ଅଧ୍ୟୟନ ପାଇଁ ଆମେରିକା ଯାଉଥିବା ଛାତ୍ରଛାତ୍ରୀଙ୍କୁ ପୁଣିଥରେ ନେବାକୁ ପଡିବ ଟିକା, ଜାଣନ୍ତୁ କାରଣ
Advertisement

ଅଧ୍ୟୟନ ପାଇଁ ଆମେରିକା ଯାଉଥିବା ଛାତ୍ରଛାତ୍ରୀଙ୍କୁ ପୁଣିଥରେ ନେବାକୁ ପଡିବ ଟିକା, ଜାଣନ୍ତୁ କାରଣ

ଭାରତ ବାୟୋଟେକର କୋଭାକ୍ସିନ୍ ଓ ଋଷର ସ୍ପୁଟ୍ନିକ୍-ଭି ଯେଉଁ ଛାତ୍ରଛାତ୍ରୀ ମାନେ ନେଇଛନ୍ତି ସେମାନଙ୍କୁ ଆମେରିକା ଯାଇ ପୁଣିଥରେ ଟିକାକରଣ କରିବାକୁ ପଡିବ । ଏହି ପରିପ୍ରେକ୍ଷୀରେ ଆମେରିକୀୟ କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । 

 

ପ୍ରତୀକାତ୍ମକ ଛବି

ୱାଶିଂଟନ୍: ଆମେରିକାରେ (America) ଅଧ୍ୟୟନ କରିବାକୁ ଯାଉଥିବା ଛାତ୍ରଛାତ୍ରୀଙ୍କୁ (Students) ନେଇ ଏକ ନୂଆ ଖବର ଆସିଛି । ଆମେରିକାର ୪୦୦ ରୁ ଅଧିକ କଲେଜ ଓ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଟିକାକରଣ ସମ୍ବନ୍ଧରେ ଏକ ନିର୍ଦ୍ଦେଶାବଳୀ (Guidelines) ଜାରି କରିଛନ୍ତି । ଏହା ନିର୍ଦ୍ଦେଶାବଳୀରେ ଛାତ୍ରଛାତ୍ରୀଙ୍କ ପାଇଁ WHO ଅନୁମୋଦିତ ଟିକା ଗ୍ରହଣ କରିବା ବାଧ୍ୟତାମୂଳକ କରାଯାଇଛି । ଏହି ନିୟମ ଯୋଗୁଁ ଭାରତ ଓ ଋଷର ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏକ ନୂତନ ସମସ୍ୟା ଉପୁଜିଛି କାରଣ ଭାରତରେ କୋଭାକ୍ସିନ୍ (Covaxin) ବିକଶିତ ହୋଇଛି ଓ ଋଷ ଦ୍ୱାରା ବିକଶିତ ସ୍ପୁଟ୍ନିକ୍-ଭି (Sputnik-v) WHO ଦ୍ୱାରା ଅନୁମୋଦିତ ହୋଇନାହିଁ ।

ପୁନର୍ବାର ଟିକାକରଣ କରିବାକୁ ପଡିବ
ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଏଭଳି ପରିସ୍ଥିତିରେ କୋଭାକ୍ସିନ (Covaxin) କିମ୍ବା ସ୍ପୁଟନିକ୍-ଭି ର (Sputnik-v) ଡୋଜ ଗ୍ରହଣ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଆମେରିକା ଯିବା ପରେ ପୁନର୍ବାର ଟିକାକରଣ (Vaccinations) କରିବାକୁ ପଡିବ । କଲମ୍ବିଆ ୟୁନିଭରସିଟିରେ ଆଡମିଶନ ପାଇଥିବା ଅମୃତସର ଛାତ୍ର ମିଲୋନି ଦୋଶିଙ୍କୁ ଏକ ରିପୋର୍ଟରେ ଏହା କୁହାଯାଇଛି । କୋଭାକ୍ସିନ୍ ଡୋଜ ନେବା ଯୋଗୁଁ ତାଙ୍କୁ କ୍ୟାମ୍ପସରେ ପହଞ୍ଚିବା ପରେ WHO ଦ୍ୱାରା ଅନୁମୋଦିତ ଟିକାର ଗୋଟିଏ ଡୋଜ ନେବାକୁ କୁହାଯାଇଛି ।

ଅଧିକ ପଢ଼ନ୍ତୁ: ଏହି SMS କୁ ଇଗ୍ନୋର କଲେ ଲାଗିବ ୧୦୦୦ ଟଙ୍କା ଜରିମାନା, ବନ୍ଦ ହୋଇପାରେ ବ୍ୟାଙ୍କିଙ୍ଗ୍ ସେବା    

 

୨ ଥର ଟିକାକରଣ କରିବା ନିରାପଦ କି?
ଯଦିଓ ଥରେ ପୂର୍ଣ୍ଣ ଟିକାକରଣ ପାଇବା ପରେ, ପୁନର୍ବାର ଟିକାକରଣ (Vaccinations) କରିବା ଠିକ୍ ହେବ କି ନାହିଁ? ଓ ବର୍ତ୍ତମାନ ଏହା କରିବା ନିରାପଦ କି ନୁହେଁ ଏହା ବିଷୟରେ କୌଣସି ବିଶେଷଜ୍ଞ କିଛି କହି ନାହାଁନ୍ତି । ମିଲୋନି କୁହନ୍ତି, ମୁଁ ଦୁଇଟି ଭିନ୍ନ ଟିକା ନେବାକୁ ଚିନ୍ତିତ । ଏହି ଚିନ୍ତାରେ କେବଳ ମିଲୋନି ଏକା ନାହାଁନ୍ତି ବରଂ ହଜାର ହଜାର ଭାରତୀୟ ଛାତ୍ରଛାତ୍ରୀ ଯେଉଁମାନେ ଆମେରିକାରେ ଅଧ୍ୟୟନ କରିବାକୁ ଯାଉଛନ୍ତି ସେମାନେ ମଧ୍ୟ ସମାନ ଚିନ୍ତାରେ ଅଛନ୍ତି ।

ଅଧିକ ପଢ଼ନ୍ତୁ: EPFO: ଏହି ଛୋଟ ଭୁଲ ଯୋଗୁଁ ହରାଇ ପାରନ୍ତି ଆପଣଙ୍କ PF ଟଙ୍କା, ଭୁଲରେ ବି କରନ୍ତୁ ନାହିଁ ଏହା

 

୮ ଟି ଟିକା ଅନୁମୋଦନ ଲାଭ କରିଛି
WHO ଏପର୍ଯ୍ୟନ୍ତ ଜରୁରୀକାଳୀନ ବ୍ୟବହାର ପାଇଁ ୮ ଟି ଟିକା ଅନୁମୋଦନ କରିଛି । ସେଥିମଧ୍ୟରୁ ୩ ଟି ଟିକା ଆମେରିକାରୁ ଆସିଛି । ଏହି ଟିକାଗୁଡ଼ିକ ଫାଇଜର-ବାୟୋଟେକ୍, ମୋଡର୍ନା ଓ ଜନସନ ଆଣ୍ଡ ଜନସନଙ୍କଠାରୁ ଆସିଛି । ଏହା ବ୍ୟତୀତ କୋଭିଶିଲ୍ଡ ଓ ଚାଇନାର ସିନୋଭାକ୍କୁ ମଧ୍ୟ ଅନୁମୋଦନ କରାଯାଇଛି । ଚାଇନାରେ ସର୍ବାଧିକ ଛାତ୍ରଛାତ୍ରୀ ଆମେରିକାରେ ପଢିବାକୁ ଯାଉଛନ୍ତି ଓ ଏହି କ୍ରମରେ ଭାରତ ଦ୍ୱିତୀୟ ସ୍ଥାନରେ ଅଛି । ଚୀନ୍‌ର ସିନୋଭାକ୍ ଅନୁମୋଦିତ WHO ଦ୍ୱାରା ହୋଇସାରିଛି କିନ୍ତୁ  ଭାରତୀୟ ଛାତ୍ରଛାତ୍ରୀମାନେ ବର୍ତ୍ତମାନ ଅଧିକ ଅସୁବିଧାରେ ଅଛନ୍ତି ।