ନୂଆଦିଲ୍ଲୀ: ବିହାର (Bihar) ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ (Tejaswi Jadav) ସମସ୍ୟା ବଢିବାରେ ଲାଗିଛି। ୨୦୧୯ ମସିହାରେ ହୋଇଥିବା ଆଇଆରସିଟିସି (IRCTC) ଘୋଟାଲାରେ ସିବିଆଇ (CBI) ଜେରାର ସମ୍ମୁଖିନ ହୋଇ ପାରନ୍ତି ଉପମୁଖ୍ୟମନ୍ତ୍ରୀ। ସୂଚନାଯୋଗ୍ୟ ଗତ ୨୦୧୯ ମସିହାରେ ହୋଇଥିବା ଏହି ଘୋଟାଲାରେ ସେ ବର୍ତ୍ତମାନ ସୁଦ୍ଧା ଜାମିନରେ ବାହାରେ ରହିଛନ୍ତି। କିନ୍ତୁ ଅଗଷ୍ଟ ୨୫ରେ ସେ ତଦନ୍ତକାରୀ ସଂସ୍ଥା ସିବିଆଇ ବିରୋଧରେ ବିଭିନ୍ନ ଅଭିଯୋଗ ଆଣିଥିଲେ, ଯାହା ପରେ ଅନୁସନ୍ଧାନକାରୀ ସଂସ୍ଥା କୋର୍ଟକୁ ସ୍ଥାନାନ୍ତର କରିଥିଲେ। ତେଜସ୍ୱୀ ଯାଦବ କହିଥିବା ଜିନିଷଗୁଡ଼ିକୁ କୋର୍ଟରେ ରଖିଲେ। ସିବିଆଇ ପକ୍ଷରୁ ଶୁଣାଣି ପରେ କୋର୍ଟ ଏହାର ଉତ୍ତର ଦାଖଲ କରିବାକୁ ୨୮ ସେପ୍ଟେମ୍ବର ପର୍ଯ୍ୟନ୍ତ ସମୟ ଦେଇଛନ୍ତି। ଏହା କୁହାଯାଉଛି ଯେ ଯଦି ତେଜସ୍ୱୀ ଯାଦବଙ୍କ ଉତ୍ତରରେ କୋର୍ଟ ସନ୍ତୁଷ୍ଟ ନୁହଁନ୍ତି, ତେବେ ଜାମିନ ନାମଞ୍ଜୁର ହେବାର ସମ୍ଭାବନା ରହିଛି। ଏପରିକି ତାଙ୍କୁ ଗିରଫ କରିବା ଭଳି ପଦକ୍ଷେପ ଗ୍ରହଣ କରିପାରେ ସିବିଆଇ। 


COMMERCIAL BREAK
SCROLL TO CONTINUE READING

ତେଜସ୍ୱିଙ୍କ ସାମ୍ବାଦିକ ସମ୍ମିଳନୀକୁ ସିବିଆଇ ଅତ୍ୟନ୍ତ ଗମ୍ଭୀରତାର ସହ ଗ୍ରହଣ କରିଥିଲା। ଏନେଇ ସିବିଆଇ ରାଉଜ ଆଭେନ୍ୟୁ କୋର୍ଟରେ ଅପିଲ କରିଥିଲା। ତଦନ୍ତକାରୀ ସଂସ୍ଥାର ଅପିଲ ପରେ ତେଜସ୍ୱି ଯାଦବଙ୍କୁ ଆଗାମୀ ୨୮ ତାରିଖରେ ନିଜର ଜବାବ ରଖିବାକୁ ସମୟ ମିଳିଛି। ତେବେ ମିଳିଥିବା ସୂଚନା ମୁତାବକ କୋର୍ଟଙ୍କୁ ଯଦି ତେଜସ୍ୱିଙ୍କ ନିକଟରୁ ଯଦି ସନ୍ତୋଷଜନକ ଉତ୍ତର ନ ମିଳେ ତେବେ ତାଙ୍କୁ ଗିରଫ କରାଯିବାର ସମ୍ଭାବନା ଅଧିକ ରହିଛି। ଯଦି ଏପରି ନ କରନ୍ତି ତେବେ ତେଜସ୍ୱି  ସାମ୍ବାଦିକ ସମ୍ମିଳନୀରେ ଦେଇଥିବା ମନ୍ତବ୍ୟ ସମ୍ପୂର୍ଣ୍ଣ ରାଜନୈତିକ ପ୍ରଣୋଦିତ ବୋଲି କୋର୍ଟରେ କହିବାକୁ ହେବ। ଏହା ସହିତ ସେ ତାଙ୍କର ଜାମିନକୁ ବଞ୍ଚାଇ ରଖିବାକୁ ହେଲେ କୋର୍ଟରେ ସିବିଆଇକୁ କ୍ଷମା ପ୍ରାର୍ଥନା କରିବାକୁ ହେବ। ନତୁବା ଜାମିନ ଖାରଜ ହେବା ପରେ ସେ ଆଣ୍ଟିସିପେଟୋରୀ ବେଲ କରିବାକୁ ହେବ। 


ଏଠାରେ କହି ରଖୁକି କି ଆଇଆରସିଟିସି ଟେଣ୍ଡର ଘୋଟାଲାରେ ତେଜସ୍ୱିଙ୍କ ବିରୋଧରେ ଆଇପିସି ୪୨୦, ୧୨୦ ବି ସହିତ ଦୁର୍ନିତୀ ଓ ଭ୍ରଷ୍ଟାଚାର ଅଧିନିୟମ ଅନୁଯାୟୀ ମାମଲା ରୁଜୁ ହୋଇଥିଲା। ତାଙ୍କୁ ୨୦୧୯ରେ ଜାମିନ ପ୍ରଦାନ କରାଯାଇଥିଲା ଏବଂ ସେବେଠାରୁ ସେ ଜାମିନରେ ଅଛନ୍ତି। ଏହି ମାମଲାରେ ଯଦି ସମସ୍ତ ପ୍ରମାଣ ତାଙ୍କ ବିରୁଦ୍ଧରେ ଯାଏ, ତେବେ ସାତ ବର୍ଷ ପର୍ଯ୍ୟନ୍ତ ଜେଲ ହୋଇପାରେ। ଦିଲ୍ଲୀର ପଟିଆଲା ହାଉସ କୋର୍ଟ ତାଙ୍କୁ ଏବଂ ତାଙ୍କ ମାଙ୍କୁ ଜାମିନ ପ୍ରଦାନ କରିଥିଲେ।


୨୦୦୯ ମସିହାରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରେଳମନ୍ତ୍ରୀ ରହିଥିବା ବେଳେ ଏହି ଆଇଆରସିଟିସି ଟେଣ୍ଡର ସ୍କାମର ସିବିଆଇ ତଦନ୍ତ ଦାବି କରିଥିଲେ। ସେତେବେଳେ ଲାଲୁ ପ୍ରସାଦ ଯାଦବ କହିଥିଲେ ଏଥିରେ କୌଣସି ପ୍ରକାର ଦୁର୍ନିତୀ ହୋଇନାହିଁ। ତାଙ୍କୁ ଯାହା ଦାୟିତ୍ୱ ଦିଆଯାଇଥିଲା ସେ ଇମାନଦାର ସହିତ ତୁଲାଇଥିଲେ। ଦୁର୍ନିତୀ ସମ୍ପର୍କରେ ସେ କିଛି ଜାଣି ନାହାନ୍ତି ବୋଲି କହିଥିଲେ। ତେବେ ଏହି ମାମଲାରେ ସିବିଆଇ ତଦନ୍ତରେ ତାଙ୍କ ସହ ମୋଟ ୧୪ ଜଣଙ୍କୁ ଅଭିଯୁକ୍ତ କରାଯାଇଥିଲା। ଅଭିଯୋଗ ହୋଇଛି ଯେ ରେଳ ମନ୍ତ୍ରୀ ଥିବା ବେଳେ ସେ ଭୁବନେଶ୍ୱର ଏବଂ ରାଞ୍ଚିରେ ହୋଟେଲ ଚଳାଇବା ପାଇଁ ଏକ ବେସରକାରୀ କମ୍ପାନୀକୁ ଚୁକ୍ତି କରିଥିଲେ ଏବଂ ଏହାର ପ୍ରତିବଦଳରେ ଘରୋଇ କମ୍ପାନୀ ପାଟଣାର ସାଗୁନା ମୋର୍ ଠାରେ ତିନି ଏକର ଜମି ଦେଇଥିଲା।