ବିଦାୟ ନେଲା ୨୦୨୧, ଆସିଲା ନୂଆ ବର୍ଷ ୨୦୨୨: ପୁଣି ଚର୍ଚ୍ଚାକୁ ଆସିଲେ ଭବିଷ୍ୟବକ୍ତା ନାସ୍ତ୍ରୋଦମସ
Advertisement

ବିଦାୟ ନେଲା ୨୦୨୧, ଆସିଲା ନୂଆ ବର୍ଷ ୨୦୨୨: ପୁଣି ଚର୍ଚ୍ଚାକୁ ଆସିଲେ ଭବିଷ୍ୟବକ୍ତା ନାସ୍ତ୍ରୋଦମସ

ବଦଳିଛି ବର୍ଷ ଆଉ ପୁଣି ଚର୍ଚ୍ଚାକୁ ଆସିଲେ ନାସ୍ତ୍ରୋଦମସ।

 ବିଦାୟ ନେଲା ୨୦୨୧, ଆସିଲା ନୂଆ ବର୍ଷ ୨୦୨୨: ପୁଣି ଚର୍ଚ୍ଚାକୁ ଆସିଲେ ଭବିଷ୍ୟବକ୍ତା ନାସ୍ତ୍ରୋଦମସ

ବିଦାୟ ନେଇଛି ବର୍ଷ ୨୦୨୧। ଆଉ ଆସିଯାଇଛି ନୂଆ ବର୍ଷ ୨୦୨୨। ଗତ ବର୍ଷ ବିଶ୍ୱର କୋଣ ଅନୁକୋଣରେ ଘଟିଯାଇଛି ଅନେକ ଘଟଣା। ଆଉ ଚଳିତ ବର୍ଷ କେଉଁ ଘଟଣା ଘଟିବ ତାହାର ପୂର୍ବାନୁମାନ କରିଛନ୍ତି  ବିଶ୍ୱର ଚର୍ଚ୍ଚିତ ଭବିଷ୍ୟବକ୍ତା ନାସ୍ତ୍ରୋଦମସ। ଏହି ଫରାସୀ ଭବିଷ୍ୟବକ୍ତାଙ୍କ ପକ୍ଷରୁ ପୂର୍ବରୁ ଅନେକ ସଠିକ ଭବିଷ୍ୟବାଣୀ କରାଯାଇଛି। ଏପରିକି ତାଙ୍କ ଦ୍ୱାରା କରାଯାଇଥିବା ଅନେକ ପୂର୍ବାନୁମାନ ସତ୍ୟରେ ପରିଣତ ହେବା ସହ ବିଶ୍ୱରେ ଚହଳ ସୃଷ୍ଟି କରିଛି। ନାସ୍ତ୍ରୋଦମସଙ୍କ ଦ୍ୱାରା କରାଯାଇଥିବା ଭବିଷ୍ୟବାଣୀ ତାଙ୍କ ଦ୍ୱାରା ଲିଖିତ 'ପ୍ରଫେସିସ୍ ଅଫ ନାସ୍ତ୍ରୋଦମସ' (Prophecies of Nostradamus) ପୁସ୍ତକରେ ଲିପିବଦ୍ଧ ହୋଇଛି।

ଫରାସୀ ଭବିଷ୍ୟବକ୍ତା ନାସ୍ତ୍ରୋଦମସଙ୍କ ଦ୍ୱାରା ପ୍ରାୟ ୪୬୫ ବର୍ଷ ପୂର୍ବେ କରାଯାଇଥିବା ଭବିଷ୍ୟବାଣୀ ଆଜିର ଆଧୁନିକ ବିଜ୍ଞାନ ଯୁଗର ଲୋକଙ୍କ ଲାଗି ଏକ ଆଶ୍ଚର୍ଯ୍ୟ ତଥା ରହସ୍ୟ ଭାବେ ଉଭା ହୋଇଛି। ନାସ୍ତ୍ରୋଦମସଙ୍କ ଦ୍ୱାରା ଲିଖିତ ପୁସ୍ତକର ପ୍ରଥମ ସଂସ୍କରଣ ୧୫୫୫ ମସିହାରେ ଆସିଥିଲା। ଏହି ପୁସ୍ତକରେ ମୋଟ ୬୩୩୮ ଭବିଷ୍ୟବାଣୀ ଅଛି। ସେଥିମଧ୍ୟରୁ ୭୦% ସତ ହୋଇଛି। ତାଙ୍କର ଭବିଷ୍ୟବାଣୀ କିଛି ପଦରେ ବ୍ୟାଖ୍ୟା କରାଯାଇଛି, ଯାହାକୁ 'ଚତୁର୍ଥାଂଶ' (Quarantine) କୁହାଯାଏ। ଜାଣନ୍ତୁ ନୂତନ ବର୍ଷ ପାଇଁ ସେ କ’ଣ କରିଛନ୍ତି ଭବିଷ୍ୟବାଣୀ।

Also Read: ନାସ୍ତ୍ରୋଦମ୍ସ ଭବିଷ୍ୟବାଣୀ; ସାବଧାନ ୨୦୨୧ରେ ଆସୁଛି ଆକାଶରୁ ବିପଦ!

ଦୁନିଆ କେବେ, କେଉଁଠାରେ ଏବଂ କିପରି ନାଟକୀୟ ଭାବରେ ଶେଷ ହେବ ତାହାର ପୂର୍ବାନୁମାନ କରିଛନ୍ତି ଭବିଷ୍ୟବକ୍ତା ନାସ୍ତ୍ରୋଦମ। ସେ କରିଥିବା ଅନେକ ଭବିଷ୍ୟବାଣୀ ଯେପରିକି ଜର୍ମାନୀର ଏକଛତ୍ରବାଦୀ ଶାସକ ହିଟଲରଙ୍କ କ୍ଷମତା ବୃଦ୍ଧି, ଫରାସୀ ରାଷ୍ଟ୍ର ବିପ୍ଳବ, ଦ୍ୱିତୀୟ ବିଶ୍ୱଯୁଦ୍ଧ, ୯/୧୧ ଆତଙ୍କବାଦୀ ଆକ୍ରମଣ ଘଟଣା ଏବଂ ପରମାଣୁ ବୋମାର ବିକାଶ ସମ୍ପୂର୍ଣ୍ଣ ସତ୍ୟ ବୋଲି ପ୍ରମାଣିତ ହୋଇଥିଲା। କୋରୋନା ମହାମାରୀ ଆରମ୍ଭ ହେବା ମଧ୍ୟ ସେ ପୂର୍ବାନୁମାନ କରିଛନ୍ତି।

Also Read: ବେଙ୍ଗାଙ୍କ ଭବିଷ୍ୟବାଣୀ: ପୁଟିନ ହୋଇପାରନ୍ତି ହତ୍ୟାର ଶିକାର,ଟ୍ରମ୍ପଙ୍କୁ ହୋଇପାରେ ଅଜଣା ରୋଗ!

୧୫୬୬ ମସିହା ଜୁଲାଇ ୨ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା ହେଲେ ତାଙ୍କର ଭବିଷ୍ୟବାଣୀ ତାଙ୍କ ନାମକୁ ବଞ୍ଚାଇ ରଖିଛି। ଭବିଷ୍ୟବକ୍ତା ନାସ୍ତ୍ରୋଦମସ ଅନୁଗାମୀଙ୍କ ଅନୁସାରେ ସେ ଚଳିତ ବର୍ଷକୁ ଏକ ଖରାପ ବର୍ଷ ବୋଲି ବର୍ଣ୍ଣନା କରିଛନ୍ତି। ଏହି ସମୟରେ ଦୁନିଆରେ କ’ଣ ଘଟିବ ତାହା ଜାଣନ୍ତୁ।

Also Read: ନାସ୍ତ୍ରୋଦମସଙ୍କ ୧୦ ଭବିଷ୍ୟବାଣୀ, ଯାହା ଦୁନିଆରେ ସୃଷ୍ଟି କରିଛି ଚାଞ୍ଚଲ୍ୟ

କିମ ଜୋଙ୍ଗ ଉନଙ୍କ ମୃତ୍ୟୁ

ଫରାସୀ ଭବିଷ୍ୟବକ୍ତା ନାସ୍ତ୍ରୋଦମସଙ୍କ ଭବିଷ୍ୟବାଣୀର ଅନୁବାଦକଙ୍କ ଅନୁଯାୟୀ ସେ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନଙ୍କ ମୃତ୍ୟୁ ବାବଦରେ ପୂର୍ବାନୁମାନ କରିଛନ୍ତି। Centuria IV ର ଚତୁର୍ଦ୍ଦଶ 'Quarantine' ରେ ନାସ୍ତ୍ରୋଦମସ ଲେଖିଛନ୍ତି ଜଣେ ଶକ୍ତିଶାଳୀ ବ୍ୟକ୍ତିଙ୍କ ଆକସ୍ମିକ ମୃତ୍ୟୁରେ ପରିବର୍ତ୍ତନ ଆଣିବ। ଏହା ସହିତ ରାଷ୍ଟ୍ରରେ ଏକ ନୂଆ ଚେହେରା ସାମ୍ନାକୁ ଆସିପାରେ। ଯେଉଁମାନେ ନାସ୍ତ୍ରୋଦମସଙ୍କ ସିଦ୍ଧାନ୍ତରେ ବିଶ୍ୱାସ କରନ୍ତି ସେମାନେ ଅନୁମାନ କରନ୍ତି ଯେ ପ୍ରମୁଖ ନେତା ଯାହାର ନାଟକୀୟ ଓଜନ ହ୍ରାସ ଏବଂ ତାଙ୍କ ସ୍ୱାସ୍ଥ୍ୟବସ୍ଥାକୁ କ୍ରମାଗତ ଭାବେ ବିଭିନ୍ନ ପ୍ରକାର ଖବର ପ୍ରକାଶିତ ହେଉଛି ସେ ହେଉଛନ୍ତି ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ। ଗତ ବର୍ଷ ଅକ୍ଟୋବରରେ କ୍ଷେପଣାସ୍ତ୍ର ପ୍ରଦର୍ଶନୀ ପରେ ତାଙ୍କୁ ଦେଖିବାକୁ ମିଳି ନଥିଲା। ଯାହାକି ଗତ ୭ ବର୍ଷରେ ତାଙ୍କର ଦୀର୍ଘତମ ଅନୁପସ୍ଥିତି। ଏହା ପରେ ନଭେମ୍ବର ୧୫ ତାରିଖରେ ତାଙ୍କର ଏକ ନୂଆ ତେହେରା ସାମ୍ନାକୁ ଆସିଥିଲା। ଏହା ପରେ ମଧ୍ୟ ତାଙ୍କର ସ୍ୱାସ୍ଥ୍ୟବସ୍ଥାକୁ ନେଇ ଅନେକ କଳ୍ପନା ଜଳ୍ପନା ଲାଗି ରହିଥିଲା। 

fallback

ପୃଥିବୀ ସହିତ ଧକ୍କା ହେବ ଧୂମକେତୁ
ନାସ୍ତ୍ରୋଦମସ ତାଙ୍କର ଏକ 'Quarantine' ରେ ପୃଥିବୀ ସହିତ ଧୂମକେତୁ ଧକ୍କା ହେବା କଥା କହିଛନ୍ତି ଯାହା ଭୂକମ୍ପ ଏବଂ ପ୍ରାକୃତିକ ବିପର୍ଯ୍ୟୟର କାରଣ ପାଲଟିବ। ଏହା ପୃଥିବୀର କକ୍ଷପଥରେ ପ୍ରବେଶ କରିବା ପରେ ଏହା ଫୁଟିବା ଆରମ୍ଭ କରିବ। ଆକାଶରେ ଏହି ଦୃଶ୍ୟ ଏକ ମହାନ ଅଗ୍ନି ଅର୍ଥାତ Great Fire ଭଳି ହେବ।

fallback

Brain Chip Concept ଅର୍ଥାତ Artificial Intelligence ଉପରେ ନିର୍ଭରଶୀଳତା ବଢିବ 
ମାନବ ଜାତିକୁ ବଞ୍ଚାଇବା ପାଇଁ ଅନ୍ତତଃପକ୍ଷେ ମାନସିକ ସ୍ତରରେ ଆମେରିକୀୟ ସୈନିକଙ୍କୁ Cyborg ଭଳି ବଦଳାଇ ଦିଆଯିବ। ଏହାକୁ Brain Chip ଭଳି ବ୍ୟବହାର କରାଯିବ। ଏହା ମାନବ ମସ୍ତିଷ୍କର ଜୈବିକ ବୁଦ୍ଧିକୁ ବୃଦ୍ଧି କରିବା ପାଇଁ କାର୍ଯ୍ୟ କରିବ। ଏହାର ଅର୍ଥ ହେଉଛି ଯେ ଆମେ Artificial Intelligence କୁ ଆମର ବୁଦ୍ଧି ଏବଂ ଶରୀରରେ ଅନ୍ତର୍ଭୂକ୍ତ କରିବୁ। 

fallback

ପ୍ରବାସୀ ସଂକଟ
ପ୍ରବାସୀ ସଙ୍କଟ ଉପରେ ନାସ୍ତ୍ରୋଦମସ ଲେଖିଛନ୍ତି ଯେ ରକ୍ତ ଏବଂ ଭୋକକୁ ନେଇ ଏକ ବଡ଼ ବିପର୍ଯ୍ୟୟ ଘଟିବ। ସମୁଦ୍ର କୂଳ, କ୍ଷୁଧା ଏବଂ ବନ୍ଦୀ ବିଷୟରେ ୭ ଥର ଲେଖାହୋଇଛି। ଏହାର ଅର୍ଥ ହେଉଛି ଯୁଦ୍ଧ ଏବଂ ସଶସ୍ତ୍ର ସଂଘର୍ଷ ମଣିଷର ଭୋକ ବଢାଇବ। ଏହା ବେଆଇନ ପ୍ରବାସୀଙ୍କ ପ୍ରବାସ ପ୍ରବାହକୁ ବୃଦ୍ଧି କରିବ। ଲୋକେ ସମୁଦ୍ର ପଥ ଦେଇ ଅନ୍ୟ ଦେଶକୁ ଯିବେ। ବିଶେଷଜ୍ଞ ବିଶ୍ୱାସ କରନ୍ତି ଯେ ଏଠାରେ ସମୁଦ୍ର କୂଳ ୭ ଥର ଉଲ୍ଲେଖ ହେବାର ଅର୍ଥ ହେଉଛି ୨୦୨୨ ବର୍ଷରେ ବିଗତ ବର୍ଷ ତୁଳନାରେ ୭ ଗୁଣା ଅଧିକ ଲୋକ ୟୁରୋପ ସମୁଦ୍ର କୂଳରେ ପହଞ୍ଚିବେ। English Chanel ଠାରେ ବୁଡି ୨୭ ଜଣଙ୍କ ମୃତ୍ୟୁ ହେବା ପରେ ବ୍ରିଟେନ ସମେତ ୟୁରୋପ ମହାଦେଶରେ ବେଆଇନ ପ୍ରବାସ ଏକ ରାଜନୈତିକ ବିତର୍କ ବିଷୟ ପାଲଟିଛି।

fallback

ୟୁରୋପ ମହାଦେଶରେ ଯୁଦ୍ଧ
ନାସ୍ତ୍ରୋଦମସଙ୍କ ମଧ୍ୟରୁ ଗୋଟିଏ ତାଙ୍କ ଦେଶ ଫ୍ରାନ୍ସର ରାଜଧାନୀ ସହିତ ଜଡିତ | ଯାହା ୟୁରୋପ ମହାଦେଶରେ ହେବାକୁ ଥିବା ଯୁଦ୍ଧକୁ ସୂଚିତ କରୁଛି। ଏନେଇ ସେ ଲେଖିଛନ୍ତି ଏକ ମହାନ ସହରର ଚତୁର୍ଦ୍ଦିଗରେ ଚାଷ ଜମି ଏବଂ ସହରରେ ସୈନିକ ରହିବେ। ଏହାକୁ ନାସ୍ତ୍ରୋଦମସଙ୍କ ଅନୁଗାମୀ ଫ୍ରାନ୍ସର ରାଜଧାନୀ ପ୍ୟାରିସ ନଗରୀ ଠାରେ ହୋଇଥିବା ଅବରୋଧ ଏବଂ ୟୁରୋପରେ ହୋଇଥିବା ଯୁଦ୍ଧ ବାବଦରେ ସୂଚୀତ କରିଛନ୍ତି। ଗତ ୧୦ ବର୍ଷର ଘଟଣା ସହିତ ତୁଳନା କରି ଗତ ବର୍ଷ କୋରୋନା ମହାମାରୀ ମୁକାବିଲା ପାଇଁ ଲାଗୁ ହୋଇଥିବା ପ୍ରତିବନ୍ଧକକୁ ନେଇ ସୃଷ୍ଟି ହୋଇଥିବା ଦଙ୍ଗା ମଧ୍ୟରେ ଫ୍ରାନ୍ସ ରାଜଧାନୀ ପ୍ୟାରିସ ଠାରେ ଅନେକ ବିଶୃଙ୍ଖଳି ଘଟଣା ଘଟିଥିଲା। ଗତ ୨୦୧୫ ବର୍ଷରେ ପ୍ୟାରିସ ଠାରେ ଆଇଏସ୍ ଆତଙ୍କବାଦୀଙ୍କ ପକ୍ଷରୁ ହୋଇଥିବା ଆକ୍ରମଣରେ ୧୩୦ ଜଣଙ୍କ ମୃତ୍ୟୁ ହୋଇଥିଲା। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଫ୍ରାନ୍ସ ଉପରେ ଏହା ସବୁଠାରୁ ମାରାତ୍ମକ ଆକ୍ରମଣ ଥିଲା।

fallback

ଭୂମିକମ୍ପ
ନାସ୍ତ୍ରୋଦମସଙ୍କ Centuria III ର  ତୃତୀୟ 'Quarantine' ରେ ଜାପାନ ଠାରେ ଏକ ବଡ଼ ଭୂମିକମ୍ପ ହେବାର ପୂର୍ବାନୁମାନ କରାଯାଇଛି। ଏନେଇ ସେ ଲେଖିଛନ୍ତି ଏକ ଏସୀୟ ଦେଶ ଅତ୍ୟଧିକ ସଙ୍କଟ ଆଡକୁ ଅଗ୍ରସର ହେବ। ଏହାର ଗଭୀରତା ଅନୁଯାୟୀ ଏହାକୁ ଭୂମିକମ୍ପ କୁହାଯିବ। ଗତ ବର୍ଷ ଅକ୍ଟୋବର ୭ ତାରିଖରେ ଜାପାନସ୍ଥିତ ଗ୍ରେଟର କାଣ୍ଟୋ ଅଞ୍ଚଳରେ ୫.୯ ତୀବ୍ରତା ବିଶିଷ୍ଟ ଏକ ଭୂକମ୍ପ ଅନୁଭୂତ ହୋଇଥିଲା। ଭବିଷ୍ୟତରେ ଏହି ଭୂକମ୍ପ ବଡ଼ ଧ୍ୱଂସକାରୀ ହେବ ବୋଲି ଏହା ସୂଚିତ କରିଥିଲା। ଗତ ୨୦୧୧ ମାର୍ଚ୍ଚ ୧୧ ତାରିଖରେ ତୋହକୁ ଅଞ୍ଚଳରେ ଏପରି ଏକ ଧ୍ୱଂସାତ୍ମକ ଭୂମିକମ୍ପ ଅନୁଭୂତ ହୋଇଥିଲା। ଯାହା ଏହି ଦେଶର ରାଜଧାନୀ ପାଇଁ ଶୁଭ ସଙ୍କେତ ଦେଇନଥିଲା।

fallback

ୟୁରୋପୀୟ ସଂଘର ପତ୍ତନ
ଶହ ଶହ ବର୍ଷ ପୂର୍ବେ ୟୁରୋପୀୟ ଦେଶଙ୍କୁ ନେଇ ଏକ ସଙ୍ଗଠନ ଗଠିତ ହେବ ବୋଲି ପୂର୍ବାନୁମାନ କରିଥିଲେ ନାସ୍ତ୍ରୋଦମସ। ନୂଆ ବର୍ଷ ୨୦୨୨ ବିଷୟରେ କହିବାକୁ ଗଲେ ଏହି ଫରାସୀ ଭବିଷ୍ୟବକ୍ତା ୟୁରୋପୀୟ ଦେଶଙ୍କୁ ନେଇ ଗଠିତ ସଙ୍ଗଠନର ପତ୍ତନ ହେବ ବୋଲି ପୂର୍ବାନୁମାନ କରିଛନ୍ତି ସେ। ଗତ ୨୦୧୬ ବର୍ଷରେ ବ୍ରିଟେନ ଦ୍ୱାରା Brexit ପ୍ରସଙ୍ଗକୁ ନେଇ ହୋଇଥିବା ଭୋଟ୍ ପରେ ଏହି ସଂଘ କ୍ରମାଗତ ଭାବେ ଅସୁବିଧାରେ ପଡିଛି। ଏପରିକି ବ୍ରିଟେନ୍ ଭଳି ଏହାର ପ୍ରଭାବରୁ ମୁକ୍ତ ନାହିଁ। ଗତ ବର୍ଷ ଇଂଲଣ୍ଡ ଭଳି ଦେଶରେ ଡ୍ରାଇଭର ଅଭାବ ହେତୁ Brexit ଏହାର କାରଣ ଥିଲା। ଯେଉଁ କାରଣରୁ ଲୋକେ ଖାଦ୍ୟ ଏବଂ ଏକ ବୋତଲ ପାଣି ପାଇଁ ମଧ୍ୟ ଇଚ୍ଛା କରୁଥିଲେ। ନାସ୍ତ୍ରୋଦମସଙ୍କ ଅନୁଯାୟୀ ଏହା ଦାବି କରାଯାଇଛି ଯେ Brexit କେବଳ ଏକ ଆରମ୍ଭ ଥିଲା ଏବଂ ୨୦୨୨ ବର୍ଷରେ ସମଗ୍ର European Union ଧ୍ୱଂସ ହେବାକୁ ଯାଉଛି।

fallback