ନୂଆଦିଲ୍ଲୀ: ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀସ୍ଥିତ ଲୋଧି ଇଷ୍ଟେଟରେ ଆବଣ୍ଟିତ ହୋଇଥିବା ହୋଇଥିବା ବଙ୍ଗଳା ଖାଲି କରିବାକୁ ନେଇ ବିବାଦ ଆହୁରି ଘନେଇବାରେ ଲାଗିଛି । ଏପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ମଧ୍ୟରେ ଟ୍ୱିଟର ଯୁଦ୍ଧ ଆରମ୍ଭ ହୋଇଛି । ଘର ଖାଲି କରିବାକୁ ନେଇ ଆହୁରି ସମୟ ଦରକାର ବୋଲି ହେଉଥିବା ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି ପ୍ରିୟଙ୍କା ।


COMMERCIAL BREAK
SCROLL TO CONTINUE READING

ଏନେଇ ସେ ତାଙ୍କ ଟ୍ୱିଟ୍‌ରେ କହିଛନ୍ତି, ବଙ୍ଗଳା ଖାଲି କରିବା ପାଇଁ ସେ ସରକାରଙ୍କ ଠାରୁ କୌଣସି ସମୟ ମାଗି ନାହାଁନ୍ତି । ଅଗଷ୍ଟ ପହିଲା ମଧ୍ୟରେ ଘର ଛାଡି ଦେବେ ବୋଲି ଜଣାଇ ଦେଇଛିନ୍ତି । ତାଙ୍କର ଟ୍ୱିଟ ପରେ ପ୍ରତିକ୍ରିୟା ରଖି କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ କହିଛନ୍ତି ଏ ବାବଦରେ ଜୁଲାଇ ୪ ତାରିଖରେ ଜଣେ କଂଗ୍ରେସ ନେତା ତାଙ୍କୁ ଫୋନ କରିଥିଲେ । କେନ୍ଦ୍ରମନ୍ତ୍ରୀ ତାଙ୍କ ଟ୍ୱିଟରେ ଦାବି କରିଛନ୍ତି କଲ୍ କରୁଥିବା ବ୍ୟକ୍ତି 'ବଙ୍ଗଳାକୁ ଅନ୍ୟ କଂଗ୍ରେସ ସାଂସଦଙ୍କୁ ବଣ୍ଟନ କରିବାକୁ କହିଥିଲେ । ଯାହା ଦ୍ୱାରା ପ୍ରିୟଙ୍କା ସେଠାରେ ରହିପାରିବେ। 




ଟ୍ୱିଟରରେ ଯୁଦ୍ଧ ଜାରି ରହିଛି
କେନ୍ଦ୍ର ନଗର ଉନ୍ନୟନ ମନ୍ତ୍ରୀ ହରଦୀପ ସିଂହ, କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀଙ୍କ ଟ୍ୱିଟର ଜବାବ ଦେଇ କହିଛନ୍ତି ଜଣେ ବରିଷ୍ଠ କଂଗ୍ରେସ ନେତା ମୋତେ ଗତ ୪ ତାରିଖରେ ଡାକିଥିଲେ ଏବଂ ୩୫ ଲୋଧି ଇଷ୍ଟେଟ୍ ସ୍ଥିତ ସରକାରୀ ବଙ୍ଗଳାକୁ କଂଗ୍ରେସ ସାଂସଦଙ୍କୁ ବଣ୍ଟନ କରିବାକୁ ଅନୁରୋଧ କରିଥିଲେ। ଯାହାଫଳରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ସେହି ଘରେ ରହିପାରିବେ । 


ଅଗଷ୍ଟ ପହିଲାରେ ଘର ଖାଲି କରିବାକୁ ଜଣାଇ ଦେଲେ ପ୍ରିୟଙ୍କା 


କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ସକାଳେ କହିଥିଲେ, ସେ ଅଗଷ୍ଟ ୧ ତାରିଖ ସୁଦ୍ଧା ନୂଆଦିଲ୍ଲୀର ଲୋଧି ଇଷ୍ଟେଟ୍ ଅଞ୍ଚଳରେ ଅବସ୍ଥିତ ତାଙ୍କ ସରକାରୀ ବଙ୍ଗଳା ଖାଲି କରିବେ । ଏହାସହିତ ସେ ଏହି ଖବରକୁ 'ନକଲି' ବୋଲି ବର୍ଣ୍ଣନା କରି ଦାବି କରିଛନ୍ତି ତାଙ୍କ ଅନୁରୋଧ କ୍ରମେ ସରକାର ତାଙ୍କୁ ଏହି ବାସଭବନରେ ଆଉ କିଛି ସମୟ ରହିବାକୁ ଅନୁମତି ଦେଇଛନ୍ତି।


କେନ୍ଦ୍ର ମନ୍ତ୍ରୀଙ୍କ ଟ୍ୱିଟର ଜବାବରେ ପ୍ରିୟଙ୍କା କହିଛନ୍ତି, "ଶ୍ରୀ ପୁରୀ, ଯଦି କେହି ଆପଣଙ୍କୁ ଡାକିଛନ୍ତି, ସେମାନଙ୍କ ଚିନ୍ତାଧାରା ପାଇଁ ଆପଣଙ୍କୁ ଧନ୍ୟବାଦ। ଆପଣ ଏହା ଲକ୍ଷ୍ୟ କରିଛନ୍ତି, ଏଥିପାଇଁ ଆପଣଙ୍କୁ ଧନ୍ୟବାଦ ହେଲେ ଏହା ଦ୍ୱାରା କୌଣସି ତଥ୍ୟ ପରିବର୍ତ୍ତନ ହେବ ନାହିଁ । ମୁଁ ସେପରି କୌଣସି ଅନୁରୋଧ କରି ନାହିଁ । ଅଗଷ୍ଟ ପହିଲାରେ ମୁଁ ବଙ୍ଗଳା ଖାଲି କରିବି । "


କେନ୍ଦ୍ର ଗୃହ ଓ ନଗର ବ୍ୟାପାର ମନ୍ତ୍ରଣାଳୟ ପ୍ରିୟଙ୍କାଙ୍କୁ ଅଗଷ୍ଟ ୧ ତାରିଖ ସୁଦ୍ଧା ନୂଆଦିଲ୍ଲୀରେ ସରକାରୀ ବଙ୍ଗଳା ଖାଲି କରିବାକୁ କହିଛନ୍ତି। ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶରେ ଦର୍ଶାଯାଇଛି ଏସପିଜି ସୁରକ୍ଷା ପ୍ରତ୍ୟାହାର ପରେ ସେମାନଙ୍କୁ ଜେଡ ପ୍ଲସ(z+) ବର୍ଗର ସୁରକ୍ଷା ମିଳୁଥିବା ଲୋକଙ୍କୁ ଘର ମିଳିବାର କୌଣସି ବ୍ୟବସ୍ଥା ନାହିଁ । ଏଥିପାଇଁ ତାଙ୍କୁ ୩୫ ଲୋଧି ଇଷ୍ଟେଟ୍ ବଙ୍ଗଳା ଖାଲି କରିବାକୁ ପଡିବ। ଗତ ବର୍ଷ ନଭେମ୍ବରରେ ସରକାର କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ, ପୂର୍ବତନ ରାଷ୍ଟ୍ରପତି ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ଏସପିଜି ସୁରକ୍ଷା ପ୍ରତ୍ୟାହାର କରି ସେମାନଙ୍କୁ ଜେ-ପ୍ଲସ୍ ବର୍ଗ ସୁରକ୍ଷା ପ୍ରଦାନ କରାଯାଇଥିଲା ।