International News: ଶସ୍ତା ତେଲ ପାଇଁ ଋଷିଆ ଯାଇଥିଲା ପାକିସ୍ତାନ, ମିଳିଲା ଜବରଦସ୍ତ ଝଟକା
Advertisement
Article Detail0/zeeodisha/odisha1467777

International News: ଶସ୍ତା ତେଲ ପାଇଁ ଋଷିଆ ଯାଇଥିଲା ପାକିସ୍ତାନ, ମିଳିଲା ଜବରଦସ୍ତ ଝଟକା

Russia Pakistan News: ରିପୋର୍ଟ  ମୁତାବକ ପାକିସ୍ତାନ ପେଟ୍ରୋଲିୟମ ମନ୍ତ୍ରୀ ମୁସାଦ୍ଦିକ୍ ମଲ୍ଲିକଙ୍କ ନେତୃତ୍ୱରେ ଏକ ପ୍ରତିନିଧୀ ଦଳ ୨୯ ନଭେମ୍ବରରେ ଋଷିଆ ଗସ୍ତ କରିଥିଲା। ବୁଧବାର ଋଷିଆ ଅଧିକାରୀଙ୍କ ସହ ହୋଇଥିବା ଆଲୋଚନାରେ ତୈଳ ଯୋଗାଣ ପ୍ରସଙ୍ଗ ଉଠିଥିଲା। ଶସ୍ତାରେ ତେଲ ଯୋଗାଇବାକୁ ପାକିସ୍ତାନ ଋଷିଆକୁ ଅନୁରୋଧ କରିଥିଲା। ପାକିସ୍ତାନୀ ଅଧିକାରୀ କହିଛନ୍ତି ଯେ ସେମାନଙ୍କୁ ଭାରତ ଭଳି ୪୦ ପ୍ରତିଶତ ରିହାତି ସହିତ ତୈଳ ଯୋଗାଣ କରାଯାଉ।

International News: ଶସ୍ତା ତେଲ ପାଇଁ ଋଷିଆ ଯାଇଥିଲା ପାକିସ୍ତାନ, ମିଳିଲା ଜବରଦସ୍ତ ଝଟକା

Russia blow to Pakistan: ପେଟ୍ରୋଲ ଏବଂ ଡିଜେଲ ସମେତ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମ୍ରଗୀର ମୂଲ୍ୟ ବୃଦ୍ଧି କାରଣରୁ ଦୋହଲିଯାଇଛି ପାକିସ୍ତାନ ଅର୍ଥନୀତି। ଦରଦାମ ବୃଦ୍ଧି ଭାଙ୍ଗି କାରଣରୁ ଭାଙ୍ଗିଯାଇଛି ଦେଶର ଜନସାଧାରଣଙ୍କ ଆର୍ଥିକ ମେରୁଦଣ୍ଡ। ଦେଶବାସୀଙ୍କୁ ମହଙ୍ଗା ମାଡରୁ ନିସ୍ତାର ଦେବା ପାଇଁ ଅଣ୍ଟା ଭିଡିଛନ୍ତି ପାକିସ୍ତାନ ସରକାର। ହେଲେ ଏନେଇ କରାଯାଇଥିବା ଉଦ୍ୟମକୁ ଲାଗିଛି ଜବରଦସ୍ତ ଝଟକା। 

ଦିନକୁ ଦିନ ବଢିଚାଲିଥିବା ଦରଦାମ ବୃଦ୍ଧିରୁ ଲୋକଙ୍କୁ ଆଶ୍ୱସ୍ତି ଦେବା ପାଇଁ ଉଦ୍ୟମ ଆରମ୍ଭ କରିଥିଲେ ପାକିସ୍ତାନ ସରକାର। ମହଙ୍ଗା ମାଡରୁ ମୁକ୍ତି ଦେବା ପାଇଁ ପାକିସ୍ତାନୀ ନାଗରିକଙ୍କୁ ଶସ୍ତା ତେଲ ଯୋଗାଇବାକୁ ଅଣ୍ଟାଭିଡ଼ିଛନ୍ତି ପ୍ରଧାନମନ୍ତ୍ରୀ ଶାହୱାଜ ସରିଫଙ୍କ ସରକାର। ଏନେଇ ଏକ ପାକିସ୍ତାନ ପ୍ରତିନିଧିମଣ୍ଡଳ ନିକଟରେ ଋଷିଆ ଗସ୍ତ କରିଥିଲା। ଭାରତ ଭଳି ପାକିସ୍ତାନ ମଧ୍ୟ ଶସ୍ତା ତେଲ ପାଇବା ପାଇଁ ଋଷିଆ ପାଖରେ ନିଜର ଅନୁରୋଧ ଜଣାଇଥିଲା। ହେଲେ ଶସ୍ତା ତୈଳ ଯୋଗାଣ ପ୍ରସଙ୍ଗରେ ଋଷିଆ ପାକିସ୍ତାନକୁ ଜବରଦସ୍ତ ଝଟକା ଦେଇଛି। ପାକିସ୍ତାନ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରି ଋଷିଆ କହିଛି ଯେ ଅନ୍ୟ ଦେଶକୁ ବିକ୍ରି ହେଉଥିବା ମୂଲ୍ୟରେ ନିଜ ତୈଳ ରପ୍ତାନୀ କରିବ।

ରିପୋର୍ଟ  ମୁତାବକ ପାକିସ୍ତାନ ପେଟ୍ରୋଲିୟମ ମନ୍ତ୍ରୀ ମୁସାଦ୍ଦିକ୍ ମଲ୍ଲିକଙ୍କ ନେତୃତ୍ୱରେ ଏକ ପ୍ରତିନିଧୀ ଦଳ ୨୯ ନଭେମ୍ବରରେ ଋଷିଆ ଗସ୍ତ କରିଥିଲା। ବୁଧବାର ଋଷିଆ ଅଧିକାରୀଙ୍କ ସହ ହୋଇଥିବା ଆଲୋଚନାରେ ତୈଳ ଯୋଗାଣ ପ୍ରସଙ୍ଗ ଉଠିଥିଲା। ଶସ୍ତାରେ ତେଲ ଯୋଗାଇବାକୁ ପାକିସ୍ତାନ ଋଷିଆକୁ ଅନୁରୋଧ କରିଥିଲା। ପାକିସ୍ତାନୀ ଅଧିକାରୀ କହିଛନ୍ତି ଯେ ସେମାନଙ୍କୁ ଭାରତ ଭଳି ୪୦ ପ୍ରତିଶତ ରିହାତି ସହିତ ତୈଳ ଯୋଗାଣ କରାଯାଉ। ଯଦିଓ ଋଷୀୟ ଅଧିକାରୀ ପାକିସ୍ତାନୀ ପ୍ରତିନିଧିଙ୍କ କଥାକୁ ଧ୍ୟାନର ସହ ଶୁଣିଲେ, ହେଲେ ଏହା ଉପରେ କୌଣସି ସ୍ପଷ୍ଟ ଉତ୍ତର ଦେଇନଥିଲେ। ଗୁରୁବାର ଋଷୀୟ ଅଧିକାରୀ ତୈଳ ମୂଲ୍ୟରେ ୪୦ ପ୍ରତିଶତ ରିହାତି ପାଇଁ ପାକିସ୍ତାନ ପକ୍ଷରୁ କରାଯାଇଥିବା ଦାବିକୁ ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି।

Also Read: ଆମେରିକା ଚେତାବନୀକୁ ଅଣଦେଖା; ଋଷିଆ ସହ ଏହି ବଡ଼ ଚୁକ୍ତି କଲା ଭାରତ

ଋଷିଆ ପକ୍ଷରୁ ପାକିସ୍ତାନ ଉଦ୍ଦେଶ୍ୟରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ, ଯେଉଁ ମୂଲ୍ୟରେ ଅନ୍ୟ ଦେଶକୁ ତୈଳ ବିକ୍ରି କରାଯାଉଛି, ସେହି ମୂଲ୍ୟରେ ପାକିସ୍ତାନକୁ ତୈଳ ଯୋଗାଣ କରାଯିବ। ହେଲେ ଶସ୍ତା ତେଲ ଦେବା ପାଇଁ ପାକିସ୍ତାନ ପକ୍ଷରୁ କରାଯାଇଥିବା ଦାବି ଉପରେ ବିଚାର କରିବାକୁ ଋଷିଆ କହିଛି। କୂଟନୈତିକ ପ୍ରକ୍ରିୟା ମାଧ୍ୟମରେ ପାକିସ୍ତାନ ପକ୍ଷରୁ କରାଯାଇଥିବା ଦାବି ଉପରେ ଜବାବ ଦିଆଯିବ ବୋଲି ଋଷିଆ କହିଛି। ଋଷିଆ ଏହି ଦାବିକୁ ପ୍ରତ୍ୟାଖ୍ୟାନ କରିବା ପରେ ନିରାଶ ହୋଇଥିବା ପାକିସ୍ତାନ ପ୍ରତିନିଧି ଦଳ ସ୍ୱଦେଶ ଫେରି ଆସିଥିଲେ।

ବର୍ତ୍ତମାନ ପାକିସ୍ତାନ ପେଟ୍ରୋଲ ଏବଂ ଡିଜେଲ ସମେତ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମ୍ରଗୀର ମୂଲ୍ୟ ବୃଦ୍ଧି ସହ ସଂଘର୍ଷ କରୁଛି। ପାକିସ୍ତାନୀ ପ୍ରତିନିଧି ଦଳ  ଆଶା କରିଥିଲେ ଯେ ଭାରତ ଭଳି  ସେମାନଙ୍କୁ ୪୦ ପ୍ରତିଶତ ରିହାତି ମୂଲ୍ୟରେ ତୈଳ ଯୋଗାଣ କରାଯିବ। ଯାହା ଫଳରେ ମହଙ୍ଗା କାରଣରୁ ଦୋହଲି ଯାଇଥିବା ଦେଶର ଦେଶର ଅର୍ଥନୀତି ପୁଣିଥରେ ସ୍ୱାଭାବିକ ଅବସ୍ଥାକୁ ଫେରି ଆସିବ। ହେଲେ ପାକିସ୍ତାନର ଏହି ଇଚ୍ଛା ପୂରଣ ହୋଇନାହିଁ। ଅନ୍ୟପଟେ ଭାରତ କେବଳ ଋଷିଆ ପାଖରୁ ଶସ୍ତା ତୈଳ ଆମଦାନୀ କରୁ କରି ଦରଦାମ ବୃଦ୍ଧିରୁ ରକ୍ଷା ପାଇନାହିଁ। ବରଂ ଋଷିଆ ପାଖରୁ ଆମଦାନୀ କରାଯାଉଥିବା ତୈଳରୁ ଭାକ୍ୟୁମ୍ ଗ୍ୟାସୋଲିନ ତିଆରି କରି ଏହାକୁ ଆମେରିକା ସମେତ ପାଶ୍ଚାତ୍ୟ ଦେଶକୁ ରପ୍ତାନୀ କରି ବହୁ ବୈଦେଶିକ ମୁଦ୍ରା ଅର୍ଜନ କରୁଛି। ଭାରତର ଏହି ଚତୁର ରଣନୀତି ଦ୍ୱାରା ଆଶ୍ଚର୍ଯ୍ୟ ହୋଇଯାଇଛି ପାକିସ୍ତାନ।