ବଡ଼ ଖବର: ଏପରି ଚାଷୀଙ୍କ ଠାରୁ ଫେରାଇ ନିଆଯିବ `ପିଏମ କିସାନ ନିଧି ସ୍କିମ୍`ର ୬୦୦୦ ଟଙ୍କା !
PM-Kisan Nidhi scheme: ତାମିଲନାଡୁରେ ଏହି ଯୋଜନାରେ ଦେଶର ସବୁଠାରୁ ବଡ ପଦକ୍ଷେପ ନିଆଯାଇଛି । ସୂଚନାନୁସାରେ, ୯୬ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ସେବା ବନ୍ଦ ହୋଇଯାଇଛି ।
ନୂଆଦିଲ୍ଲୀ: PM-Kisan Nidhi scheme: ଦେଶରେ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା (Pradhan Mantri Kisan Samman Nidhi Scheme) ରେ ଦୁର୍ନୀତି ଜାରି ରହିଛି । ତାମିଲନାଡୁ ହେଉ କିମ୍ବା ୟୁପି, ସବୁ ଆଡ଼େ ଦୁର୍ନୀତି ହେବାରେ ଲାଗିଛି । ଦୁର୍ନୀତିଗ୍ରସ୍ତ ଲୋକମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Modi) ଙ୍କ ସବୁଠାରୁ ବଡ କୃଷକ ଯୋଜନାକୁ ମଧ୍ୟ ଛାଡି ନାହାଁନ୍ତି । ତେବେ ବିଭିନ୍ନ ସ୍ଥାନରୁ ଆସୁଥିବା ଦୁର୍ନୀତି ଖବର ମଧ୍ୟରେ ସରକାର ମଧ୍ୟ କଠୋର ହୋଇପଡିଛନ୍ତି । ଯେଉଁମାନେ ଭୁଲ ଭାବରେ ଟଙ୍କା ନେଇଛନ୍ତି ସେମାନଙ୍କୁ ସେହି ରାଶି ଫେରସ୍ତ କରିବାକୁ କୁହାଯିବ । ଯଦି ତାହା କରା ନ ଯାଏ, ତେବେ ସରକାରୀ ଅର୍ଥ ପୁନରୁଦ୍ଧାର ପାଇଁ କୃଷି ବିଭାଗ ଏଫ୍ଆଇଆର୍ ରୁଜୁ କରିବ ।
ଗତ ସେପ୍ଟେମ୍ବରରେ ଏହା ଦେଖିବାକୁ ମିଳିଥିଲା ଯେ ୟୁପିର ବାରାବାଙ୍କି ଜିଲ୍ଲାରେ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧିରେ ଏକ ବଡ ଘୋଟାଲା ହୋଇଛି । ଅଢ଼େଇ ଲକ୍ଷ ଅଯୋଗ୍ୟ ହିତାଧିକାରୀ ଟଙ୍କା ପାଇଛନ୍ତି । ଧନରାଶି ପ୍ରତ୍ୟାହାର ପାଇଁ ପ୍ରଶାସନ ଏକ ଅଭିଯାନ ଆରମ୍ଭ କରିଛି । ସେପ୍ଟେମ୍ବରରେ ଗାଜିପୁରରେ ମଧ୍ୟ ସମାନ ମାମଲା ସାମ୍ନାକୁ ଆସିଥିଲା । ପ୍ରକାଶ ଯେ, ଏଠାରେ ୧.୫ ଲକ୍ଷ ନକଲି ଚାଷୀଙ୍କ ୧.୫ ଲକ୍ଷ ନାମ ମଧ୍ୟ ଏଠାରେ ଡିଲିଟ କରାଯାଇଛି । ଯାଞ୍ଚ କରି ଅଯୋଗ୍ୟ ଲୋକଙ୍କୁ ଚିହ୍ନଟ ପାଇଁ ଉଦ୍ୟମ କରାଯାଉଛି ।
ଅଧିକ ପଢ଼ନ୍ତୁ:-ଆଜେରବାଇଜାନ ବିରୋଧରେ ଆର୍ମେନିଆର ସମର୍ଥନରେ ଓହ୍ଲାଇଲେ ଭାରତୀୟ !
ତାମିଲନାଡୁରେ ଏହି ଯୋଜନାରେ ଦେଶର ସବୁଠାରୁ ବଡ ପଦକ୍ଷେପ ନିଆଯାଇଛି । ସୂଚନାନୁସାରେ, ୯୬ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ସେବା ବନ୍ଦ ହୋଇଯାଇଛି । ୩୪ ଅଧିକାରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଛି । ୧୩ଟି ଜିଲ୍ଲାରେ FIR ରୁଜୁ କରି ୫୨ ଜଣଙ୍କୁ ଗିରଫ କରାଯାଇଛି ।
ଏପରି ପରିସ୍ଥିତିରେ ଧରି ନିଆଯାଇଛି ଯେ ଯଦି ଆପଣ ଭୁଲ ଉପାୟରେ ଏହି ଯୋଜନାର ଫାଇଦା ନେଇଛନ୍ତି, ତେବେ ଯେକୌଣସି ସ୍ଥିତିରେ ଏହାକୁ ସରକାରୀ ରାଜକୋଷକୁ ଫେରାଇବାକୁ ପଡିବ । ସେହି ଟଙ୍କା କେହି ହଜମ କରିପାରିବେ ନାହିଁ । କେନ୍ଦ୍ର କୃଷି ମନ୍ତ୍ରଣାଳୟ ପୂର୍ବରୁ ରାଜ୍ୟମାନଙ୍କୁ ଚିଠି ଲେଖି କହିଛି ଯେ ଯଦି ଅଯୋଗ୍ୟ ବ୍ୟକ୍ତିଙ୍କୁ ଟଙ୍କା ମିଳିବାର ସୂଚନା ମିଳୁଛି, ତେବେ ସେମାନଙ୍କ ଠାରୁ ଟଙ୍କା କିପରି ଫେରସ୍ତ ହେବ । ଏପରି ଲୋକଙ୍କୁ ଟଙ୍କା DBT (Direct Benefit Transfer) ରୁ ଯାଇଛି ଏବଂ DBT ରୁ ହିଁ ଫେରାଇ ନିଆଯିବ ।
ଅଧିକ ପଢ଼ନ୍ତୁ:-କୋରୋନାରେ ଅବିବାହିତ ଲୋକଙ୍କ ମୃତ୍ୟୁ ହେବାର ଆଶଙ୍କା ଅଧିକ !
ସୂତ୍ରରୁ ପ୍ରକାଶ ଯେ ଏହିପରି ହିତାଧିକାରୀମାନେ ସେମାନଙ୍କ ବ୍ୟାଙ୍କକୁ ଟ୍ରାଞ୍ଜେକଶନ୍ ଫେରସ୍ତ ପାଇଁ ଆବେଦନ କରିବା ଉଚିତ୍ । ବ୍ୟାଙ୍କମାନେ ଏହି ଟଙ୍କାକୁ ଏକ ପୃଥକ ଆକାଉଣ୍ଟରେ ରଖି ସରକାରଙ୍କୁ ଫେରସ୍ତ କରିବ । ରାଜ୍ୟ ସରକାର ହିତାଧିକାରୀଙ୍କୁ ଟଙ୍କା ଫେରସ୍ତରେ ସାହାଯ୍ୟ କରନ୍ତୁ । ରାଜ୍ୟ ଅଯୋଗ୍ୟ ହିତାଧିକାରୀଙ୍କ ଠାରୁ ଟଙ୍କା ଫେରାଇ ନେଇ ଏହାକୁ https://bharatkosh.gov.in/ ରେ ଜମା କରନ୍ତୁ ।