Nitish Kumar: ବିଧାନସଭାରେ ନିଜର ବିବାଦୀୟ ବୟାନ ପାଇଁ କ୍ଷମା ମାଗିଲେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର (Nitish Kumar) । ଜନସଂଖ୍ୟା ନିୟନ୍ତ୍ରଣକୁ ନେଇ ଦେଇଥିବା ବୟାନକୁ ନେଇ ବିବାଦ ବଢିବାରୁ ଭୁଲ ମାଗିଛନ୍ତି ମୁଖ୍ୟମନ୍ତ୍ରୀ (Bihar Chief minister) ।


COMMERCIAL BREAK
SCROLL TO CONTINUE READING

ଏନେଇ ନୀତୀଶ କହିଛନ୍ତି,’ ମୁଁ ତ ମହିଳାଙ୍କ ଶିକ୍ଷା ବିଷୟରେ କରିଥିଲି, ମୋର ବୟାନ ଯଦି କାହାକୁ ଆଘାତ ପହଁଞ୍ଚାଇଛି ତାହାଲେ ମୁଁ କ୍ଷମା ପ୍ରାର୍ଥନା କରୁଛି । ଯେଉଁମାନେ ମୋର ନିନ୍ଦା କରୁଛନ୍ତି, ସେମାନଙ୍କୁ ଅଭିନନ୍ଦନ ଜଣାଉଛି । ମୋ ବୟାନର ଅର୍ଥକୁ ଭୁଲ ଭାବେ ଉପସ୍ଥାପନ କରାଯାଇଛି । ମୁଁ ତ ମହିଳାମାନଙ୍କର ଶିକ୍ଷା ବିଷୟରେ କହିଥିଲେ, କହୁ କହୁ ସେକ୍ସ ଏଜୁକେସନକୁ ନେଇ ଏଭଳି କହି ଦେଇଥିଲି । ଯଦି ମୋ ବୟାନରେ କାହାକୁ ଆଘାତ ପହଁଞ୍ଚାଇଛି, ତାହେଲେ ମୁଁ କ୍ଷମା ମାଗୁଛି । ବିହାରରେ ଆମେ ମହିଳାଙ୍କ ଉନ୍ନତି ପାଇଁ ଅନେକ କାମ କରୁଛି’ ।


ସୂଚନାଯୋଗ୍ୟ, ଜନସଂଖ୍ୟା ନିୟନ୍ତ୍ରଣ (Population Control )କରିବା ଲାଗି ନାରୀ ଶିକ୍ଷା (girl education) ଉପରେ ଗୁରୁତ୍ବରୋପ କରି ମଙ୍ଗଳବାର ଦିନ ବିଧାନସଭାରେ କହିବା ବେଳେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଅରୁଚିକର ମନ୍ତବ୍ୟ ଦେଇଥିଲେ । ଯୌନ ସମ୍ପର୍କ ସମୟରେ ଜଣେ ଶିକ୍ଷିତ ନାରୀ କିଭଳି ପୁରୁଷଙ୍କୁ ପ୍ରତିରୋଧ କରିପାରିବ ସେନେଇ ବିଧାନସଭାରେ (Assembly) ନୀତୀଶ କୁମାର ପ୍ରାଞ୍ଜଳି ଭାବେ ବୁଝାଇଥିଲେ । ଜଣେ ମୁଖ୍ୟମନ୍ତ୍ରୀଙ୍କ ଏଭଳି ଅଶ୍ଲୀଳ ବୟାନ ନେଇ ବିବାଦ ଦେଖାଦେଇଥିଲା । ବିଜେପି ଓ ଜାତୀୟ ମହିଳା କମିଶନ୍ ନୀତୀଶଙ୍କ ଏହି ବୟାନକୁ ତୀବ୍ର ସମାଲୋଚନା କରିଥିଲେ । ତେବେ ଏହାକୁ ନେଇ ବିବାଦ ତେଜିବାରୁ କ୍ଷମା ମାଗିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ।


Also Read-Fire crackers Ban: ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ସାରା ଦେଶରେ ଫୁଟିବନି ‘ପ୍ରଦୂଷଣକାରୀ ବାଣ’