Rocket Vikram S: ଘରୋଇ କ୍ଷେତ୍ର ଦ୍ୱାରା ପ୍ରସ୍ତୁତ ହୋଇଥିବା ପ୍ରଥମ ରକେଟ୍ ବିକ୍ରମ ଏସ୍ ଲଞ୍ଚ କରିବା ପାଇଁ ପ୍ରସ୍ତୁତ ହେଉଛି ଭାରତ। ଏହି ରକେଟ ୧୮ ନଭେମ୍ବରରେ ଶ୍ରୀହାରିକୋଟା ଠାରେ ଦିନ ୧୧ଟା ୩୦ ମିନିଟ ସମୟରେ ଲଞ୍ଚ କରାଯିବ। ଏହି ରକେଟ୍0 ହାଇଦ୍ରାବାଦ ସ୍ଥିତ କମ୍ପାନୀ ସ୍କାଇରୋଟ୍ ଏରୋସ୍ପେସ୍ ଦ୍ୱାରା ପ୍ରସ୍ତୁତ ହୋଇଛି। ଏଥିରେ ତିନୋଟି କଞ୍ଜୁମର ପେଲୋଡ୍ ରହିଛି। ଏହି ଅଭିଯାନର ନାମ 'ମିଶନ୍ ପ୍ରାରମ୍ଭ' ରଖାଯାଇଛି।


COMMERCIAL BREAK
SCROLL TO CONTINUE READING

ଏହି ମିଶନ ଲଞ୍ଚ କରିବା ପାଇଁ ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ (Indian Space Research Organisation) ଇସ୍ରୋ (ISRO) ସ୍କାଇରୋଟ୍ ଏରୋସ୍ପେସ୍ (Skyroot Aerospace) ସଂସ୍ଥାକୁ ୧୨ ନଭେମ୍ବରରୁ ୧୬ ନଭେମ୍ବର ପର୍ଯ୍ୟନ୍ତ ଏକ ୱିଣ୍ଡୋ ଦେଇଥିଲା। ହେଲେ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହାକୁ ୧୮ ନଭେମ୍ବରରେ ଲଞ୍ଚ କରିବାକୁ ସ୍ଥିର କରାଯାଇଛି। ଏଥିରେ କୌଣସି ସନ୍ଦେହ ନାହିଁ ଯେ ଇସ୍ରୋ ବର୍ତ୍ତମାନ ପର୍ଯ୍ୟନ୍ତ ଏହାର ଅନେକ ରକେଟ୍ ଉତକ୍ଷେପଣ (Rocket Launch) କରିଛି। ହେଲେ ଏହା ପ୍ରଥମ ଥର ହେବ ଯେ ଇସ୍ରୋ ଏହାର ଲଞ୍ଚିଂ ପ୍ୟାଡ (ISRO Launching Pad) ସହାୟତାରେ ଏକ ଘରୋଇ କମ୍ପାନୀ ମିଶନ୍ କାର୍ଯ୍ୟକାରୀ କରିବ। ଏହି ଅଭିଯାନ ନାମ 'ମିଶନ୍ ପ୍ରାରମ୍ଭ' (Mission Prarambh) ରଖାଯାଇଛି। ଏହା ମାଧ୍ୟମରେ ରକେଟ୍ ବିକ୍ରମ ଏସ୍ (Rocket Vikram S) ଲଞ୍ଚ କରିବାକୁ ଯୋଜନା କରାଯାଇଛି।   


ଏହି ମିଶନ ସହିତ ହାଇଦ୍ରାବାଦ ସ୍ଥିତ ସ୍କାଇରୋଟ୍ ଏରୋସ୍ପେସ୍ ପ୍ରଥମ ଘରୋଇ କମ୍ପାନୀ (Hyderabad Skyroot Aerospace Copmany) ହେବ ଯିଏ ମହାକାଶକୁ ରକେଟ୍ ଉତକ୍ଷେପଣ କରିବ। ଏହାକୁ ଐତିହାସିକ ମଧ୍ୟ କୁହାଯାଇପାରେ। କାରଣ ଏହି ମିଶନ ସହିତ ଘରୋଇ ମହାକାଶ କ୍ଷେତ୍ରରେ ଏକ ବଡ଼ ଅଗ୍ରଗତି ଦେଖିବାକୁ ମିଳିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ଏହି ମିଶନ ଆରମ୍ଭ କରିବା ପାଇଁ ଘରୋଇ କ୍ଷେତ୍ରକୁ ଉତ୍ସାହିତ କରୁଛନ୍ତି। ମହାକାଶ ଅଭିଯାନ ଲାଗି ଗତ ୨୦୨୦ ବର୍ଷରେ ଘରୋଇ କ୍ଷେତ୍ର ଲାଗି ଦ୍ୱାର ଖୋଲା ଯାଇଥିଲା।


Also Read: Space Programme: ଆସନ୍ତା ୨୦୩୫ ସୁଦ୍ଧା ସ୍ପେସ୍ ଷ୍ଟେସନ୍ ନିର୍ମାଣ କରିବାକୁ ଲକ୍ଷ୍ୟ ରଖିଛି ଭାରତ, ଜାଣନ୍ତୁ କ'ଣ ରହିଛି ଯୋଜନା


ବିକ୍ରମ-ଏସ୍ ହେଉଛି ଏକ ସିଙ୍ଗଲ ଷ୍ଟେଜ୍ ରକେଟ୍ (Single Stage Rocket Vikram-S)। ଯାହା ଏକ ସବ୍-ଅର୍ବିଟାଲ୍ ଲଞ୍ଚ ଯାନ। ଯିଏ ଶ୍ରୀହରିକୋଟା ଠାରୁ ତିନୋଟି ପେଲୋଡ୍ ସହିତ ଏହାର ମହାକାଶ ଯାତ୍ରା ଆରମ୍ଭ କରିବ। ଏହା ସ୍କାଏରୋଟ କମ୍ପାନୀ ଦ୍ୱାରା ବିକଶିତ ବିକ୍ରମ ସିରିଜ୍ ରକେଟ। ମହାକାଶ କାର୍ଯ୍ୟକ୍ରମର ପିତା ବିକ୍ରମ ସରଭାଇଙ୍କ ନାମରେ ସ୍କାଏରୋଟ୍ ଏରୋସ୍ପେସ୍ ଏହି ରକେଟ୍ ବିକ୍ରମ ରଖିଛି। ଏହି କମ୍ପାନୀ ବ୍ୟବସାୟିକ ଉପଗ୍ରହ ଉତକ୍ଷେପଣ ପାଇଁ ଅତ୍ୟାଧୁନିକ ଉତକ୍ଷେପଣ ଯାନ ଉତ୍ପାଦନ କରିଥାଏ।


ଆମେରିକା, ଇଣ୍ଡୋନେସିଆ ଏବଂ ଭାରତୀୟ ଛାତ୍ରଙ୍କ ପାଇଁ ବିକ୍ରମ ଏସ ରକେଟ୍ ୨.୫ କିଲୋଗ୍ରାମ ବିଶିଷ୍ଟ ଉପଗ୍ରହ ସହିତ ଉଡ଼ାଣ ଭରିବ। ବିଶେଷ କଥା ହେଉଛି ଷଷ୍ଠରୁ ଦ୍ୱାଦଶ ଶ୍ରେଣୀର ୮୦ ଜଣ ଛାତ୍ର ସେମାନଙ୍କ ଜେଜେବାପାଙ୍କ ସହ ସ୍ପେସ୍ କିଡ୍ସ ଚେନ୍ନାଇ ଷ୍ଟାର୍ଟ ଅପ୍ କମ୍ପାନୀର ଉପଗ୍ରହ ତିଆରି କରିଛନ୍ତି। ଏହାକୁ ବିକଶିତ କରିବା ୮-୯ ମାସ ସମୟ ଲାଗିଛି। ଯାହାର ନାମ FunSat ରଖାଯାଇଛି। ତିନୋଟି ପେଲୋଡ୍ ମଧ୍ୟରୁ ଗୋଟିଏ ହେଉଛି ବିଦେଶୀ ଉପଗ୍ରହ।