PM Modi Gift: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତାଙ୍କ କାର୍ଯ୍ୟକାଳରେ ଅନେକ ପୁରସ୍କାର ମିଳିଛି। ବିଭିନ୍ନ କ୍ଷେତ୍ରରେ ଲୋକଙ୍କ ଦ୍ବାରା ପ୍ରଧାନମନ୍ତ୍ରୀଙ୍କୁ ମିଳିଥିବା ମିଳିଥିବା ୧,୨୦୦ରୁ ଅଧିକ ଉପହାର (Gift) ଗୁଡିକୁ ସେପ୍ଟେମ୍ବର ୧୭ ଠାରୁ ନିଲାମ କରାଯିବ। ଏହି ନିଲାମରୁ ଯେଉଁ ଟଙ୍କା ଆସିବ ସେସବୁକୁ ନାମାମି ଗଙ୍ଗା ମିଶନ (Namami Ganga Mission)କୁ ଦିଆଯିବ। ଜାତୀୟ ଆଧୁନିକ କଳା ସଂଗ୍ରାହାଳୟ (National Gallery of Modern Art)ର ମହାନିର୍ଦ୍ଦେଶକ ଅଦୈତ ଗଡନାୟକ କହିଛନ୍ତି ଯେ, ଏହି ନିଲାମି ୱେବ୍ ପୋର୍ଟାଲ୍ 'pmmementos.gov.in' ମାଧ୍ୟମରେ କରାଯିବ ଏବଂ ଅକ୍ଟୋବର ୨ରେ ଶେଷ ହେବ। ଏହି ଉପହାର ଗୁଡ଼ିକୁ ଏହି ସଂଗ୍ରହାଳୟରେ ରଖାଯାଇଛି।


COMMERCIAL BREAK
SCROLL TO CONTINUE READING

ଗଡନାୟକ କହିଛନ୍ତି ଯେ, ସାଧାରଣ ବ୍ୟକ୍ତିଙ୍କ ଠାରୁ ଆରମ୍ଭ କରି ଭାରତର ସମୃଦ୍ଧ ସଂସ୍କୃତି ଓ ଏୈତିହ୍ୟର ପ୍ରତିନିଧିତ୍ୱ କରୁଥିବା ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଉପହାର ଗୁଡିକର ନିଲାମ କରାଯିବ। ଉପହାରର ମୂଳ ମୂଲ୍ୟ ୧୦୦୦ରୁ ୧୦ ଲକ୍ଷ ଟଙ୍କା ମଧ୍ୟରେ ରଖାଯାଇଛି।


ଉପହାର ତାଲିକାରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ (MP Chief Minister) ଶିବରାଜ ସିଂ ଚୌହାନଙ୍କ ଦ୍ୱାରା ଦିଆଯାଇଥିବା ରାଣୀ କମଳାପତିଙ୍କ ଏକ ପ୍ରତିମୂର୍ତ୍ତି, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଦ୍ୱାରା ଦିଆଯାଇଥିବା ହନୁମାନ ମୂର୍ତ୍ତି ଏବଂ ସୂର୍ଯ୍ୟ ପେଣ୍ଟିଂ ଏବଂ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ଦ୍ୱାରା ଉପହାରସ୍ବରୀପ ଦିଆଯାଇଥିବା ଏକ ତ୍ରିଶୁଳ ସାମିଲ ରହିଛି।


ଏଥିରେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ନେତା ଅଜିତ ପାୱାରଙ୍କ ଦ୍ୱାରା ଦିଆଯାଇଥିବା ଦେବୀ ମହାଲକ୍ଷ୍ମୀଙ୍କ ଏକ ପ୍ରତିମୂର୍ତ୍ତି ଏବଂ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀଙ୍କ ଦ୍ୱାରା ଦିଆଯାଇଥିବା ପ୍ରଭୁ ଭେଙ୍କଟେଶ୍ବରଙ୍କର ଏକ କଳାକୃତି (କାନ୍ଥରେ ଟାଙ୍ଗିବା ପାଇଁ) ରହିଛି।


ପ୍ରଧାନମନ୍ତ୍ରୀ ମୋଦି ଗ୍ରହଣ କରିଥିବା ଉପହାର ନିଲାମର ଏହା ହେଉଛି ଚତୁର୍ଥ ସଂସ୍କରଣ। ସଂଗ୍ରହାଳୟ ନିର୍ଦ୍ଦେଶକ ତେମସୁନାରୋ ଜମିର କହିଛନ୍ତି ଯେ, ପଦକ ବିଜେତାଙ୍କ ଦସ୍ତଖତ ସହିତ ଟି-ସାର୍ଟ, ବକ୍ସିଂ ଗ୍ଲୋଭସ୍ ଏବଂ ଜାଭେଲିନ୍ ଭଳି କ୍ରୀଡା ସାମଗ୍ରୀର ଏକ ସ୍ୱତନ୍ତ୍ର ସଂଗ୍ରହ ଅଛି। ଜାମିର କହିଛନ୍ତି ଯେ, ଏହି ଉପହାର ଗୁଡ଼ିକରେ ଚିତ୍ର, ମୂର୍ତ୍ତି, ହସ୍ତଶିଳ୍ପ ଏବଂ ଲୋକକଳା ମଧ୍ୟ ଅନ୍ତର୍ଭୁକ୍ତ ରହିଛି। ସେ କହିଛନ୍ତି ଯେ, ଅନ୍ୟ ଜିନିଷ ଗୁଡ଼ିକରେ ଶ୍ରୀ ରାମ ମନ୍ଦିରର ପ୍ରତିକୃତି ଏବଂ କାଶି ବିଶ୍ବନାଥ ମନ୍ଦିରର ପ୍ରତିକୃତି ତଥା ମଡେଲ ରହିଛି।