ନୂଆଦିଲ୍ଲୀ: West Bengal Assembly Election 2021: ଆସନ୍ତା ବର୍ଷ ପଶ୍ଚିମବଙ୍ଗରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୈତିକ ପାରା ବଢ଼ିଯାଇଛି । ଶୁକ୍ରବାର ତୃଣମୂଳ କଂଗ୍ରେସ ପ୍ରମୁଖ ମମତା ବାନାର୍ଜୀ (Mamata Banerjee) ଙ୍କୁ ଏକ ବଡ଼ ଝଟକା ଲାଗିଛି । ଦଳର ନେତା ଶୁଭେନ୍ଦୁ ଅଧିକାରୀ (Shubhendu Adhikari) ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ବିଗତ କିଛି ଦିନ ହେବ ସେ ବିଦ୍ରୋହୀ ମନୋଭାବ ପୋଷଣ କରିଛନ୍ତି ।


COMMERCIAL BREAK
SCROLL TO CONTINUE READING

ଅଧିକ ପଢ଼ନ୍ତୁ:-'ସିବିଆଇ, ଇଡିର ଭୟ କାହାକୁ ଦେଖାଉଛନ୍ତି, ମୁଁ କାପୁରୁଷ ନୁହେଁ..ତୁମର ଔକାତ କ’ଣ?'


ଆପଣଙ୍କୁ କହି ରଖୁଛୁ ଯେ ଶୁଭେନ୍ଦୁ ଅଧିକାରୀଙ୍କୁ ମମତା ସରକାର (Mamata Govt) ରେ ପରିବହନ ମନ୍ତ୍ରୀ ଭାବେ ନିଯୁକ୍ତି ଦିଆଯାଇଥିଲା । ବେଙ୍ଗଲ ରାଜନୀତିରେ ତାଙ୍କର ଦବଦବା ରହିଛି । କିନ୍ତୁ ଗତ କିଛି ଦିନ ହେବ ଭାରତୀୟ ଜନତା ପାର୍ଟି (BJP) କୁ ଯିବା ନେଇ କଳ୍ପନାଜଳ୍ପନା ଲାଗି ରହିଥିଲା । ଏହା ମଧ୍ୟରେ ଆଜି ମନ୍ତ୍ରୀ ପଦରୁ ଇସ୍ତଫା ଦେବାର ଖବର ଆସିଛି ।


ଗୁରୁବାର ଶୁଭେନ୍ଦୁ ଅଧିକାରୀ ହୁଗୁଲି ରିଭର ବ୍ରିଜ୍ କମିଶନ ପଦରୁ ଇସ୍ତଫା ଦେଇଥିଲେ । ଏବଂ ବର୍ତ୍ତମାନ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ମମତା ବାନାର୍ଜୀଙ୍କୁ ତାଙ୍କ ଇସ୍ତଫା ପଠାଇ ଶୁଭେନ୍ଦୁ ଲେଖିଛନ୍ତି ଯେ ମୁଁ ମନ୍ତ୍ରୀ ପଦରୁ ଇସ୍ତଫା ଦେଉଛି, ମୁଁ ରାଜ୍ୟପାଳଙ୍କୁ ଏ ବିଷୟରେ ସୂଚନା ଦେଇଛି । ମୋତେ ରାଜ୍ୟର ସେବା କରିବାର ସୁଯୋଗ ଦେଇଥିବାରୁ ଧନ୍ୟବାଦ ।


ଅଧିକ ପଢ଼ନ୍ତୁ:-ପ୍ରତି ମିନିଟରେ ପ୍ରାୟ ୧.୫ କୋଟି ଟଙ୍କା ଆୟ କରନ୍ତି ମୁକେଶ ଅମ୍ବାନୀ, ଘରର ମାଳୀଙ୍କୁ ଦିଅନ୍ତୁ ଏତେ ବେତନ


ସୂଚନାଯୋଗ୍ୟ, ବଙ୍ଗଳା ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି ସକ୍ରିୟ ହୋଇପଡ଼ିଛି । ବହୁ ସଂଖ୍ୟାରେ ଟିଏମସି ନେତା, କାର୍ଯ୍ୟକର୍ତ୍ତା ଦଳରେ ଯୋଗଦେବାକୁ ଚାହୁଁଛନ୍ତି ବୋଲି ବିଜେପି ଦାବି କରିଛି । ଏଭଳି ପରିସ୍ଥିତିରେ ଶୁଭେନ୍ଦୁ ଅଧିକାରୀଙ୍କ ଇସ୍ତଫା ଏହା ସହିତ ଯୋଡ଼ି ଦେଖାଯାଉଛି ।