ସେନା କ୍ୟାମ୍ପ ଉପରେ ରକେଟ ଆକ୍ରମଣ; କାର୍ଯ୍ୟାନୁଷ୍ଠାନ ନେଇପାରେ ଆମେରିକା
ଯଦି ଆଗକୁ ଆବଶ୍ୟକ ପଡେ ତାହେଲେ ଆମେରିକା ପକ୍ଷରୁ ଏପରି କାର୍ଯ୍ୟାନୁଷ୍ଠାନ ଜାରି ରଖାଯିବ।
ବାଗଦାଦ: ଇରାନ ସମର୍ଥିତ ବିଦ୍ରୋହୀ ଗୋଷ୍ଠୀ ବିଦ୍ରୋହୀ ଗୋଷ୍ଠୀ ସହ ଚାଲିଥିବା ସଂଘର୍ଷକୁ ନେଇ ଅଶାନ୍ତ ହୋଇଉଠିଛି ଇରାକ-ସିରିୟା ସୀମା। ବୁଧବାର ପଶ୍ଚିମ ଇରାକସ୍ଥିତ ଏକ ସାମରିକ ବିମାନ ବନ୍ଦରକୁ ଟାର୍ଗେଟ କରାଯାଇ ରକେଟ ଆକ୍ରମଣ କରଯାଇଛି। ଏ ଘଟଣା ବାବଦରେ ଗଣାମାଧ୍ୟମକୁ ଅବଗତ କରାଇଛି ଇରାକ ଠାରେ ଅବସ୍ଥାପିତ ଆମେରିକା ନେତୃତ୍ୱାଧିନ ଗଠବନ୍ଧନ ସେନାବାହିନୀ।
ଏହି ଆକ୍ରମଣରେ ହୋଇଥିବା କ୍ଷୟକ୍ଷତି ବାବଦରେ କିଛି ଜଣାପଡିନାହିଁ। ଏ ଘଟଣାରେ ପ୍ରତିକ୍ରିୟା ରଖି ଗଠବନ୍ଧନ ସେନାବାହିନୀ ମୁଖପାତ୍ର କର୍ଣ୍ଣେଲ ବାୟେନ ମାରୋଟ୍ଟୋ କହିଛନ୍ତି ଇରାକସ୍ଥିତ ଅଲ ଅସଦ ସୈନ୍ୟ କ୍ୟାମ୍ପ ଉପରେ ବୁଧବାର ସକାଳେ ରକେଟ ଆକ୍ରମଣ ହୋଇଥିଲା। ଗଠବନ୍ଧନ ସେନାବାହିନୀକୁ ଟାର୍ଗେଟ କରି ହୋଇଥିବା ଏହି ଆକ୍ରମଣ ଘଟଣାରେ ଇରାକ ସୁରକ୍ଷା ବଳ ନେତୃତ୍ୱରେ ତଦନ୍ତ କରାଯାଉଛି। କେଉଁ ସ୍ଥାନରୁ ଏହି ଆକ୍ରମଣ କରାଯାଉଥିଲା ତାହକୁ ଚିହ୍ନଟ କରାଯାଇଛି। ଏହି ଆକ୍ରମଣରେ ସେପରି କୌଣସି ବଡ ଧରଣର କ୍ଷୟକ୍ଷତି ହୋଇନାହିଁ ବୋଲି ଇରାକ ସୁରକ୍ଷା ଏଜେନ୍ସି ପକ୍ଷରୁ କୁହାଯାଇଛି।
Also Read: Israel କ୍ଷେପଣାସ୍ତ୍ର ଆକ୍ରମଣରେ ଥରହର Syria, ରାତି ସାରା ସତର୍କ ରହିଲା Air Defense System
ଗତ ସପ୍ତାହରେ ଇରାକ-ସିରିୟା ସୀମାରେ ଇରାନ ସମର୍ଥିତ ବିଦ୍ରୋହୀ ଗୋଷ୍ଠୀ (Iran Backed Militia) ଆଡ୍ଡା ଉପରେ ବିମାନ ଆକ୍ରମଣ କରିଥିଲା ଆମେରିକା। ଏହି କାର୍ଯ୍ୟାନୁଷ୍ଠାନ ପରେ ବିଦ୍ରୋହୀଙ୍କ ପକ୍ଷରୁ ପାଲଟା ଆକ୍ରମଣ କରାଯାଇ ବୋଲି ଆଶଙ୍କା କରାଯାଉଥିଲା।
Also Read: ଆକ୍ରମଣର ବଦଲା ନେଲା ଆମେରିକା; ଏୟାର ଷ୍ଟ୍ରାଇକ କରି ମାଟିରେ ମିଶାଇଦେଲା ବିଦ୍ରୋହୀ କ୍ୟାମ୍ପ
ଇରାକ-ସିରିୟା ସୀମାରେ ଗ୍ରହଣ କରାଯାଇଥିବା ସାମରିକ କାର୍ଯ୍ୟାନୁଷ୍ଠାନ ଉପରେ ପ୍ରତିକ୍ରିୟା ରଖି ଆମେରିକୀୟ ସୈନ୍ୟ ମୁଖ୍ୟାଳୟ (Amrican Army Headquarter) ପେଣ୍ଟାଗନ (Pentagon) ପକ୍ଷରୁ କୁହାଯାଇଛି ଇରାନ ସମର୍ଥିତ ବିଦ୍ରୋହୀ ଗୋଷ୍ଠୀ କାତାବ ହିଜିବୁଲ୍ଲା (Kataeb Hezbollah) ଏବଂ କାତାବ ସୈୟଦ ଅଲ ସୁହାଦା (Kataeb Sayyid al-Shuhada) ବିରୁଦ୍ଧରେ ବିମାନ ଆକ୍ରମଣ କରାଯାଇଛି। ବିଦ୍ରୋହୀଙ୍କ ପକ୍ଷରୁ ଗଠବନ୍ଧନ ସେନାବାହିନୀ ଉପରେ ହୋଇଥିବା ଆକ୍ରମଣର ପ୍ରତି ଜବାବ। ଯଦି ଆଗକୁ ଆବଶ୍ୟକ ପଡେ ତାହେଲେ ଆମେରିକା ପକ୍ଷରୁ ଏପରି କାର୍ଯ୍ୟାନୁଷ୍ଠାନ ଜାରି ରଖାଯିବ।
Also Read: ଆକ୍ରମଣର ବଦଲା ନେଲା ଫ୍ରାନ୍ସ, ସେନା କାର୍ଯ୍ୟାନୁଷ୍ଠାନରେ ଗଡିଲା ୫୦ ଆତଙ୍କୀ ମୁଣ୍ଡ
ଗତ ମାସ ଶେଷ ସପ୍ତାହରେ ଇରାନ ସମର୍ଥିତ ବିଦ୍ରୋହୀ ଗୋଷ୍ଠୀ ଉପରେ ବିମାନ ଆକ୍ରମଣ କରାଯାଇଥିଲା। ଏ ଘଟଣାରେ ପ୍ରତିକ୍ରିୟା ରଖି ପେଣ୍ଟାଗନ ପକ୍ଷରୁ କୁହାଯାଇଥିଲ ଗତ ମାସ ଆରମ୍ଭରେ ଉତ୍ତର ଇରାକ ସ୍ଥିତ ଇରୱିଲ ବିମାନବନ୍ଦର ନିକଟରେ ବିଦ୍ରୋହୀଙ୍କ ପକ୍ଷରୁ ହୋଇଥିବା ଆକ୍ରମଣର ଜବାବ ଦେବା ଲାଗି ଏହି ଆକ୍ରମଣ କରାଯାଇଛି।