Balakot Airstrike ଭାଇରାଲ ଚାଟ୍; ଗିରଫ ହେବେ ବରିଷ୍ଠ ସାମ୍ବାଦିକ!
ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମ୍ (P Chidambaram) ଟ୍ୱିଟ୍ କରି କହିଛନ୍ତି ଯେ, ବାଲାକୋଟ ଏୟାରଷ୍ଟ୍ରାଇକ (Balakot Airstrike) ର ତିନି ଦିନ ପୂର୍ବରୁ ଜଣେ ସାମ୍ବାଦିକ ଜାଣିଥିଲେ କି? ଯଦି ହଁ, ତେବେ ଏହାର ଗ୍ୟାରେଣ୍ଟି କ’ଣ ଯେ ତାଙ୍କ ସୂତ୍ର ପାକିସ୍ତାନୀ ଗୁପ୍ତଚର (Pakistani intelligence) କିମ୍ବା ଖବରୀଙ୍କ ସହ ଏହି ତଥ୍ୟ ସେୟାର କରିନଥିବେ।
ନୂଆଦିଲ୍ଲୀ: ବାଲାକୋଟ ଏୟାରଷ୍ଟ୍ରାଇକକୁ ନେଇ କଂଗ୍ରେସ ପୁଣି ଥରେ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହେଉଛି। ଦଳ ଅଭିଯୋଗ କରିଛି ଯେ, ଏୟାରଷ୍ଟ୍ରାଇକ ପୂର୍ବରୁ କିଛି ଲୋକ ଏହା ବିଷୟରେ ଜାଣିଥିଲେ। ଏହା ଜାତୀୟ ସୁରକ୍ଷା ସହିତ ଖେଳ। ସରକାରୀ ସମର୍ଥକ ସାମ୍ବାଦିକ କିପରି ଏହି ସୂଚନା ପାଇଛନ୍ତି ସେ ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ କଂଗ୍ରେସ ଉତ୍ତର ମାଗିଛି। ଖୁବଶୀଘ୍ର ଦଳ ଦେଶବାସୀଙ୍କ ମଧ୍ୟରେ ଜାତୀୟ ସୁରକ୍ଷା ସହ ଜଡିତ ଏହି ସବୁ ପ୍ରସଙ୍ଗ ରଖିବ ବୋଲି କଂଗ୍ରେସ ନେତା କହିଛନ୍ତି।
ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମ୍ (P Chidambaram) ଟ୍ୱିଟ୍ କରି କହିଛନ୍ତି ଯେ, ବାଲାକୋଟ ଏୟାରଷ୍ଟ୍ରାଇକ (Balakot Airstrike) ର ତିନି ଦିନ ପୂର୍ବରୁ ଜଣେ ସାମ୍ବାଦିକ ଜାଣିଥିଲେ କି? ଯଦି ହଁ, ତେବେ ଏହାର ଗ୍ୟାରେଣ୍ଟି କ’ଣ ଯେ ତାଙ୍କ ସୂତ୍ର ପାକିସ୍ତାନୀ ଗୁପ୍ତଚର (Pakistani intelligence) କିମ୍ବା ଖବରୀଙ୍କ ସହ ଏହି ତଥ୍ୟ ସେୟାର କରିନଥିବେ। ଚିଦାମ୍ବରମଙ୍କ ଏହି ଟ୍ୱିଟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ (Rajnath Singh)ଙ୍କୁ ଟ୍ୟାଗ୍ କରିଛନ୍ତି।
Also Read: ଭାଙ୍ଗିଯିବ ମହାରାଷ୍ଟ୍ର ସରକାର! ଶିବସେନା, କଂଗ୍ରେସ-NCP ମଧ୍ୟରେ ଟଣାଓଟରା
ସେପଟେ କଂଗ୍ରେସ (Congress) ର ବରିଷ୍ଠ ନେତା ରଣଦୀପ ମଧ୍ୟ ପାର୍ଟି ମୁଖ୍ୟାଳୟରେ ଗଣମାଧ୍ୟମର ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ, ଦଳ ମୁମ୍ବାଇ ପୋଲିସର ଚାର୍ଜସିଟ ଅଧ୍ୟୟନ କରୁଛି। ଜାତୀୟ ସୁରକ୍ଷା ସହ ଜଡିତ ଏହା ଏକ ଗମ୍ଭୀର ପ୍ରସଙ୍ଗ। ଏହି ପ୍ରସଙ୍ଗରେ ଦଳ ଖୁବଶୀଘ୍ର ସର୍ବସାଧାରଣରେ ନିଜର ମତ ଉପସ୍ଥାପନ କରିବ। ଦଳର ଷ୍ଟାଣ୍ଡରୁ ଏହା ସ୍ପଷ୍ଟ ହୋଇଛି ଯେ ବାଲାକୋଟ ଏୟାରଷ୍ଟ୍ରାଇକ ଏବଂ ଜାତୀୟ ସୁରକ୍ଷା (National security) ସହ ସରକାରଙ୍କୁ ଘେରିବା ପାଇଁ ଦଳ ଏକ ବ୍ୟାପକ ରଣନୀତି ଆପଣେଇଛି।
ସାମ୍ବାଦିକଙ୍କ ହ୍ୱାଟସଅପ ଚାଟ୍ ଭାଇରାଲ ପରେ ଶିବସେନା (Shiv Sena) ମଧ୍ୟ ଆକ୍ସନ ମୁଡରେ ଆସିଛି। ପ୍ରତିରକ୍ଷା ବିଭାଗର ଗୁରୁତ୍ୱପୂର୍ଣ୍ଣ ସୂଚନା ଲିକ୍ ହେବା ଦେଶର ଆନ୍ତରୀକ ସୁରକ୍ଷା ନିୟମ ଉଲ୍ଲଙ୍ଘନ। ତେଣୁ କେନ୍ଦ୍ର ସରକାର ଯଥାଶୀଘ୍ର ସମ୍ପୃକ୍ତ ସାମ୍ବାଦିକଙ୍କୁ ଗିରଫ କରନ୍ତୁ ବୋଲି ଦଳ ଦାବି କରିଛି। ୨୦୧୯ ଫେବୃଆରୀ ୨୬ରେ ବାଲାକୋଟ ଏୟାରଷ୍ଟ୍ରାଇକ ହୋଇଥିଲା। ଏହାର ତିନି ଦିନ ପୂର୍ବରୁ ସାମ୍ବାଦିକଙ୍କ ପାଖରେ ସୂଚନା କେମିତି ପହଞ୍ଚିଲା ତାହା ତଦନ୍ତ ହେଉ ବୋଲି ଶିବସେନା କହିଛି।