କିଛି ଭଲ ଏବଂ କିଛି ଖରାପ ସ୍ମୃତି ସହିତ ବିଦାୟ ନେଇଛି ବର୍ଷ ୨୦୨୧। ଆଉ ଆସିଛି ନୂଆ ବର୍ଷ ୨୦୨୨। ବିଦାୟୀ ବର୍ଷ ବିଦାୟ ନେବା ପରେ ନୂଆ ବର୍ଷରେ କ'ଣ ଘଟିବ ତାହାର ପୂର୍ବାନୁମାନ କରିଛନ୍ତି ପ୍ରସିଦ୍ଧ ଭବିଷ୍ୟ‌ବକ୍ତା। ବିଶ୍ୱର ସର୍ବଶ୍ରେଷ୍ଠ ଭବିଷ୍ୟବକ୍ତା ନାସ୍ତ୍ରୋଦମସ ଏବଂ ବାବା ଭେଙ୍ଗା ଅନେକ ଭବିଷ୍ୟବାଣୀ କରିଛନ୍ତି। ସେମାନେ କରିଥିବା ପୂର୍ବାନୁମାନ ମଧ୍ୟରୁ ଅନେକ ସତ୍ୟରେ ପରିଣତ ହୋଇଛି।


COMMERCIAL BREAK
SCROLL TO CONTINUE READING

ଏହି ଭବିଷ୍ୟବାଣୀ ମଧ୍ୟରେ ରହିଛି ହିଟଲରଙ୍କ ଶାସନ, ଦ୍ୱିତୀୟ ବିଶ୍ୱଯୁଦ୍ଧ, ୯/୧୧ ଆତଙ୍କବାଦୀ ଆକ୍ରମଣ, ଫରାସୀ ବିପ୍ଳବ, ଆଣବିକ ଅସ୍ତ୍ରଶସ୍ତ୍ରର ବିକାଶ କିମ୍ବା ପ୍ରାକୃତିକ ବିପର୍ଯ୍ୟୟ, ମହାମାରୀ କାରଣରୁ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ। ୨୦୨୨ ବର୍ଷ ଏହି ଉଭୟ ଭବିଷ୍ୟବକ୍ତା କରିଛନ୍ତି ବିପଜ୍ଜନକ ପୂର୍ବାନୁମାନ। ଯଦି ଏହା ସତ୍ୟ ହୁଏ ତାହେଲେ ବିଶ୍ୱରେ ବିପଜ୍ଜନକ ପରିସ୍ଥିତି ଉପୁଜିବ। 


ଫରାସୀ ଭବିଷ୍ୟବକ୍ତା ନାସ୍ତ୍ରୋଦମସ ତାଙ୍କ ଭବିଷ୍ୟବାଣୀରେ ଜଣେ ଶକ୍ତିଶାଳୀ ବ୍ୟକ୍ତିଙ୍କ ଆକସ୍ମିକ ମୃତ୍ୟୁରେ ହେବା ନେଇ ପୂର୍ବାନୁମାନ କରିଛନ୍ତି। ଏହା ସହିତ ରାଷ୍ଟ୍ରରେ ଏକ ନୂଆ ଚେହେରା ସାମ୍ନାକୁ ଆସିପାରେ ବୋଲି କହିଛନ୍ତି। ଏହା ସହିତ ଚଳିତ ଜାପାନ ଠାରେ ଏକ ଭୟଙ୍କର ଭୂକମ୍ପ ଆସିବ। ଏହା ମଧ୍ୟ କୁହାଯାଇଛି ଯେ ଯଦି ଏହି ଭୂକମ୍ପ ଦିନରେ ଆସେ ତାହେଲେ ଏହା ଅପୂରଣୀୟ ବିନାଶ ଆଣିବ ବୋଲି ପୂର୍ବାନୁମାନ କରିଛନ୍ତି ନାସ୍ତ୍ରୋଦମସ।


Also Read: ବିଦାୟ ନେଲା ୨୦୨୧, ଆସିଲା ନୂଆ ବର୍ଷ ୨୦୨୨: ପୁଣି ଚର୍ଚ୍ଚାକୁ ଆସିଲେ ଭବିଷ୍ୟବକ୍ତା ନାସ୍ତ୍ରୋଦମସ


ଚଳିତ ବର୍ଷ ୟୁରୋପ ମହାଦେଶରେ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହେବ। ଅନାହାର ଏବଂ ବିଶୃଙ୍ଖଳା ହେତୁ ଅନେକ ଲୋକଙ୍କ ମୃତ୍ୟୁ ଘଟିବ। ବ୍ରିଟେନ ଭଳି ଦେ ରେ ପ୍ରବାସୀ ସଙ୍କଟ ଏକ ବଡ ରାଜନୈତିକ ପ୍ରସଙ୍ଗ ହେବ। ଏହି ଅବସ୍ଥା ହିଂସା, ଯୁଦ୍ଧ ଏବଂ ସଶସ୍ତ୍ର ସଂଘର୍ଷକୁ ବଢାଇବ ବୋଲି ଭବିଷ୍ୟବାଣୀ କରିଛନ୍ତି ନାସ୍ତ୍ରୋଦମସ।


ସେହିପରି ବୁଲଗେରିଆ ଅଧିବାସୀ ତଥା ଦୃଷ୍ଟିହୀନ ଭବିଷ୍ୟବକ୍ତା ବାବା ଭେଙ୍ଗାଙ୍କ ଅନୁଯାୟୀ ଚଳିତ ବର୍ଷ ଏକ ଭୟଙ୍କର ମହାମାରୀ ଆସିବ ଯାହା ଅନେକ ଲୋକଙ୍କ ଜୀବନ ନେଇଯିବ। ଏହା ସହିତ ସେ ଚଳିତ ବର୍ଷ ଦୁନିଆରେ ଆସୁଥିବା ଅନେକ ପ୍ରାକୃତିକ ବିପର୍ଯ୍ୟୟ ବିଷୟରେ ମଧ୍ୟ କହିଛନ୍ତି। ଏହି ବିପର୍ଯ୍ୟୟ ପ୍ରବଳ ବନ୍ୟା କିମ୍ବା ସୁନାମି ଆକାରରେ ଆସିପାରେ। 


ଚଳିତ ବର୍ଷ ବୈଜ୍ଞାନିକ ସାଇବରିଆ ଠାରେ ବରଫରେ ପୋତି ହୋଇଥିବା ନୂଆ ଭାଇରସ ଆବିଷ୍କାର କରିବା ନେଇ ପୂର୍ବାନୁମାନ କରିଛନ୍ତି ବାବା ଭେଙ୍ଗା। ଚଳିତ ବିଶ୍ୱର ଅନେକ ଦେଶରେ ଜଳ ସଙ୍କଟ ଗଭୀର ହେବ। ଯାହା ମଣିଷ ଜୀବନ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହେବ। ଚଳିତ ବିଶ୍ୱରେ ଜଳ ସଙ୍କଟ ଆହୁରି ଗଭୀର ହେବ। ଅନେକ ସହରରେ ପାନୀୟ ଜଳ ସଂକଟ ଭଳି ପରିସ୍ଥିତି ସୃଷ୍ଟି ହେବ। ନଦୀ ଜଳ ପ୍ରଦୂଷିତ ହେବ ଏବଂ ହ୍ରଦ ତଥା ପୋଖରୀ ଭଳି ଜଳାଶୟର ପାଣି ଶୁଖିବାକୁ ଲାଗିବ। ଜଳ ଅଭାବରୁ ଲୋକେ ସ୍ଥାନାନ୍ତର ହେବାକୁ ବାଧ୍ୟ ହେବେ।


Also Read: ନାସ୍ତ୍ରୋଦମସଙ୍କ ୧୦ ଭବିଷ୍ୟବାଣୀ, ଯାହା ଦୁନିଆରେ ସୃଷ୍ଟି କରିଛି ଚାଞ୍ଚଲ୍ୟ


ନୂଆ ବର୍ଷ ଆରମ୍ଭରୁ ଲୋକେ ମୋବାଇଲ୍, ଲାପଟପ୍ ଏବଂ କମ୍ପ୍ୟୁଟର ଭଳି ବୈଦ୍ୟୁତିକ ଉପକରଣ ବ୍ୟବହାରରେ ଅଧିକ ସମୟ ଅତିବାହିତ କରିବେ। ସେମାନଙ୍କର ଏହି ଅଭ୍ୟାସ ଧିରେ ଧିରେ ସେମାନଙ୍କ ଲାଗି  ନିଶା ପାଲଟିଯିବ। ଯେଉଁଥିପାଇଁ ଲୋକଙ୍କ ମାନସିକ ଅବସ୍ଥା ଖରାପ ହେବ। ସେମାନେ ମାନସିକ ସ୍ତରରେ ଅସୁସ୍ଥ ହୋଇଯିବେ। 


ଦୁନିଆରେ ବୃଦ୍ଧି ପାଉଥିବା ଗ୍ଲୋବାଲ ୱାର୍ମିଂ (Global Warming) ଚଳିତ ବର୍ଷ ପ୍ରଳୟଙ୍କାରୀ ସାବ୍ୟସ୍ତ ହୋଇପାରେ। ଗରମ ହେତୁ ରୁଷିଆସ୍ଥିତ ସାଇବେରିଆ ଅଞ୍ଚଳରେ ଜମିଥିବା ବରଫ ତରଳିବା ଆରମ୍ଭ କରିବ। ଯେଉଁ କାରଣରୁ ବୈଜ୍ଞାନିକଙ୍କୁ ଏକ ମାରାତ୍ମକ ଭୂତାଣୁ ମିଳିବ। ଏହି ଭୂତାଣୁ ଅତ୍ୟଧିକ ସଂକ୍ରମିତ ହେବ ସହ ଶୀଘ୍ର ବିସ୍ତାର କରିବ। ଏହା ଦ୍ୱାରା ହେବାକୁ ଥିବା ସଂକ୍ରମଣର ମୁକାବିଲା କରିବାରେ ବିଶ୍ୱ ବିଫଳ ହେବ।


ଭାରତ ଉପରେ ମଧ୍ୟ ଗ୍ଲୋବାଲ ୱାର୍ମିଂ ପ୍ରଭାବ ଅନୁଭୂତ ହେବ। ଏହି କାରଣରୁ ଦେଶର ଅନେକ ସ୍ଥାନରେ ସର୍ବାଧିକ ତାପମାତ୍ରା ପ୍ରାୟ ୫୦ ଡିଗ୍ରୀ ସେଲସିୟସରେ ପହଞ୍ଚିବ। ତାପମାତ୍ରା ବୃଦ୍ଧି କାରଣରୁ ପଙ୍ଗପାଳଙ୍କ ସଂଖ୍ୟା ବଢିବ। କୋଟି କୋଟି ସଂଖ୍ୟାରେ ପଙ୍ଗପାଳ ଶସ୍ୟ ଶାମଳା ଅଞ୍ଚଳରେ ଆକ୍ରମଣ କରି ଚାଷ ହୋଇଥିବା ଫସଲ ନଷ୍ଟ କରିବେ। ଏହା ଦ୍ୱାରା ଦେଶରେ ଦୁର୍ଭିକ୍ଷ ଭଳି ପରିସ୍ଥିତି ଉପୁଯିବ।


ବାବା ଭେଙ୍ଗାଙ୍କ ଅନୁଯାୟୀ ଚଳିତ ବର୍ଷ ବିଶ୍ୱରେ ଭୂକମ୍ପ ତଥା ସୁନାମି ଭଳି ପ୍ରାକୃତିକ ବିପର୍ଯ୍ୟ ଘଟଣା ଘଟିବାର ଆଶଙ୍କା ବଢ଼ିବ। ଭାରତ ମହାସାଗର ଠାରେ ଭୂକମ୍ପ ପରେ ଏକ ବଡ଼ ସୁନାମି ସୃଷ୍ଟି ହେବ। ଯାହା ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ, ଇଣ୍ଡୋନେସିଆ, ଭାରତ ସମେତ ବିଶ୍ୱର ଅନେକ ଦେଶର ଉପକୂଳବର୍ତ୍ତୀ ଅଞ୍ଚଳକୁ କ୍ଷତି ପହଞ୍ଚାଇବ। ଏହି ସୁନାମୀ କାରଣରୁ ଶହ ଶହ ଲୋକଙ୍କ ମୃତ୍ୟୁ ହେବ। 


Also Read: ବେଙ୍ଗାଙ୍କ ଭବିଷ୍ୟବାଣୀ: ପୁଟିନ ହୋଇପାରନ୍ତି ହତ୍ୟାର ଶିକାର,ଟ୍ରମ୍ପଙ୍କୁ ହୋଇପାରେ ଅଜଣା ରୋଗ!


ଗତ ୧୯୯୬ ମସିହାରେ ବାବା ଭେଙ୍ଗାଙ୍କ ମୃତ୍ୟୁ ହୋଇସାରିଛି। ତାଙ୍କର ଭବିଷ୍ୟବାଣୀ (Baba Vangas Prediction) ଲେଖା  ଯାଇନାହିଁ। ଏହା କୁହାଯାଏ ଯେ ସେ ତାଙ୍କ ଭବିଷ୍ୟବାଣୀକୁ ତାଙ୍କ ଅନୁଗାମୀଙ୍କୁ ମୌଖିକ ଭାବେ ଜଣାଇଥିଲେ। ତାଙ୍କର ଅନେକ ଭବିଷ୍ୟବାଣୀ ସଠିକ୍ ବୋଲି ପ୍ରମାଣିତ ହୋଇଛି ଏବଂ ଅନେକ ମଧ୍ୟ ଭୁଲ୍ ମଧ୍ୟ ସାବ୍ୟସ୍ଚତ ହୋଇଛି। ନୂଆ ବର୍ଷ ୨୦୨୨ ପାଇଁ ସେ କରିଥିବା ଭବିଷ୍ୟବାଣୀର ସତ୍ୟତା ଆଗାମୀ ଦିନରେ ଜଣାପଡି଼ବ।