Gyanvapi  Masjid  Survey: ବାରାଣାସୀସ୍ଥିତ  ଜ୍ଞାନବ୍ୟାପୀ ମସଜିଦ ଠାରେ ଚାଲିଥିବା ସର୍ଭେ କାର୍ଯ୍ୟ ଶେଷ  ହୋଇଛି। ଏହାର ଚୂଡ଼ାନ୍ତ ରିପୋର୍ଟ  ମେ ୧୭  ତାରିଖ ମଙ୍ଗଳାବର ସ୍ଥାନୀୟ  ଅଦାଲତରେ ଦାଖଲ କରାଯିବ।  ଏହି ପ୍ରସଙ୍ଗରେ ଜଣାଶୁଣା ବାଂଲାଦେଶୀ ଲେଖିକା ତସଲିମା ନସରିନ ଟ୍ୱିଟ୍ କରି ପ୍ରତିକ୍ରିୟା ରଖିଛନ୍ତି।  ସେ ରଖିଥିବା ପ୍ରତିକ୍ରିୟା ଉପରେ ଜବାବ ରଖିଛନ୍ତି ଟ୍ୱିଟର ୟୁଜର। 


COMMERCIAL BREAK
SCROLL TO CONTINUE READING

ଜ୍ଞାନବ୍ୟାପୀ ମସଜିଦ  ପ୍ରସଙ୍ଗରେ  ପ୍ରତିକ୍ରିୟା ରଖି  ବାଂଲାଦେଶୀ ଲେଖିକା ତସଲିମା ନସରିନ ଟ୍ୱିଟ କରି  କହିଛନ୍ତି  ଏଠାରେ  ଏକ ପ୍ରାର୍ଥନାସ୍ଥଳ ରହିବା ଆବଶ୍ୟକ। ଏଠାରେ ଦଶଟି ଘର  ରହିଛି।  ଏଠାରେ ଗୋଟିଏ ଲେଖାଁଏ  ଘର  ହିନ୍ଦୁ,  ମୁସଲିମ, ଖ୍ରୀଷ୍ଟିଆନ, ବୌଦ୍ଧ, ଜୈନ,  ଶିଖ, ଇହୁଦୀ,  ପାର୍ସୀ  ଧର୍ମାବଲମ୍ବୀଙ୍କୁ ଦିଆଯିବ  ଆବଶ୍ୟକ।  ଏଟାରେ ଏକ ପାଠାଗାର,  ପ୍ରାଙ୍ଗଣ, ବାଲକୋନି ,  ଶୌ ଚାଳୟ ଏବଂ ଖେଳ ଘର ରହିବା ଉଚିତ ।


ଜ୍ଞାନବ୍ୟାପୀ ମସଜିଦ  ପ୍ରସଙ୍ଗରେ ରଖିଥିବା ଏହି ପ୍ରତିକ୍ରିୟା  ପାଇଁ  ଟ୍ରୋଲ ହୋଇଛନ୍ତି ବାଂଲାଦେଶୀ ଲେଖିକା ତସଲିମା ନସରିନ।   ତାଙ୍କ ପ୍ରତିକ୍ରିୟା ଉପରେ ଜବାବ ରଖି  ଏକ ହିନ୍ଦୁ ମନ୍ଦିର ହେଉଛି  ଜଣେ ଭଗବାନଙ୍କ ବାସସ୍ଥାନ।  ଯେଉଁଠାରେ ତାଙ୍କର ପ୍ରାଣ ପ୍ରତିଷ୍ଠା  କରାଯାଇଥାଏ। ଏହା ଅନ୍ୟ ଧର୍ମର ପ୍ରାର୍ଥନାସ୍ଥଳ ଠାରୁ ଭିନ୍ନ।  ସେହିପରି ଅନ୍ୟ ଜଣେ ୟୁଜର କହିଛନ୍ତି ଆପଣ ଭିତରୁ ବହୁତ  ଦୁଃଖୀ  ଜଣାପଡୁଛନ୍ତି।  ଜୟ ହୋ ଜ୍ଞାନବ୍ୟାପୀ  ମନ୍ଦିର। 


ଅନ୍ୟ ଜଣେ ଟ୍ୱିଟର ୟୁଜର କହିଛନ୍ତି  ନା ଧନ୍ୟବାଦ।  ଏହି ପରାମର୍ଶ ପାକିସ୍ତାନ ଏବଂ ବାଂଲାଦେଶ ଭଳି ଦେଶରେ ଲାଗୁ  କରାଯିବା  ଆବଶ୍ୟକ।  ଆପଣଙ୍କ ପରାମର୍ଶ ବିନା ଭାରତୀୟ ଭଲ ଅଛନ୍ତି।  ଭାରତ ମାଟିରେ ରହି ଆପଣ ଏପରି ମାଗଣା ପରାମର୍ଶ  ଦେଇପାରିବେ।  ବାଂଲାଦେଶ କିମ୍ବା ପାକିସ୍ଥାନ ଠାରେ ଏହି  ପରାମର୍ଶ ଦେବାକୁ ଚେଷ୍ଟା କରନ୍ତୁ | ଭୋଟ୍ ବ୍ୟାଙ୍କ ରାଜନୀତି ପାଇଁ ନେହେରୁ ଭାରତ ବର୍ଷକୁ ଧର୍ମନିରପେକ୍ଷ ଦେଶ  କରିଥିଲେ। 


ବାରାଣାସୀସ୍ଥିତ  ଜ୍ଞାନବ୍ୟାପୀ ମସଜିଦ ଠାରେ ୩ ଦିନ ଚାଲିଥିବା ସର୍ଭେ କାର୍ଯ୍ୟ ଶେଷ  ହେବା ପରେ ସୋମବାର ଶିବଲିଙ୍ଗ ମିଳିଥିବା ନେଇ ଦାବି କରିଥିଲା ହିନ୍ଦୁପକ୍ଷ।  ଏହା ପରେ କୋର୍ଟ  ଶିବଲିଙ୍ଗ  ଆଖପାଖକୁ ୟିବାଆସିବା କରିବା ଉପରେ  ରୋକ ଲଗାଇବା ସହ ଏହାକୁ ସୁରକ୍ଷା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଠାରେ  ଥିବା ନନ୍ଦୀ ମୂର୍ତ୍ତି ନିକଟରେ ୧୨ ଫୁଟ ଲମ୍ବା  ଶିବଲିଙ୍ଗ ମିଳିଥିବା ହିନ୍ଦୁପକ୍ଷ କହିଥିଲା। 


Also Read: ଜ୍ଞାନବ୍ୟାପୀ ଭଳି ଶବ୍ଦ ଇସଲାମ-କୁରାନ ସହ ଜଡ଼ିତ ନୁହେଁ: ସାକ୍ଷୀ ମହାରାଜ


Also Read: 'ମନ୍ଦିର ଫେରାଇ ନେବାର ସମୟ ଆସିଗଲାଣି'