Australia Federal Election 2022: ଦେଶରେ ଅନୁଷ୍ଠିତ ହୋଇଥିବା ସଂଘୀୟ ନିର୍ବାଚନରେ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନଙ୍କ ମେଣ୍ଟ ସରକାରକୁ ଗାଦିଚ୍ୟୁତ କରିଛି ​​ବିରୋଧି ଲେବର ପାର୍ଟି। ସଂଘୀୟ ନିର୍ବାଚନରେ ହୋଇଥିବା ପରାଜୟକୁ ଶନିବାର ସ୍ୱୀକାର କରିଛନ୍ତି ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ। ତାଙ୍କ ପରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବେ ଅଷ୍ଟ୍ରେଲିଆ ଲେବର ପାର୍ଟି ନେତା ଆନ୍ଥୋନି ଆଲବାନିଜ୍। 


COMMERCIAL BREAK
SCROLL TO CONTINUE READING

ନିର୍ବାଚନ ପରେ ଅଷ୍ଟ୍ରେଲିଆ ଲିବେରାଲ ପାର୍ଟି ନେତା ପଦ ଛାଡ଼ିଛନ୍ତି ସ୍କଟ ମୋରିସନ। ଯାହାର ଅର୍ଥ ହେଉଛି ତାଙ୍କ ସ୍ଥାନରେ ଜଣେ ନୂଆ ବିରୋଧି ଦଳ ନେତା ନିର୍ବାଚିତି ହେବେ। 


ନିର୍ବାଚନ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ସ୍କଟ ମୋରିସନ କହିଛନ୍ତି ଆଜି ରାତିରେ ମୋର ସହକର୍ମୀଙ୍କୁ ବହୁତ କଷ୍ଟଦାୟକ ଖବରର ସାମ୍ନା କରିବାକୁ ପଡିଛି ଏବଂ ଆଜି ରାତିରେ ସେମାନେ ଆସନ ହରାଇଛନ୍ତି। ମୁଁ ନେତା ଭାବେ ଜୟ ପରାଜୟ ପାଇଁ ଦାୟୀ। ଏହା ହେଉଛି ନେତୃତ୍ୱର ଦାୟିତ୍ୱ।


Also Read: ମହମ୍ମଦ ବିନ୍ ଜାଏଦ ଅଲ ନାହ୍ୟାନ ନୂତନ ୟୁଏଇ ରାଷ୍ଟ୍ରପତି ନିଯୁକ୍ତ


ଫଳସ୍ୱରୂପ ନୂତନ ନେତୃତ୍ୱରେ ଦଳକୁ ଆଗକୁ ନିଆଯାଇପାରିବ କି ନାହିଁ ତାହା ନିଶ୍ଚିତ କରିବାକୁ ମୁଁ  ପରବର୍ତ୍ତୀ ବୈଠକରେ ନେତୃତ୍ୱ ହସ୍ତାନ୍ତର କରିବି। ଏହି ମହାନ ଦଳ ତଥା ଦେଶ ନେତୃତ୍ୱ ନେବା ମୋ ପାଇଁ  ସୌଭାଗ୍ୟର ବିଷୟ। ମୁଁ ଏହା କରିବାକୁ ସକ୍ଷମ ହେବାର କାରଣ ହେଉଛି ମୋତେ ଅନେକଙ୍କ ସମର୍ଥନ ମିଳିଛି। 


ଚଳିତ ବର୍ଷ ଦେଶରେ ଅନୁଷ୍ଠିତ ହୋଇଥିବା ସଂଘୀୟ ନିର୍ବାଚନ ଫଳାଫଳା ଆସିବା ପରେ ୩୧ ତମ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବେ ବିରୋଧି ଲେବର ପାର୍ଟି ନେତା ଆନ୍ଥୋନି ଆଲବାନିଜ୍। ଗତ ୧୯୯୬ ମସିହାରୁ ସେ ସାଂସଦ ଭାବେ ନିର୍ବାଚିତ ହୋଇ ଆସୁଛନ୍ତି।


ନିର୍ବାଚନ ପ୍ରଚାର କରିବା ଅବସରରେ ଲେବର ପାର୍ଟି ନେତା ଆନ୍ଥୋନି ଆଲବାନିଜ୍ କହିଥିଲେ ତାଙ୍କ ସରକାର ଦେଶର ବୃଦ୍ଧି ପାଉଥିବା ମୁଦ୍ରାସ୍ଫୀତି ମଧ୍ୟରେ ଆର୍ଥିକ ସହାୟତା, ଏକ ଦୃଢ ସାମାଜିକ ନିରାପତ୍ତା, ଜଳବାୟୁ ପରିବର୍ତ୍ତନର ମୁକାବିଲା, ସବୁଜ କଠୋରୀ ଗ୍ୟାସ ହ୍ରାସ କରିବା ଦିଗରେ କାର୍ଯ୍ୟ କରିବ। 


Also Read: ନିଯୁକ୍ତ ହେଲେ ନୂତନ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ; କିପରି ରହିବ ଭାରତ ସହ ସମ୍ପର୍କ?


କ୍ଷମତାକୁ ଆସିବା ପରେ ସୋମବାର ଜାପାନ ଠାରେ ଅନୁଷ୍ଠିତ ହେଉଥିବା ବୈଠକରେ ଯୋଗଦେବା ଲାଗି ଆନ୍ଥୋନି ଆଲବାନିଜ୍ ରାଜଧାନୀ ଟୋକିଓ ଯାତ୍ରା କରିପାରନ୍ତି। ଯେଉଁଛି ସେ  ଆମେରିକା ରାଷ୍ଟ୍ରପତି ବାଇଡେନ, ଜାପାନୀ ପ୍ରଧାନମନ୍ତ୍ରୀ ଫୁମିଓ କିସିଦା ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସକ୍ଷାତ କରିପାରନ୍ତି।