ତାଲିବାନ ଆଗରେ ଏହି ସର୍ତ୍ତ ରଖିଲା ଆମେରିକା, ଯଦି ମାନିବ ତ ମିଳିବ ସ୍ୱୀକୃତି!
G7 ଦେଶ, ମିଳିତ ଜାତିସଂଘ (United Nations), ଉତ୍ତର ଆଟଲାଣ୍ଟିକ୍ ଚୁକ୍ତି ସଂଗଠନ (NATO) ଏବଂ ୟୁରୋପୀୟ ୟୁନିଅନର ଅନଲାଇନ୍ ବୈଠକ ପରେ ବାଇଡେନ (Joe Biden) ଏହି ବିବୃତ୍ତି ଦେଇଛନ୍ତି । G7 ହେଉଛି ଏକ ୭ଟି ଦେଶର ମିଳିତ ରାଜନୈତିକ ମଞ୍ଚ, ଯେଉଁଥିରେ ଆମେରିକା, କାନାଡା, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ଜାପାନ ଏବଂ ବ୍ରିଟେନ ସାମିଲ ରହିଛି ।
ନୂଆଦିଲ୍ଲୀ: Taliban take over Afghanistan: ଦୀର୍ଘ ୨୦ ବର୍ଷ ପରେ ଆତଙ୍କବାଦୀ ସଙ୍ଗଠନ ତାଲିବାନ (Taliban) ଆଫଗାନିସ୍ତାନ (Afghanistan) କୁ ନିଜ ଦଖଲରେ ନେଇଛି । ଯାହା ପରେ ସେଠାରେ ପରିସ୍ଥିତି ଦିନକୁ ଦିନ ଦୟନୀୟ ହେବାରେ ଲାଗିଛି । ଏହା ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ (US President Joe Biden) କହିଛନ୍ତି ଯେ, ଆଫଗାନିସ୍ତାନରେ ତାଲିବାନକୁ ନେଇ ନିଜ ନିଷ୍ପତ୍ତି ଉପରେ G7 ସଦସ୍ୟ ଦେଶ (G7 member country) ଦୃଢ଼ ଭାବରେ ଅଟଳ ଅଛନ୍ତି । ଆଫଗାନିସ୍ତାନରେ ଭବିଷ୍ୟତରେ ଗଠନ ହେବାକୁ ଯାଉଥିବା ଯେକୌଣସି ସରକାରର ବୈଧତା ସଶସ୍ତ୍ର ଗୋଷ୍ଠୀ ନିଜ ମାଟିକୁ ଆତଙ୍କବାଦୀଙ୍କ ଆଶ୍ରୟସ୍ଥଳୀ ହେବାରୁ ରୋକିବା ଉପରେ ନିର୍ଭର କରିବ ।
G7 ଦେଶ, ମିଳିତ ଜାତିସଂଘ (United Nations), ଉତ୍ତର ଆଟଲାଣ୍ଟିକ୍ ଚୁକ୍ତି ସଂଗଠନ (NATO) ଏବଂ ୟୁରୋପୀୟ ୟୁନିଅନର ଅନଲାଇନ୍ ବୈଠକ ପରେ ବାଇଡେନ (Joe Biden) ଏହି ବିବୃତ୍ତି ଦେଇଛନ୍ତି । G7 ହେଉଛି ଏକ ୭ଟି ଦେଶର ମିଳିତ ରାଜନୈତିକ ମଞ୍ଚ, ଯେଉଁଥିରେ ଆମେରିକା, କାନାଡା, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ଜାପାନ ଏବଂ ବ୍ରିଟେନ ସାମିଲ ରହିଛି ।
ବାଇଡେନ୍ ହ୍ୱାଇଟ ହାଉସରେ ଗଣମାଧ୍ୟମକୁ କହିଛନ୍ତି ଯେ, "G7 ର ନେତା ଓ ୟୁରୋପୀୟ ୟୁନିଅନ୍, ନାଟୋ ଏବଂ ମିଳିତ ଜାତିସଂଘର ନେତାମାନେ ସମସ୍ତେ ସହମତ ଅଛନ୍ତି ଯେ ତାଲିବାନ ଉପରେ ଆମର ସମାନ ଆଭିମୁଖ୍ୟ ରହିଛି ।"
ସେ କହିଛନ୍ତି ଯେ, "ଆଫଗାନିସ୍ତାନରେ ତାଲିବାନକୁ ନେଇ ନିଜ ନିଷ୍ପତ୍ତି ଉପରେ G7 ସଦସ୍ୟ ଦେଶ ଦୃଢ଼ ଭାବରେ ଅଟଳ ରହିଛନ୍ତି । ଆଫଗାନିସ୍ତାନରେ ଭବିଷ୍ୟତରେ ଗଠନ ହେବାକୁ ଯାଉଥିବା ଯେକୌଣସି ସରକାରର ବୈଧତା ସଶସ୍ତ୍ର ଗୋଷ୍ଠୀର ନିଜ ମାଟିକୁ ଆତଙ୍କବାଦୀଙ୍କ ଆଶ୍ରୟସ୍ଥଳୀ ହେବାରୁ ରୋକିବା ଉପରେ ନିର୍ଭର କରିବ । G7 ଦେଶ ମଧ୍ୟ ସହମତ ହୋଇଛନ୍ତି ଯେ ତାଲିବାନର କଥା କେହି ଶୁଣିବେ ନାହିଁ ।"
ସେ କହିଛନ୍ତି ଯେ, "ଆମେ ସେମାନଙ୍କ କାର୍ଯ୍ୟକଳାପକୁ ନିରୀକ୍ଷଣ କରିବୁ ଓ ତାଲିବାନର ଆଭିମୁଖ୍ୟକୁ ନେଇ କୌଣସି ପ୍ରତିକ୍ରିୟା ସହ ନିକଟ ସମନ୍ୱୟ ରକ୍ଷା କରିବୁ । G7 ନେତାଙ୍କ ବୈଠକ ଏକ ସ୍ପଷ୍ଟ ବାର୍ତ୍ତା ସହିତ ସମାପ୍ତ ହୋଇଛି ଯେ ଆମେ ଏକଜୁଟ ହୋଇ ଠିଆ ହେବୁ ଓ ଯାହା ସହମତ ହୋଇଛି ତାହା ପାଳନ କରିବୁ ।"
ଅଧିକ ପଢ଼ନ୍ତୁ:-ଦେଶରେ ଲଗାତର ଦ୍ୱିତୀୟ ଦିନ ଚିହ୍ନଟ ହେଲା ୪୦ ହଜାରରୁ ଉର୍ଦ୍ଧ୍ୱ ମାମଲା, ଏତିକି ସଂକ୍ରମିତଙ୍କ ମୃତ୍ୟୁ
ଅଧିକ ପଢ଼ନ୍ତୁ:-କାବୁଲ ବିସ୍ଫୋରଣରେ ISIS-K ର ରହିଛି ହାତ; ତାଲିବାନର ମଧ୍ୟ ଶତ୍ରୁ, ଜାଣନ୍ତୁ ଏହି ଆତଙ୍କୀ ସଙ୍ଗଠନ ସହ ଜଡିତ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ
ଅଧିକ ପଢ଼ନ୍ତୁ:-କାବୁଲ ବିସ୍ଫୋରଣ: ଆମେରିକୀୟ ସୈନିକଙ୍କ ସମେତ ୭୨ ମୃତ, ବାଇଡେନ ଦେଲେ କଡ଼ା ଚେତାବନୀ
ଅଧିକ ପଢ଼ନ୍ତୁ:-ତୈଳ କମ୍ପାନୀଗୁଡିକ ଜାରି କଲେ ଆଜିର ଡିଜେଲ-ପେଟ୍ରୋଲର ଦାମ୍, Fuel ଭରିବା ପୂର୍ବରୁ ଚେକ୍ କରନ୍ତୁ ରେଟ୍