• ପ୍ରଥମ ଇଂନିସରେ ୨୪୯ରେ ନ୍ୟୁଜିଲାଣ୍ଡ ଅଲଆଉଟ
  • ଆଜି ପୁଣି ବଢିଲା ପେଟ୍ରୋଲ ଦର
  • ମାସକ ଭିତରେ ୭ ଟଙ୍କା ବଢିଲାଣି ଦର
  • ଦେଶୀ ଟିକା କୋଭାକ୍ସିନର ୩ୟ ପର୍ଯ୍ୟାୟ ପରୀକ୍ଷଣ ସଫଳ
  • ସାରା ଦେଶରେ ହୋଇଥିଲା ପରୀକ୍ଷଣ
  • ସଫଳତା ହାର ୭୭.୮ ପ୍ରତିଶତ ବୋଲି ଦର୍ଶାଇଛି ଭାରତ ବାୟୋଟେକ
  • କଟକରେ ନକଲି କୋଭିଡ ଔଷଧ କାରବାର ମାମଲା
  • ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କଲେ ଶିବ ଜେନା
  • ମେଡିଲଏଡ ମେଡିକାମେଣ୍ଟର ମୁଖ୍ୟ ଶିବ ଜେନା
  • ଜଳେଶ୍ଵର ଓ ଭୋଗରାଇ ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢଉ

ଭାଙ୍ଗିଯିବ ମହାରାଷ୍ଟ୍ର ସରକାର! ଶିବସେନା, କଂଗ୍ରେସ-NCP ମଧ୍ୟରେ ଟଣାଓଟରା

ଗତ ବିଧାନସଭା ନିର୍ବାଚନ (Maharastra Election) ଫଳାଫଳ ପରଠୁ ମହାରାଷ୍ଟ୍ରର ରାଜନୈତିକ ରୂପ ବଦଳିଛି। ରାଜ୍ୟରେ BJP ବହୁମତ ପାଇଥିଲେ ମଧ୍ୟ ସରକାର ଗଠନ କରିପାରି ନାହିଁ। ଶିବସେନା (Sivsena) ସହ ମିଶି ପ୍ରଥମେ ସରକାର ଗଠନ କରିବାକୁ ଦେବେନ୍ଦ୍ର ଫଡନାଭିସ୍ ପ୍ଲାନ କରିଥିଲେ। 

ଭାଙ୍ଗିଯିବ ମହାରାଷ୍ଟ୍ର ସରକାର! ଶିବସେନା, କଂଗ୍ରେସ-NCP ମଧ୍ୟରେ ଟଣାଓଟରା
ଭାଙ୍ଗିଯିବ ମହାରାଷ୍ଟ୍ର ସରକାର! ଶିବସେନା, କଂଗ୍ରେସ-NCP ମଧ୍ୟରେ ଟଣାଓଟରା

ନୂଆଦିଲ୍ଲୀ: ମହାରାଷ୍ଟ୍ରର ଉଦ୍ଧବ ସରକାର ଉପରେ ଏବେ ଖଣ୍ଡା ଝୁଲୁଛି। ଦିନକୁ ଦିନ ମହା ବିକାଶ ଅଘାଡି ମଧ୍ୟରେ ତିକ୍ତତା ବୃଦ୍ଧି ପାଇବାରେ ଲାଗିଛି। ବର୍ଷେ ପୂର୍ବରୁ ଶିବସେନା, କଂଗ୍ରେସ-NCP ମିଳିତ ଭାବେ ରାଜ୍ୟର ମେଣ୍ଟ ସରକାର ଗଠନ କରିଥିଲେ। କିନ୍ତୁ ଏବେ ଉଭୟେ ଉଭୟଙ୍କ ଉପରକୁ କାଦୁଅ ଫୋପାଡିବାକୁ ଆରମ୍ଭ କରିଦେଲେଣି। ଏପରି ପରିସ୍ଥିତିରେ ମହାରାଷ୍ଟ୍ରରେ ଉଦ୍ଧବ ସରକାର କେତେ ଦିନ ତିଷ୍ଟିବ ତାହାକୁ ନେଇ ଏକ ବଡ ପ୍ରଶ୍ନ ଉଠୁଛି।

ଗତ ବିଧାନସଭା ନିର୍ବାଚନ (Maharastra Election) ଫଳାଫଳ ପରଠୁ ମହାରାଷ୍ଟ୍ରର ରାଜନୈତିକ ରୂପ ବଦଳିଛି। ରାଜ୍ୟରେ BJP ବହୁମତ ପାଇଥିଲେ ମଧ୍ୟ ସରକାର ଗଠନ କରିପାରି ନାହିଁ। ଶିବସେନା (Shiv sena) ସହ ମିଶି ପ୍ରଥମେ ସରକାର ଗଠନ କରିବାକୁ ଦେବେନ୍ଦ୍ର ଫଡନାଭିସ୍ ପ୍ଲାନ କରିଥିଲେ। କିନ୍ତୁ ନିଜର କ୍ଷମତା ଲୋଭି ମନବୃତ୍ତି ପାଇଁ ସେ ସେଥିରେ ସଫଳ ହେଲେ ନାହିଁ। କଂଗ୍ରେସ-NCP ମିଳିତ ଭାବେ ମହା ବିକାଶ ଅଘାଡି (Maha Vikas Aghadi) ସରକାର ଗଢିବାକୁ ଚେଷ୍ଟା କରିଥିଲେ। ସରକାର ଗଠନ ପାଇଁ ଆବଶ୍ୟକୀୟ ସଂଖ୍ୟା ନଥିବାରୁ ଶିବସେନା ସହାୟତାରେ ମହା ବିକାଶ ଅଘାଡି ସରକାର ଗଠନ ହେଲା। ଆଉ ଉଦ୍ଧବ ଠାକରେ (Uddhav Thackeray) ଙ୍କୁ ମୁଖ୍ୟମନ୍ତ୍ରୀ କରାଗଲା।

Also Read: ପଶ୍ଚିମବଙ୍ଗରେ ବିଜେପିର ଖେଳ ବିଗାଡ଼ିବ ଶିବସେନା, 'ଦିଦି'ଙ୍କ ପାଇଁ ସହଜ ହେବ ଲଢ଼େଇ!

ମହାରାଷ୍ଟ୍ରରେ ମହା ବିକାଶ ଅଘାଡି ସରକାର ଗଠନ ହେବା ଦିନଠାରୁ ସରକାରଙ୍କ ସ୍ଥିତାବସ୍ଥାକୁ ନେଇ ପ୍ରଶ୍ନ ଉଠିଥିଲା। ଶିବସେନା ହିନ୍ଦୁତ୍ୱବାଦୀ ବିଚାରଧାରାର ହୋଇଥିବା ବେଳେ କଂଗ୍ରେସ (Congress)  ସିକୁଲାର ବିଚାରାରେ ଅନୁପ୍ରାଣିତ। କଂଗ୍ରେସ ଓ ଶିବସେନା ପରସ୍ପର ପରିପୂରକ ହୋଇଥିବାକୁ ଉଭୟେ ଗୋଟିଏ ନିଆଣରେ କିଭଳି ରହିବେ ବୋଲି ରାଜନୈତିକ ବିଶେଷଜ୍ଞମାନେ ଆକଳନ କରିଛନ୍ତି। ଆଉ ଏହାରି ଭିତରେ ଶିବସେନା, କଂଗ୍ରେସ-NCP ମଧ୍ୟରେ ଅନ୍ତରୀଣ କଳହ ସୃଷ୍ଟି ହୋଇଯାଇଛି। ବିଭିନ୍ନ ପ୍ରସଙ୍ଗକୁ ନେଇ ମେଣ୍ଟରେ ଆରୋପ ପ୍ରତ୍ୟାରୋପ ଲାଗିରହିଛି।

ଖରାପ ରାସ୍ତାକୁ ନେଇ ଶିବସେନା ଉପରେ ବର୍ଷିଲା NCP:

ନିକଟରେ ମହାରାଷ୍ଟ୍ରରେ ମହା ବିକାଶ ଅଘାଡି ସରକାରକୁ ବର୍ଷେ ବିତିଛି। କିନ୍ତୁ ଏହାରି ଭିତରେ ତ୍ରିଦଳୀୟ ମେଣ୍ଟ କାମୁଡା କାମୁଡି ହେବାରେ ଲାଗିଛନ୍ତି। ସରକାରରେ କେତେ ବିକାଶ ହୋଇଛି, ତାହାକୁ ନେଇ ନିଜର ସରକାର ଉପରେ ନିଜର ନେତା ହିଁ ପ୍ରଶ୍ନ ଉଠାଇଛନ୍ତି। କଲ୍ୟାଣ ଡୋମ୍ବିୱାଲି ନଗର ନିଗମର ଏକ କାର୍ଯ୍ୟକ୍ରମରେ NCP ଜିତେନ୍ଦ୍ର ଓୱଧ ସ୍ଥାନୀୟ ଅଞ୍ଚଳର ଖରାପ ରାସ୍ତାକୁ ଶିବସେନା ଉପରେ ବର୍ଷିଥିଲେ। ଏହି ସମୟରେ ମଞ୍ଚରେ ଶିବସେନା ବିଧାୟକ ବିଶ୍ୱନାଥ ଭୋଇର ମଧ୍ୟ ଉପସ୍ଥିତ ଥିଲେ। ଫଳରେ ଉଭୟ ନେତାଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା।

ଔରଙ୍ଗାବାଦର ନାଁ ପରିବର୍ତ୍ତନକୁ ନେଇ କଂଗ୍ରେସ-ଶିବସେନା ମୁହିଁମୁହିଁ:

ଔରଙ୍ଗାବାଦ ସହରର ନାଁ ପରିବର୍ତ୍ତନକୁ ନେଇ ରବିବାର କଂଗ୍ରେସ-ଶିବସେନା ମୁହିଁମୁହିଁ ହୋଇଛନ୍ତି। ଯେଉଁମାନଙ୍କୁ ଧର୍ମାନ୍ଧ ଓ କୃର ମୋଗଲ ସମ୍ରାଟ ଔରାଙ୍ଗଜେବ ପ୍ରିୟ ସେମାନଙ୍କୁ ଧର୍ମନିରପେକ୍ଷ କୁହାଯାଇନପାରେ ବୋଲି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି। ସେପଟେ କଂଗ୍ରେସ ଏହାର ପାଲଟା ଜବାବରେ ଶିବସେନା ଓ ବିଜେପି ଉପରେ ଆକ୍ରାମକ ହୋଇଥିଲା। ଗତ ପାଞ୍ଚବର୍ଷ ମଧ୍ୟରେ ସହରର ନାଁ ବଦଳାଇବା ପାଇଁ ସରକାର କାହିଁକି କୌଣସି ନିଷ୍ପତ୍ତି ନେଇନଥିବେ ବୋଲି ଦଳ ପ୍ରଶ୍ନ କରିଛି।

Also Read: ଜଳ ସେଚନ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଲେ ବିରୋଧି; ଜବାବ ରଖିଲା ଶାସକ ବିଜେଡି

ଭାବୁକ ରାଜନୀତିକୁ କଂଗ୍ରେର ଜୁହାର:

ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ବାଲାସେହେବ ଥୋରାଟ କହିଛନ୍ତି ଯେ, ରାଜ୍ୟରେ ଶିବାସେନା, NCP ଓ କଂଗ୍ରେସର ମିଳିତ ସରକାର ସ୍ଥିର ଅଛି। ସରକାର ସର୍ବନିମ୍ନ ବୁଝାମଣା କାର୍ଯ୍ୟକ୍ରମ (CMP) ଅନୁସାରେ କାମ କରୁଛି। କିନ୍ତୁ ସରକାରରେ ଭାବନାର ରାଜନୀତିକୁ କୌଣସି ସ୍ଥାନ ଦିଆଯିବ ନାହିଁ। ପୂର୍ବବର୍ତ୍ତୀ ସରକାରର ସହଯୋଗୀ ଶିବସେନା ଭାବନାରେ ବୁଡି ଔରଙ୍ଗାବାଦ ସହରର ନାଁ ବଦଳାଇ ସମ୍ଭାଜୀ ନଗର ରଖିବାକୁ ଚାହୁଁଛି।

ଏହି ସବୁ ରାଜନୈତିକ ବୟାନବାଜୀ ଓ ଟଣାଓଟରା ମହା ବିକାଶ ଅଘାଡି ସରକାରରେ ସବୁ ଠିକଠାକ୍ ଚାଲୁନାହିଁ ବୋଲି ସ୍ପଷ୍ଟ କରୁଛି। ଏଭଳି ପ୍ରକିକୂଳ ପରିସ୍ଥିତି ଦେଇ ଚାଲୁଥିବା ଉଦ୍ଧବ ସରକାର ମହାରାଷ୍ଟ୍ରରେ କେତେ ଦିନ ଚାଲିବ? ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ୫ ବର୍ଷର କାର୍ଯ୍ୟକାଳ ପୂରଣ କରିବେ ନା ନାହିଁ? ଏହି ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଙ୍କି ମାରୁଛି। ଯଦି ସମୟ ଥାଉଣୁ ମେଣ୍ଟରେ ସମ୍ପର୍କ ନ ସୁଧୁରେ, ତେବେ ବିଜେପି ତାର ପାଇଦା ଉଠାଇବ ଏଥିରେ କୌଣସି ସନ୍ଦେହ ନାହିଁ।