ସେନା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ସାମଗ୍ରୀ ଜବତ କରିଛି। ମୁଁ ଆମର ସୈନିକଙ୍କ ବୀରତ୍ୱକୁ ନମସ୍କାର କରୁଛି।
Trending Photos
ପ୍ୟାରିସ: ଆତଙ୍କବାଦକୁ ସମୂଳେ ନାଶ କରିବା ପାଇଁ ଅଣ୍ଟା ଭିଡିଛି ଫ୍ରାନ୍ସ (France)।ଏହିକ୍ରମରେ ଆଫ୍ରିକୀୟ ଦେଶ (African Nation) ମାଲି (Mali) ଠାରେ ଅଲ୍ କାଏଦା ସଙ୍ଗଠନ (Al Qaeda Terror Group) ସହ ଜଡିତ ୫୦ ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଛି। ଆତଙ୍କବାଦୀଙ୍କ ବିରୁଦ୍ଧରେ ହୋଇଥିବା ସାମରିକ କାର୍ଯ୍ୟାନୁଷ୍ଠାନ ବାବଦରେ ସ୍ପଷ୍ଟ କରିଛନ୍ତି ଫ୍ରାନ୍ସ ପ୍ରତିରକ୍ଷା ମନ୍ତ୍ରୀ (French Defense Minister) ଫ୍ଲୋରେନ୍ସ ପାର୍ଲି (Florence Parly)।
ଗତ ସପ୍ତାହରେ ମାଲିର ମଧ୍ୟଭାଗରେ ଫ୍ରାନ୍ସ ସେନା (French Troops) ପକ୍ଷରୁ ଆତଙ୍କବାଦ ବିରୋଧି ଯୁଦ୍ଧ ଆରମ୍ଭ କରାଯାଇଥିବା ନେଇ ଜଣାଇଛନ୍ତି ଫ୍ରାନ୍ସ ପ୍ରତିରକ୍ଷା ମନ୍ତ୍ରୀ। ଏନେଇ ସେ କହିଛନ୍ତି ଗତ ଅକ୍ଟୋବର ୩୦ ତାରିଖରେ ମାଲି ଠାରେ ଆମର ସୈନ୍ୟ ବାହିନୀ ୫୦ରୁ ଅଧିକ ଜିହାଦୀଙ୍କୁ ହତ୍ୟା କରିଛନ୍ତି। ସେଠାରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସାମରିକ ଅପରେସନ୍ କରାଯାଇଛି। ସେନା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ସାମଗ୍ରୀ ଜବତ କରିଛି। ମୁଁ ଆମର ସୈନିକଙ୍କ ବୀରତ୍ୱକୁ ନମସ୍କାର କରୁଛି। ଦେଶର ସୀମା ଠାରୁ ବହୁ ଦୂରରେ ରହି ସେମାନେ ଆମର ସୁରକ୍ଷା ପାଇଁ କାମ କରୁଛନ୍ତି।
Je viens de m'entretenir avec le président de transition malien, ainsi que le vice-président et le ministre de la défense et des anciens combattants. Échanges francs et constructifs. 1/6
— Florence Parly (@florence_parly) November 2, 2020
ମାଲିର ଯେଉଁ ଅଞ୍ଚଳରେ ଏହି ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ପଡୋଶୀ ଦେଶ ବୁର୍କିନାଫାସୋ-ନାଇଜର ସୀମା (Burkina Faso–Niger Border) ଠାରେ ଅବସ୍ଥିତ। ଏଠାରେ ନିୟୋଜିତ ଥିବା ଧାର୍ମିକ କଟ୍ଟରତାର ସମର୍ଥକ ଆତଙ୍କବାଦୀଙ୍କ ବିରୁଦ୍ଧରେ ଲଢେଇ ଜାରିରଖିଛି। ଆତଙ୍କବାଦୀଙ୍କୁ ଯେ ପର୍ଯ୍ୟନ୍ତ ସମୂଳେ ଧ୍ୱଂସ ନକରାଯାଇଛି ସେ ପର୍ଯ୍ୟନ୍ତ ଯୁଦ୍ଧ ଜାରି ରହିବା ନେଇ ଜଣାଇଛନ୍ତି ଫ୍ରାନ୍ସ ସରକାର।