ବେଙ୍ଗାଙ୍କ ଭବିଷ୍ୟବାଣୀ: ପୁଟିନ ହୋଇପାରନ୍ତି ହତ୍ୟାର ଶିକାର,ଟ୍ରମ୍ପଙ୍କୁ ହୋଇପାରେ ଅଜଣା ରୋଗ!
Advertisement

ବେଙ୍ଗାଙ୍କ ଭବିଷ୍ୟବାଣୀ: ପୁଟିନ ହୋଇପାରନ୍ତି ହତ୍ୟାର ଶିକାର,ଟ୍ରମ୍ପଙ୍କୁ ହୋଇପାରେ ଅଜଣା ରୋଗ!

ଆସନ୍ତାବର୍ଷ ବିଶ୍ୱର କେଉଁ ଭାଗରେ କେଉଁ ଘଟଣା ଘଟିବ ତାହାର ପୂର୍ବାନୁମାନ କରିଛନ୍ତି ୟୁରୋପୀୟ ଦେଶ ବୁଲଗେରିଆ ଅଧିବାସୀ ବାବା ଭାଙ୍ଗା। ବିଭିନ୍ନ ସମୟରେ ଘଟିବାକୁ ଥିବା ଅନେକ ଘଟଣାର ପୂର୍ବାନୁମାନ କରିଛନ୍ତି ସେ।       

ବେଙ୍ଗାଙ୍କ ଭବିଷ୍ୟବାଣୀ: ପୁଟିନ ହୋଇପାରନ୍ତି ହତ୍ୟାର ଶିକାର,ଟ୍ରମ୍ପଙ୍କୁ ହୋଇପାରେ ଅଜଣା ରୋଗ!

ନୂଆଦିଲ୍ଲୀ: ଦିନ କେଇଟା ପରେ ବିଦାୟ ନେବ ୨୦୨୦ ଆଉ ଆସିବ ନୂଆବର୍ଷ ୨୦୨୧। ଚଳିତ ବର୍ଷ ସମଗ୍ର ବିଶ୍ୱକୁ ଦୋହଲାଇ ଦେଇଥିଲା କୋରୋନା ମହାମାରୀ। ହେଲେ ଆସନ୍ତାବର୍ଷ ବିଶ୍ୱର କେଉଁ ଭାଗରେ କେଉଁ ଘଟଣା ଘଟିବ ତାହାର ପୂର୍ବାନୁମାନ କରିଛନ୍ତି ଅନେକ ଭବିଷ୍ୟବକ୍ତା। ଯାହାଙ୍କ ମଧ୍ୟରେ ରହିଛନ୍ତି ୟୁରୋପୀୟ ଦେଶ ବୁଲଗେରିଆ ଅଧିବାସୀ ବାବା ଭାଙ୍ଗା। ବିଭିନ୍ନ ସମୟରେ ଘଟିବାକୁ ଥିବା ଅନେକ ଘଟଣାର ପୂର୍ବାନୁମାନ କରିଛନ୍ତି ସେ।       

୧୯୯୬ ମସିହାରେ ଭବିଷ୍ୟବକ୍ତା ବାବା ଭାଙ୍ଗା କରିଥିବା ପୂର୍ବାନୁମାନ ମଣିଷ ସମାଜକୁ ଆନ୍ଦୋଳିତ କରିପାରେ। ଏନେଇ ସେ କହିଛନ୍ତି ୨୦୨୧ ଅର୍ଥାତ ଆସନ୍ତା ବର୍ଷ ଦୁନିଆ କର୍କଟ ରୋଗର ଚିକିତ୍ସା କରିବା କ୍ଷେତ୍ରରେ ଚିକିତ୍ସକଙ୍କୁ ବିଶେଷ ସଫଳତା ମିଳିବ।     

ନିଜର ସଠିକ ଭବିଷ୍ୟବାଣୀ ଲାଗି ବିଶ୍ୱରେ ପରିଚିତ ବୁଲଗେରିଆର (Bulgarian Citizen) ଏହି ଭବିଷ୍ୟବକ୍ତା ଋଷୀୟ ରାଷ୍ଟ୍ରପତିଙ୍କ (Russian President) ଉପରେ ଏକ ଚାଞ୍ଚଲ୍ୟକର ଭବିଷ୍ୟବାଣୀ କରିଛନ୍ତି। ଏନେଇ ସେ କହିଛନ୍ତି ଆଗାମୀ ବର୍ଷ ଋଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କୁ (Vladmir Putin) ହତ୍ୟା କରିବା ଲାଗି ଷଡଯନ୍ତ୍ର କରାଯାଇପାରେ।    

fallback

Also Read: ନାସ୍ତ୍ରୋଦମ୍ସ ଭବିଷ୍ୟବାଣୀ; ସାବଧାନ ୨୦୨୧ରେ ଆସୁଛି ଆକାଶରୁ ବିପଦ!

 

ଅନ୍ୟପଟେ ଆସନ୍ତା ବର୍ଷ କ୍ଷମତାରୁ ବିଦାୟ ନେବାକୁ ଯାଉଥିବା ଆମେରିକା ରାଷ୍ଟ୍ରପତି (USA Prez) ଡୋନାଲ୍ଡ ଟ୍ରମ୍ପଙ୍କ (Donald Trump) ଲାଗି ୨୦୨୧  ସମସ୍ୟାପୂର୍ଣ୍ଣ ବର୍ଷ ଭାବେ ଉଭା ହେବ। ସେ କୌଣସି ରହସ୍ୟମୟ ରୋଗରେ ଆକ୍ରାନ୍ତ ହୋଇପାରନ୍ତି ବୋଲି ଭବିଷ୍ୟବାଣୀ କରିଛନ୍ତି ଭବିଷ୍ୟବକ୍ତା ବାବା ଭାଙ୍ଗା (Forecaster Baba Vanga)।    

fallback

ଅନ୍ୟପଟେ ଆସନ୍ତା ବର୍ଷ ୟୁରୋପର ଅର୍ଥ ବ୍ୟବସ୍ଥା ଗୁରୁତର ଭାବେ ପ୍ରଭାବିତ ହେବ ବୋଲି ପୂର୍ବାନୁମାନ କରିଛନ୍ତି ଏହି ମହାଦେଶର ଅଧିବାସୀ ତଥା ବୁଲଗେରିଆ ନାଗରିକ ଭବିଷ୍ୟବକ୍ତା ବାବା ଭାଙ୍ଗା । 

fallback

ଆସନ୍ତା ବର୍ଷ ୟୁରୋପ ମହାଦେଶ ବିଭିନ୍ନ ସମସ୍ୟାର ସାମ୍ନା କରିବ। ଏପରିକି ରାସାୟନିକ ଅସ୍ତ୍ର ମାଧ୍ୟମରେ ୟୁରୋପୀୟ ଲୋକଙ୍କ ଉପରେ ଆକ୍ରମଣ ହେବା ନେଇ ଭବିଷ୍ୟବକ୍ତା ଭାଙ୍ଗା ପୂର୍ବାନୁମାନ କରିଛନ୍ତି।  

fallback

Also Read: ନାସ୍ତ୍ରୋଦମସଙ୍କ ୧୦ ଭବିଷ୍ୟବାଣୀ, ଯାହା ଦୁନିଆରେ ସୃଷ୍ଟି କରିଛି ଚାଞ୍ଚଲ୍ୟ

fallback

ତାଙ୍କ ଦ୍ୱାରା ହୋଇଥିବା ଅନ୍ୟ ଏକ ଭବିଷ୍ୟବାଣୀ ଅନୁସାରେ ଆସନ୍ତାବର୍ଷ ଲୋକଙ୍କ ଚେତନାରେ ପରିବର୍ତ୍ତନ ଆସିବ। ଏହା ସହିତ ଲୋକଙ୍କ ଲାଗି ଆହୁରି କଷ୍ଟଦାୟକ ସମୟ ଆସିପାରେ ଏବଂ ଲୋକ ଧାର୍ମିକ ବିଶ୍ୱାସ ଆଧାରରେ ପରସ୍ପର ଠାରୁ ଅଲଗା ହୋଇଯିବେ।