍ୟରେ ଆବଶ୍ୟକୀୟ ଅର୍ଥ ରାଶି ସଂଗ୍ରହ କରିବାକୁ ଦେଶ ବ୍ୟାପୀ ଆରମ୍ଭ ହୋଇଯାଇଛି ନିଧି ସଂଗ୍ରହ ଅଭିଯାନ। ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ଦାନ କରିଛନ୍ତି।
 
ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ଲାଗି ବଲିଉଡ ଅଭିନେତା ଖିଲାଡି କୁମାର ଅର୍ଥାତ ଅକ୍ଷୟ କୁମାର ମଧ୍ୟ ଏହି କାର୍ଯ୍ୟରେ ସାମିଲ ହୋଇଛନ୍ତି। ରବିବାର ସେ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଏକ ଭିଡିଓ ପୋଷ୍ଟ କରି ଏ ବାବଦରେ ନିଜ ପ୍ରଶଂସକଙ୍କୁ ଜଣାଇଛନ୍ତି।      


COMMERCIAL BREAK
SCROLL TO CONTINUE READING

ଏହି ଭିଡିଓ ମାଧ୍ୟମରେ ସେ କହିଛନ୍ତି, "ଅଯୋଧ୍ୟାରେ ଭଗବାନ ଶ୍ରୀରାମଙ୍କ ମହାନ ମନ୍ଦିର ନିର୍ମାଣ କାର୍ଯ୍ୟ ଅତ୍ୟନ୍ତ ଆନନ୍ଦଦାୟକ ବିଷୟ। ଏହି କାର୍ଯ୍ୟରେ ଆମର ଯୋଗଦାନ କରିବାର ସମୟ ଆସିଛି। ମୁଁ ଆରମ୍ଭ କରିସାରିଛି, ଆଶା କରେ ଆପଣ ମଧ୍ୟ ସହଯୋଗ ପ୍ରଦାନ କରିବେ। ଜୟ ସିୟାରାମ।" ଏହା ସହିତ ସେ ତାଙ୍କ ଭିଡିଓ ବାର୍ତ୍ତାରେ ଏକ ଉପନ୍ୟାସ ବିଷୟରେ କହିଛନ୍ତି, ଯେଉଁଥିରେ ସେ ନିଜ ଝିଅକୁ ରାମସେତୁ ନିର୍ମାଣ ସମୟରେ ଏକ କାହାଣୀ କହୁଛନ୍ତି। 


Also Read: ଜାଣନ୍ତୁ ଭବ୍ୟ ରାମମନ୍ଦିର ନିର୍ମାଣ ପାଇଁ ରାଷ୍ଟ୍ରପତି ଦାନ କଲେ କେତେ ଟଙ୍କା ?


ଏହା ସହିତ ଖିଲାଡି କୁମାର ଗୁଣ୍ଡୁଚିମୂଷା କଥା ମନେପକାଇ କହିଛନ୍ତି, "ଯେତେବେଳେ ଗୋଟିଏ ପାର୍ଶ୍ୱରେ ବାନର ସେନା ରହିଥିବା ବେଳେ ଅନ୍ୟ ପଟେ ଲଙ୍କା ନଗରୀ ରହିଥିଲା। ସେମାନଙ୍କ ମଧ୍ୟରେ ରହିଥିଲା ମହାସମୁଦ୍ର। ସୀତା ମାତାକୁ ଫେରାଇ ଆଣିବାକୁ ବାନର ସେନା ବଡ ପଥର ନେଇ ସମୁଦ୍ରରେ ରଖି ରାମ ସେତୁ ନିର୍ମାଣ କରିଥିଲେ। ଯେତେବେଳେ ପ୍ରଭୁ ଶ୍ରୀରାମ ସମୁଦ୍ର କୂଳରେ ଠିଆ ହୋଇଥିବା ସବୁକିଛି ଦେଖୁଥିଲେ ସେତେବେଳେ ତାଙ୍କ ନଜର ଏକ ଗୁଣ୍ଡୁଚିମୂଷା ଉପରେ ପଡିଥିଲା। ସେ ପାଣିକୁ ଯିବା ସହ ପୁଣି ସମୁଦ୍ର କୂଳକୁ ଫେରି ଆସୁଥିଲା। କେତେବେଳେ ସେ ପାଣି କିମ୍ବା କୂଳ କିମ୍ବା କେତେବେଳେ ପଥର ଉପରକୁ ଚଢିଯାଉଥିଲା। ଭଗବାନ ରାମ ଏହାକୁ ଦେଖି ଆଶ୍ଚର୍ଯ୍ୟ ହୋଇପଡିଥିଲେ। କ’ଣ ହେଉଛି ବୋଲି ସେ ପ୍ରଶ୍ନ କରିଥିଲେ। ସେ ଗୁଣ୍ଡୁଚିମୂଷାକୁ ଯାଇ ପଚାରିଲେ ତୁମେ କଣ କରୁଛ? ଗୁଣ୍ଡୁଚିମୂଷା ଉତ୍ତର ଦେଲା ମୁଁ ମୋ ଶରୀରକୁ ଓଦା କରି ତାହା ଉପରେ ବାଲି ଲଗାଇ ପଥର ମଧ୍ୟରେ ଥିବା ଖାଲକୁ ପୂରଣ କରିଲି। ମୁଁ ମଧ୍ୟ ରାମ ସେତୁ ନିର୍ମାଣରେ ଏକ ଛୋଟ ଅବଦାନ ଦେଉଛି। "       


ଅକ୍ଷୟ ତାଙ୍କ ବାର୍ତ୍ତାରେ ଆହୁରି କହିଛନ୍ତି, "ଆଜି ଆମର ପାଳି। ଅଯୋଧ୍ୟାରେ ଭଗବାନ ରାମଙ୍କ ଚମତ୍କାର ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଆମମାନଙ୍କ ମଧ୍ୟରୁ କେତେଜଣ ବନାର ଆଉ କିଛି ଗୁଣ୍ଡୁଚି ମୂଷା ବନନ୍ତୁ। ନିଜର ସାମର୍ଥ୍ୟ ଅନୁସାରେ ଐତିହାସିକ ରାମ ମନ୍ଦିର ନିର୍ମାଣରେ ସହଯୋଗ କରୁନ୍ତୁ। ମୁଁ ନିଜେ ଏହାକୁ ଆରମ୍ଭ କରିଛି। ମୁଁ ନିଶ୍ଚିତ ଆପଣ ମଧ୍ୟ ମୋ ସହିତ ଯୋଗଦାନ କରିବେ। ଯାହା ଦ୍ୱାରା ଆଗାମୀ ପିଢି ଏହି ମହାନ୍ ମନ୍ଦିରରୁ ମର୍ଯ୍ୟଦା ପୁରୁଷୋତ୍ତମ ରାମଙ୍କ ଜୀବନ ଏବଂ ବାଣୀ ଅନୁସରଣ କରିବାକୁ ପ୍ରେରଣା ପାଇବେ। ଜୟ ଶ୍ରୀ ରାମ। "