ଆସାମ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ଝଟକା: BPF ଛାଡିଲା ଏନଡିଏର ସାଥ୍, କଂଗ୍ରେସ ସହ ମିଳାଇଲା ହାତ
ଗତ ବିଧାନସଭା ନିର୍ବାଚନରେ ବିପିଏଫ୍ ରାଜ୍ୟର ୧୨୬ଟି ଆସନ ମଧ୍ୟରୁ ୧୨ଟି ଆସନ ଜିତିଥିଲା ଏବଂ ବିଜେପି ନେତୃତ୍ୱାଧୀନ ମେଣ୍ଟରେ ଯୋଗ ଦେଇଥିଲା ।
ଗୁଆହାଟୀ: Assam Assembly Polls 2021: ଆସାମ ବିଧାନସଭା ନିର୍ବାଚନ (Assam Assembly Polls 2021) ପୂର୍ବରୁ ବିଜେପି (BJP) କୁ ବଡ଼ ଝଟକା ଲାଗିଛି । ବିଜେପିର ସହଯୋଗୀ ଦଳ ବୋଡୋଲାଣ୍ଡ ପିପୁଲ୍ସ ଫ୍ରଣ୍ଟ (BPF) କଂଗ୍ରେସ ନେତୃତ୍ୱାଧୀନ ମେଣ୍ଟରେ ଯୋଗ ଦେଇଛି । ଏହା ଫଳରେ ଆସାମରେ କଂଗ୍ରେସ (Congress) ନେତୃତ୍ୱାଧୀନ ମେଣ୍ଟକୁ ବଡ଼ ଲାଭ ମିଳିଥିବା ବେଳେ ବିଜେପି ପାଇଁ ଏହା ବଡ଼ ଝଟକା ଠାରୁ କମ୍ ନୁହଁ ।
ଅଧିକ ପଢ଼ନ୍ତୁ:-ସର୍ଭେ: ବଙ୍ଗଳାରେ 'ଦିଦି'ଙ୍କ ହ୍ୟାଟ୍ରିକ୍, ଆସାମରେ ଫେରିବ ବିଜେପି, ଜାଣନ୍ତୁ କେରଳ, ତାମିଲନାଡୁ ଓ ପୁଡୁଚେରୀରେ କିଏ ଗଢ଼ିବେ ସରକାର
ବିପିଏଫ୍ ଅଧ୍ୟକ୍ଷ ହାଗରାମା ମୋହିଲାରୀ (BPF President Hagrama Mohilary) ଟ୍ୱିଟ୍ କରି କହିଛନ୍ତି ଯେ, "ଶାନ୍ତି, ଏକତା ଏବଂ ବିକାଶ ପାଇଁ କାର୍ଯ୍ୟ କରିବା ଏବଂ ଆସାମରେ ଦୁର୍ନୀତିମୁକ୍ତ ସରକାର ଆଣିବା ପାଇଁ ବୋଡୋଲାଣ୍ଡ ପିପୁଲ୍ସ ଫ୍ରଣ୍ଟ MAHAJATH ସହିତ ହାତ ମିଳାଇବାକୁ ନିଷ୍ପତ୍ତି ନେଇଛି । ବିପିଏଫ୍ ଆଉ ବିଜେପି ସହିତ ବନ୍ଧୁତା କିମ୍ବା ମେଣ୍ଟ ବଜାୟ ରଖିବ ନାହିଁ । ଆସନ୍ତା ଆସାମ ବିଧାନସଭା ନିର୍ବାଚନରେ ବିପିଏଫ ମହାଜାଥ ସହ ହାତ ମିଳାଇ କାମ କରିବ ।"
ଅଧିକ ପଢ଼ନ୍ତୁ:-ମୋଦି ସରକାରଙ୍କ ଏହି ସ୍କିମରେ ମିଳୁଛି ଶସ୍ତା ସୁନା, ମାର୍ଚ୍ଚ ୫ ଯାଏ କିଣିବାର ସୁଯୋଗ
ଗତ ବିଧାନସଭା ନିର୍ବାଚନରେ ବିପିଏଫ୍ ରାଜ୍ୟର ୧୨୬ଟି ଆସନ ମଧ୍ୟରୁ ୧୨ଟି ଆସନ ଜିତିଥିଲା ଏବଂ ବିଜେପି ନେତୃତ୍ୱାଧୀନ ମେଣ୍ଟରେ ଯୋଗ ଦେଇଥିଲା । କିନ୍ତୁ ଗତ ବର୍ଷ ଶେଷରେ ବିଜେପି ବିପିଏଫକୁ ଝଟକା ଦେଇଥିଲା ଏବଂ ସଂଖ୍ୟାଗରିଷ୍ଠତା ହାସଲ କରିବାକୁ ତଥା ଆସାମର ବୋଡୋ ପ୍ରାଧାନ୍ୟ ପ୍ରାପ୍ତ ଅଞ୍ଚଳରେ ପଞ୍ଚାୟତ ନିର୍ବାଚନ, ବୋଡୋଲାଣ୍ଡ ଟେରିଟୋରିଆଲ କାଉନସିଲ (BTC) ରେ ଦଖଲ ପାଇଁ ଏକ ନୂତନ ସହଯୋଗୀ ବାଛି ନେଇଥିଲା ।
ଅଧିକ ପଢ଼ନ୍ତୁ:-୬୦ ବର୍ଷ ଧରି ଗୁମ୍ଫାରେ ରହି ଆସୁଥିଲେ ଏହି ବାବା, ରାମ ମନ୍ଦିର ପାଇଁ ଦାନ କଲେ ୧ କୋଟି ଟଙ୍କା
ରାଜ୍ୟରେ ସରବାନନ୍ଦ ସୋନୋୱାଲଙ୍କ ନେତୃତ୍ୱାଧୀନ ମିଳିତ ସରକାରରେ ତିନିଜଣ ମନ୍ତ୍ରୀ ଥିବା ବିପିଏଫ୍ ଡିସେମ୍ବର ମାସରେ ବିଟିସି ନିର୍ବାଚନରେ ଏକକ ବୃହତ୍ତମ ଦଳ ଭାବରେ ଉଭା ହୋଇ ୪୦ ସଦସ୍ୟ ବିଶିଷ୍ଟ ପୌର ସଂସ୍ଥାରେ ୧୭ଟି ଆସନ ଜିତିଥିଲା ।