ନୂଆଦିଲ୍ଲୀ: ବ୍ୟାଙ୍କ ଘରୋଇକରଣକୁ (Bank Privatisation) ନେଇ ଏକ ବଡ ଖବର ସାମ୍ନାକୁ ଆସୁଛି । ଫେବୃଆରୀରେ ଉପସ୍ଥାପିତ ବଜେଟରେ କେନ୍ଦ୍ର ସରକାର ଦୁଇଟି ସରକାରୀ ବ୍ୟାଙ୍କର ଘରୋଇକରଣକୁ ନେଇ ଘୋଷଣା କରିଥିଲେ । ଅର୍ଥମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ, ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆ (Central Bank of India) ଓ ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କରେ (Indian Overseas Bank) ଅଂଶଧନ ବିକ୍ରୟ କରିବାକୁ ସରକାର ଯୋଜନା କରିଥିଲେ, କିନ୍ତୁ ବର୍ତ୍ତମାନ ଖବର ଆସୁଛି ଯେ ସରକାର ବ୍ୟାଙ୍କ ଅଫ୍ ଇଣ୍ଡିଆ (Bank of India) ଅଂଶଧନ ବିକ୍ରୟ କରିବାକୁ ଯୋଜନା କରୁଛନ୍ତି । ଅର୍ଥାତ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ମଧ୍ୟ ଘରୋଇକରଣ ହୋଇପାରେ ।


COMMERCIAL BREAK
SCROLL TO CONTINUE READING

ଇଂରାଜୀ ଖବରକାଗଜ ଟାଇମ୍ସ ଅଫ୍ ଇଣ୍ଡିଆରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, NITI ଆୟୋଗ ଦୁଇଟି ବ୍ୟାଙ୍କର ନାମ ମଧ୍ୟ ସୁପାରିଶ କରିଛନ୍ତି, କିନ୍ତୁ ବର୍ତ୍ତମାନ ଖବର ଆସୁଛି ଯେ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ମଧ୍ୟ ସରକାର ନିଜର ଅଂଶଧନ ବିକ୍ରି କରିପାରନ୍ତି । ଘରୋଇକରଣ ତାଲିକାରେ ବ୍ୟାଙ୍କ ଅଫ୍ ଇଣ୍ଡିଆର (Bank of India) ନାମ ମଧ୍ୟ ସାମ୍ନାକୁ ଆସିଛି ।


ବ୍ୟାଙ୍କଗୁଡ଼ିକର ସେୟାର ମୂଲ୍ୟ କ’ଣ?
ଷ୍ଟକ୍ ମାର୍କେଟରେ ଏହି ବ୍ୟାଙ୍କଗୁଡିକର ସେୟାର ମୂଲ୍ୟ ବିଷୟରେ କହିବାକୁ ଗଲେ ସେଣ୍ଟ୍ରାଲ୍ ବ୍ୟାଙ୍କ ଓ ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କର ବଜାର ମୂଲ୍ୟ ହେଉଛି ୪୪,୦୦୦ କୋଟି, ଯେଉଁଥିରେ IOB ର ବଜାର କ୍ୟାପ୍ ୩୧,୬୪୧ କୋଟି ଟଙ୍କା ।


ଅଧିକ ପଢ଼ନ୍ତୁ: କୋରୋନା ଚିକିତ୍ସା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଜାରି କଲା ନୂଆ ଗାଇଡଲାଇନ୍


ଅର୍ଥ ମନ୍ତ୍ରଣାଳୟର ସୂତ୍ର ଅନୁଯାୟୀ, ବର୍ତ୍ତମାନ ବୀନିବେଶ (DIPAM) ଓ ଆର୍ଥିକ ସେବା  (Banking Division) ବିଭାଗରେ NITI ଆୟୋଗଙ୍କ ପ୍ରସ୍ତାବ ଉପରେ ବିଚାର କରାଯାଉଛି । NITI ଆୟୋଗ ସରକାରୀ ବ୍ୟାଙ୍କଗୁଡିକର ନାମ ଦାଖଲ କରିଛନ୍ତି ଯାହା ବିମୁଦ୍ରୀକରଣ ପ୍ରକ୍ରିୟା ଅଧୀନରେ ଚଳିତ ଆର୍ଥିକ ବର୍ଷରେ ଘରୋଇକରଣ ହେବାକୁ ଯାଉଛି । ଘରୋଇକରଣ ପାଇଁ ଦୁଇଟି ପବ୍ଲିକ ସେକ୍ଟର ବ୍ୟାଙ୍କ ଓ ଗୋଟିଏ ବୀମା କମ୍ପାନୀର ନାମ ବାଛିବା ଦାୟିତ୍ NITI ଆୟୋଗକୁ ଦିଆଯାଇଛି । ଘରୋଇକରଣ ସହ ଜଡିତ ଘୋଷଣା ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ବଜେଟରେ କରାଯାଇଥିଲା ।


ଏବେ କରାଯାଉଛି ବିଚାର
ଅର୍ଥ ମନ୍ତ୍ରଣାଳୟର ସୂତ୍ର ଅନୁଯାୟୀ, ବୀନିବେଶ (DIPAM) ଓ ଆର୍ଥିକ ସେବା ବିଭାଗରେ NITI ଆୟୋଗର ପ୍ରସ୍ତାବ ଉପରେ ବିଚାର କରାଯାଉଛି, କିନ୍ତୁ ଖୁବ୍ ଶୀଘ୍ର ନିଷ୍ପତ୍ତି ନିଆଯିବ । NITI ଆୟୋଗଙ୍କ ସୁପାରିଶ ପରେ ଏହାକୁ କ୍ୟାବିନେଟ ସଚିବଙ୍କ ନେତୃତ୍ୱରେ ବିନିଯୋଗ ପାଇଁ କୋର ଗ୍ରୁପ୍ ଅଫ୍ ସେକ୍ରେଟାରୀମାନେ ବିଚାର କରିବେ । ଏହି ଉଚ୍ଚ ସ୍ତରୀୟ ଗୋଷ୍ଠୀର ଅନ୍ୟ ସଦସ୍ୟମାନେ ହେଉଛନ୍ତି ସଚିବ, ଅର୍ଥନୈତିକ ବ୍ୟାପାର, ରାଜସ୍ୱ ସଚିବ, ବ୍ୟୟ ସଚିବ, କର୍ପୋରେଟ୍ ବ୍ୟାପାର ସଚିବ, ଆଇନ ସଚିବ, ସଚିବ, ପବ୍ଲିକ୍ ଏଣ୍ଟରପ୍ରାଇଜେସ୍ ବିଭାଗ, ସଚିବ, ନିବେଶ ଓ ପବ୍ଲିକ୍ ଆସେଟ୍ ମ୍ୟାନେଜମେଣ୍ଟ ବିଭାଗ (ଡିପିଏମ୍) ଓ ପ୍ରଶାସନିକ ବିଭାଗ ସଚିବ । 


ଅଧିକ ପଢ଼ନ୍ତୁ: ଅଧ୍ୟୟନ ପାଇଁ ଆମେରିକା ଯାଉଥିବା ଛାତ୍ରଛାତ୍ରୀଙ୍କୁ ପୁଣିଥରେ ନେବାକୁ ପଡିବ ଟିକା, ଜାଣନ୍ତୁ କାରଣ


କେତେ ସମୟ ଲାଗିବ?


ସୂଚନାନୁସାରେ, DIPAM ଆର୍ଥିକ ସେବା ବିଭାଗ ସହିତ ଏହି ପ୍ରସ୍ତାବ ଉପରେ ବିଚାର କରିବ ଓ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ଘରୋଇକରଣ ପାଇଁ ଆବଶ୍ୟକ ଆଇନଗତ ପରିବର୍ତ୍ତନ ଉପରେ ଆଲୋଚନା କରିବ । ବର୍ତ୍ତମାନ ବ୍ୟାଙ୍କଗୁଡିକର ଘରୋଇକରଣ ପାଇଁ କେତେ ସମୟ ଲାଗିବ ତାହା ନିୟାମକ ପରିବର୍ତ୍ତନ ଉପରେ ନିର୍ଭର କରେ । ଏହା ସହିତ କେବଳ କିଛି ନିଷ୍ପତ୍ତି ନିଆଯିବା ପରେ ଆରବିଆଇ ସହିତ ଆଲୋଚନା ମଧ୍ୟ କରାଯିବ ।


କେଉଁ ବ୍ୟାଙ୍କଗୁଡିକ ଘରୋଇକରଣ କରାଯାଇପାରିବ
ଏହି ସମୟରେ NITI ଆୟୋଗର ଆଖି ସେହି ୬ ଟି ବ୍ୟାଙ୍କ ଉପରେ ଅଛି ଯାହା ମିଶ୍ରଣରେ ଜଡିତ ନଥିଲା । ଏହି ତାଲିକାରେ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଓଭରସିଜ୍ ବ୍ୟାଙ୍କ, ସେଣ୍ଟ୍ରାଲ୍ ବ୍ୟାଙ୍କ, ମହାରାଷ୍ଟ୍ର ବ୍ୟାଙ୍କ, ପଞ୍ଜାବ ଆଣ୍ଡ ସିନ୍ଦ ବ୍ୟାଙ୍କ ଓ ୟୁକୋ ବ୍ୟାଙ୍କ ଏହି ତାଲିକାରେ ସାମିଲ ରହିଛି ।