Anant Ambani: ଏବେ କିଛି ଦିନ ହେଲାଣି ବେଶ୍ ଚର୍ଚ୍ଚାରେ ରହିଛନ୍ତି ମୁକେଶ ଓ ନୀତା ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ । କାରଣ ଖୁବ ଶୀଘ୍ର ଆଣ୍ଟିଲିଆରେ ବାଜିବ ଶାହାନାଇ । ରାଧିକା ମର୍ଚାଣ୍ଟକୁ ଖୁବ ଶୀଘ୍ର ନିଜ ଜୀବନସାଥୀ କରିବାକୁ ଯାଉଛନ୍ତି ଅନନ୍ତ ଅମ୍ବାନୀ ।  ଜାନୁଆରୀ ୧୯ ରେ ଅଧିକାରୀକ ଭାବେ ଅମ୍ବାନୀ ବାସଭବନ ଆଣ୍ଟିଲିଆରେ ନିର୍ବନ୍ଧ ହୋଇଥିବା ବେଳେ ବିବାହ କେବେ ସେ ନେଇ କୌଣସି ତାରିଖ ଘୋଷଣା କରାଯାଇନାହିଁ। ହେଲେ ଏହାପୂର୍ବରୁ ଦେଶର ଚାରିଧାମ ଭ୍ରମଣରେ ବାହାରିଛନ୍ତି ଅନନ୍ତ ଅମ୍ବାନୀ ଓ ତାଙ୍କ ଭାବି ପତ୍ନୀ ରାଧିକା। 


COMMERCIAL BREAK
SCROLL TO CONTINUE READING

ତେବେ କିଛିଦିନ ତଳେ ଦେଖିବାକୁ ମିଳିଛି ରାଧିକା ଓ ଅନନ୍ତ ନିଜ ବିବାହର ନିମନ୍ତ୍ରଣ ଦେବାକୁ ଯାଇ ବିଭିନ୍ନ ମନ୍ଦିର ଓ ଧର୍ମସ୍ଥଳୀକୁ ଯାଉଛନ୍ତି । ହେଲେ ଏହି ଦୁହିଁଙ୍କ ଫଟୋ ସେୟାର ପରେ ଅନେକ ଫ୍ୟାନ୍ସ ଫଲୋଅର୍ସ ରାଧିକାଙ୍କ ସହ ଅନନ୍ତଙ୍କ ଯୋଡିକୁ ପସନ୍ଦ କରୁନାହାଁନ୍ତି । ରାଧିକା ବହୁତ ସୁନ୍ଦର ହୋଇଥିବା ବେଳେ ଅନନ୍ତଙ୍କ ଶରୀରକୁ ନେଇ ଅନେକ ଲୋକ ବହୁତ କିଛି କଥା କହୁଛନ୍ତି । ଯାହାକୁ ଗ୍ରହଣ କରିନାହାଁନ୍ତି ଅନନ୍ତଙ୍କ ମା  ନୀତା ଅମ୍ବାନୀ । ସେ କହିଛନ୍ତି ଯେ, ଅନନ୍ତଙ୍କ ବ୍ୟବହାର ଓ ଚାଲିଚଳଣକୁ ଦେଖି ତାଙ୍କୁ ଭଲପାଇଥିଲେ ରାଧିକା । ରାଧିକା ବହୁତ ଭଲ ଝିଅ । ପ୍ରେମକୁ ଠିକ୍ ଭାବେ ବୁଝନ୍ତି ରାଧିକା ବୋଲି ସେ କହିଥିବା ଚର୍ଚ୍ଚା ହେଉଛି।


ପାଞ୍ଚ ବର୍ଷ ପୂର୍ବେ, TOI କୁ ଦେଇଥିବା ଏକ ସାକ୍ଷାତକାରରେ ନୀତା ଅମ୍ବାନୀ(Nita Ambani) କହିଥିଲେ ଯେ ତାଙ୍କ ସାନ ପୁଅ ଆସ୍ଥମା ରୋଗରେ ପୀଡିତ ଥିଲେ । ସେଥିପାଇଁ ତାଙ୍କୁ ଅନେକ ଷ୍ଟେରଏଡ ନେବାକୁ ପଡ଼ିଥିଲା। ବାରମ୍ବାର ଷ୍ଟେରଏଡ ନେବା କାରଣରୁ, ଅନନ୍ତଙ୍କ ଓଜନ ୨୦୮ କିଲୋଗ୍ରାମ ପର୍ଯ୍ୟନ୍ତ ଯାଇଥିଲା । ଅନନ୍ତ ଅମ୍ବାନୀ ଏହା ପରେ ପରେ ଶହେ କିଲୋ କୁ ଖସିଆସିଥିଲେ ଅର୍ଥାତ୍ ୧୦୮ କିଲୋ କମାଇଥିଲେ ଅନନ୍ତ। ଯାହା ଇଣ୍ଟରନେଟ(Internet)ରେ ବହୁତ ହଇଚଇ ସୃଷ୍ଟି କରିଥିଲା। ସମସ୍ତେ ତାଙ୍କଠାରୁ ଏହି ପରିବର୍ତ୍ତନର ଟିପ୍ସ ଏବଂ ଏହା ପଛରେ କଠିନ ପରିଶ୍ରମ ଜାଣିବାକୁ ଚାହୁଁଥିଲେ । ରିପୋର୍ଟ ଅନୁଯାୟୀ, ଅନନ୍ତ ଅମ୍ବାନୀ ମାତ୍ର ୧୮ ମାସ ମଧ୍ୟରେ କଠିନ ପରିଶ୍ରମ କରି ୧୦୮ କିଲୋଗ୍ରାମ ହ୍ରାସ କରିଥିଲେ।


ଦୁନିଆର ସବୁଠାରୁ ଧନୀ ବ୍ୟବସାୟୀ ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ର ମାଲିକ ମୁକେଶ ଅମ୍ବାନୀଙ୍କ ଘରେ ଖୁସି ଏବେ କହିଲେ ନସେର। ବାସ୍ତବରେ, ମୁକେଶଙ୍କ ସାନପୁଅ ଅନନ୍ତ ଅମ୍ବାନୀ ରାଧିକାଙ୍କ (Anant Ambani-Radhika Merchant) ସହ ନିର୍ବନ୍ଧ ସରିଛି । ବର୍ତ୍ତମାନ ଏହି ସମାରୋହର ଅନେକ ଫଟୋ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି । ଉଭୟ ପରିବାରରେ ଖୁସିର ବାତାବରଣ ଖେଳିଯାଇଛି।


(Disclaimer: ଏହି ଆର୍ଟିକିଲରେ ଦିଆଯାଇଥିବା ସୂଚନା ସାଧାରଣ ଅନୁମାନ ଉପରେ ଆଧାରିତ । ଜୀ ଓଡି଼ଶା ନ୍ୟୁଜ୍ ଏହାକୁ ନିଶ୍ଚିତ କରେ ନାହିଁ ।)