ଜ୍ଞାନବ୍ୟାପୀ ଭଳି ଶବ୍ଦ ଇସଲାମ-କୁରାନ ସହ ଜଡ଼ିତ ନୁହେଁ: ସାକ୍ଷୀ ମହାରାଜ
Advertisement
Article Detail0/zeeodisha/odisha1184588

ଜ୍ଞାନବ୍ୟାପୀ ଭଳି ଶବ୍ଦ ଇସଲାମ-କୁରାନ ସହ ଜଡ଼ିତ ନୁହେଁ: ସାକ୍ଷୀ ମହାରାଜ

ଯଦି ମଦ୍ରାସା ଜାତୀୟତାବାଦ ଆଡକୁ ଅଗ୍ରସର ହୁଏ ତାହେଲେ ଆମେ ଏହାକୁ ସ୍ୱାଗତ କରିବୁ।

ଜ୍ଞାନବ୍ୟାପୀ  ଭଳି  ଶବ୍ଦ  ଇସଲାମ-କୁରାନ ସହ ଜଡ଼ିତ ନୁହେଁ:  ସାକ୍ଷୀ  ମହାରାଜ

 Gyanvapi  Mosque  Survey  Controversy: ଉତ୍ତର ପ୍ରଦେଶ ବାରଣାସୀ ସ୍ଥିତ  ମସଜିଦ ପରିସରରେ ହେଉଥିବା ସର୍ଭେ  କାର୍ଯ୍ୟ ୪୦ ପ୍ରତିଶତ  ଶେଷ ହୋଇଛି।  ଏହି  ମସଜିଦ ଠାରେ ହେଉଥିବା ସର୍ଭେ  ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟର  ଉନ୍ନାଁଓ ଲୋକସଭା ଆସନର ବିଜେପି ସାଂସଦ  ସାକ୍ଷୀ ମହାରାଜ।  ଏନେଇ ସେ କହିଛନ୍ତି ଜ୍ଞାନବ୍ୟାପୀ  ଭଳି  ଶବ୍ଦ  ଇସଲାମ-କୁରାନ ସହ ଜଡ଼ିତ ନୁହେଁ। 

କାଶ୍ମୀର ଠାରୁ କନ୍ୟାକୁମାରୀ ଭାରତ ହେଉଛି  ଏକ।  ଭାରତୀୟ  ସମ୍ବିଧାନ ବିରୋଧରେ ଯଦି କେହି କିଛି କୁହେ ତାହେଲେ ତାହ ବିରୋଧରେ ସାମ୍ବିଧାନିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଜ୍ଞାନବ୍ୟାପୀ ଭଳି ଶବ୍ଦର ଇସଲାମୀୟ ଧର୍ମଗ୍ରନ୍ଥ  କୁରାନ କିମ୍ବା ଇସଲାମ ଧର୍ମରେ କୌଣସି ସ୍ଥାନ ନାହିଁ।  ଜ୍ଞାନବ୍ୟାପୀ  ଶବ୍ଦର ଅର୍ଥ ହେଉଛି ଜ୍ଞାନର ସାଗର।  ଏହି ଶବ୍ଦରୁ ଏହା ସ୍ପଷ୍ଟ ହୋଇଛି ଯେ ସେହି ସ୍ଥାନ ଭଗବାନ ଶିବଙ୍କ ଯିଏ ଜ୍ଞାନ ପ୍ରଦାନ କରନ୍ତି। ଏହାକୁ ନେଇ କୌଣସି  ବିବାଦ ନାହିଁ।

କୁତୁବମୀନାର  ଏବଂ  ତାଜମହଲ କଥା ହେଉଛି ଭିନ୍ନ। ମଥୁରା ଠାରେ ଯେଉଁ ମସଜିଦ ରହିଛି ତାହାକୁ ଆକ୍ରମଣକାରୀ  ଭାଙ୍ଗି  ନିର୍ମାଣ କରିଥିଲେ।  ଏହି ମାମଲା ଅଦଲାତରେ ଅଛି। ଯାହା ସମାଧାନ ହେବ  ତାହାକୁ ଗ୍ରହଣ କରାଯିବ।  ତାଜମହଲ ବାବଦରେ ଚର୍ଚ୍ଚା ହେବ। ପ୍ରତ୍ନତତ୍ତ୍ୱ ବିଭାଗ ଏହାର ଅନୁସନ୍ଧାନ କରିବ।  ଯାହା ହେବ ତାହା ସାକ୍ଷୀ  ମହାରାଜଙ୍କ ଦାବି  ଉପରେ ନୁହେଁ ବରଂ ପ୍ରତ୍ନତତ୍ତ୍ୱ ବିଭାଗ ଦାବି ଉପରେ ହେବ।  ଯଦି ମଦ୍ରାସା ଜାତୀୟତାବାଦ ଆଡକୁ ଅଗ୍ରସର ହୁଏ ତାହେଲେ ଆମେ ଏହାକୁ ସ୍ୱାଗତ କରିବୁ।

Also Read: 'ଜୀହାଦ କବଳରୁ ରକ୍ଷା କରିବା ପାଇଁ ଆସିବ ନାହିଁ ପୋଲିସ; ଘରେ ରଖିବାକୁ ହେବ ଅସ୍ତ୍ରଶସ୍ତ୍ର'

ଜ୍ଞାନବ୍ୟାପୀ  ମସଜିଦ  ଥିଲା,  ଅଛି , ରହିବ ବୋଲି  ଏଆଇଏମଆଇଏମ ମୁଖ୍ୟ ଅସାଦୁଦ୍ଦିନ ଓୱେସୀ ଯେଉଁ ବୟାନ ରଖିଛନ୍ତି ତାହାର ଜବାବ ରଖି ବିଜେପି ସାଂସଦ  ସାକ୍ଷୀ ମହାରାଜ କହିଛନ୍ତି ସେ  କେବଳ ମୁସଲମାନଙ୍କୁ ବିଭ୍ରାନ୍ତ କରିବା ଭଳି କାର୍ଯ୍ୟ କରୁଛନ୍ତି।  ଭାରତ କଂଗ୍ରେସ ମୁକ୍ତ ହୋଇଛି। ବର୍ତ୍ତମାନ ଦେଶର ଲୋକେ କଂଗ୍ରେସ ଦଳକୁ ସହ୍ୟ କରିବାର ମନୋଭାବରେ ନାହାଁନ୍ତି।  ଗହମରେ ଯେପରି କାଣ୍ଡୁଆ ରୋଗ ହୋଇଥାଏ ବର୍ତ୍ତମାନ ସେପରି ରାଜସ୍ଥାନ ଏବଂ ଛତିଶଗଡ ଭଳି କେତେକ ସ୍ଥାନରେ କଂଗ୍ରେସ ଦୃଶ୍ୟମାନ ହେଉଛି। ସୋନିଆ ଏବଂ ରାହୁଲଙ୍କ ବ୍ୟତୀତ  କଂଗ୍ରେସ ପାଖରେ ଅନ୍ୟ କୌଣସି ବିକଳ୍ପ ନାହିଁ। ସେମାନେ ପରିବାରବାଦରୁ ବାହାରି ପାରିବେ ନାହିଁ।