Lamborghini Car: କାର ମେକାନିକଙ୍କ ମହାନତା । ମୁଖ୍ୟମନ୍ତ୍ରୀଙ୍କ ପାଇଁ ତିଆରି କଲେ ଏକ ସ୍ବତନ୍ତ୍ର କାର । ଯାହା ଦେଖିବାକୁ ଖୁବ୍ ଆକର୍ଷଣୀୟ । ଆସାମ କରିମଗଞ୍ଜ ଜିଲ୍ଲାର ମେକାନିକ୍ ନୁରୁଲ ହକ୍ । ସେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମାଙ୍କ ପାଇଁ ଏକ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ କରି ଏକ କାର ନିର୍ମାଣ କରିଛନ୍ତି । ଏକ ମାରୁତି ସ୍ବିପ୍ଟ(Maruti Swift) କାରକୁ ଲାମ୍ବୋରଗିନି (Lamborghini) କାରରେ ପରିଣତ କରିଛନ୍ତି। 


COMMERCIAL BREAK
SCROLL TO CONTINUE READING

ମେକାନିକ୍  ନୁରୁଲ ହକ୍ କହିଛନ୍ତି ' ଏହା ପୂର୍ବରୁ ମୁଁ ଦିମାପୁରରେ (ନାଗାଲାଣ୍ଡରେ) ମୋଟର ମେକାନିକ୍ ଭାବରେ କାର୍ଯ୍ୟ କରିଥିଲି ଏବଂ ସେବେଠାରୁ ପୁରୁଣା କାର ଗୁଡିକୁ ପରିବର୍ତ୍ତନ କାମ ଆରମ୍ଭ କରିଥିଲେ। ଗତ ବର୍ଷ ମଧ୍ୟ ମୁଁ ଏକ କାରକୁ ଏକ ସ୍ପୋର୍ଟ କାରରେ ରୂପାନ୍ତରିତ କରିଥିଲି ଯାହା ଲାମ୍ବୋରଗିନି ପରି ଦେଖାଯାଏ । ଏହା ପରେ ମୁଁ ମଧ୍ୟ  ଅନ୍ୟ କାରକୁ ଏକ ପ୍ରତିକୃତିରେ ରୂପାନ୍ତର କରିଥିଲି।  ଏକ ଲାମ୍ବୋରଗିନି… ଯାହା ମୁଁ ଆସାମର ମୁଖ୍ୟମନ୍ତ୍ରୀ ଡକ୍ଟର ହିମନ୍ତ ବିଶ୍ୱ ସର୍ମାଙ୍କୁ ଉପହାର ଦେବି । ଏକ ପୁରୁଣା ସ୍ୱିଫ୍ଟରେ କିଛ ଯନ୍ତ୍ରପାତି ଲଗାଇଛି । ତେବେ, ଏହାକୁ ନିର୍ମାଣ କରିବାକୁ ପ୍ରାୟ ଚାରି ମାସ ସମୟ ଲାଗିଥିଲା ବୋଲି ସେ କହିଛନ୍ତି ।' ତେବେ, ଆସାମ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଏହି କାରଟି ବହୁତ ପସନ୍ଦ ଆସିଥିଲା। ସେ ଏହି ସପ୍ତାହ ପୂର୍ବରୁ ଟୁଇଟ୍ କରି କହିଛନ୍ତି ଯେ, କରିମଗଞ୍ଜର କାର ମେକାନିକ୍ ନୁରୁଲ ହକଙ୍କ ଦ୍ୱାରା ନିର୍ମିତ ଲାମ୍ବୋରଗିନି'ରେ ବସିବା ଏକ ସୌଭାଗ୍ୟକର କଥା । ସେ ଅନ୍ୟ ଏକ ଗାଡିକୁ ଫେରେରୀରେ ପରିଣତ କରିବାକୁ ଚାହୁଁଛନ୍ତି। ନୁରୁଲ ହକ୍ କହିଛନ୍ତି, 'ଯଦି ସରକାର ସାହାଯ୍ୟ କରନ୍ତି, ମୁଁ ଏଭଳି ଅଧିକ କାର ନିର୍ମାଣ କରିବି।'


ଏହାପୂର୍ବରୁ, ବିହାରର ଖାଗରିଆର ଜଣେ ବ୍ୟକ୍ତି ଚପର ପରି ଦେଖାଯିବା ପାଇଁ ଏକ ହ୍ୟାଚବ୍ୟାକ୍ ଡିଜାଇନ୍ କରିଥିଲେ । ସେ ଏଥିରେ ୩.୦୫ କୋଟି ଟଙ୍କା ଖର୍ଚ୍ଚ କରିଥିଲେ। ଯେଉଁଥିରେ ଏକ ରୋଟର୍ ବ୍ଲେଡ୍, ଟେଲ୍ ବୁମ୍ ଏବଂ ଅନ୍ୟାନ୍ୟ ଜିନିଷ ମଧ୍ୟ ଲଗାଇଥିଲେ। ଗାଡିର ପାର୍ଶ୍ୱରେ ଏବଂ ସାମ୍ନାରେ ନାଲି ଏବଂ ନୀଳ ରଙ୍ଗର ରେଖା ଥିଲା । ସେ କହିଛନ୍ତି ଯେ ବିବାହ ପାଇଁ ତାଙ୍କ କାରକୁ ସେ ହେଲିକପ୍ଟର ଭାବେ ନିର୍ମିତ କରିଥିଲେ। ଫେବୃଆରୀରେ ବିହାରର ବାଗାହା ବିହାରର ବାସିନ୍ଦା ତାଙ୍କ ନାନୋକୁ ହେଲିକପ୍ଟରରେ ପରିଣତ କରିବା ପାଇଁ ୨ ଲକ୍ଷରୁ ଅଧିକ ଖର୍ଚ୍ଚ କରିଥିଲେ।


ଏହାବି ପଢନ୍ତୁ : North Korea Govt Order: 'ନିଜ ପିଲାଙ୍କ ନାମ ରଖନ୍ତୁ ବୋମା, ବନ୍ଧୁକ ଏବଂ ସାଟେଲାଇଟ'


ଏହାବି ପଢନ୍ତୁ : International News: ଶସ୍ତା ତେଲ ପାଇଁ ଋଷିଆ ଯାଇଥିଲା ପାକିସ୍ତାନ, ମିଳିଲା ଜବରଦସ୍ତ ଝଟକା


ଏହାବି ପଢନ୍ତୁ : Maternal Mortality Rate: ଜାଣନ୍ତୁ କେମିତି କମିଲା ଦେଶରେ ମାତୃ ମୃତ୍ୟୁ ହାର, ମୋଦି କହିଲେ ଷ୍ଟ୍ରାଟେଜି !