ପାଟନା: ବିହାରର ରାଜନୀତି (Politics in Bihar) ସେତବେଳେ ସରଗରମ ହୋଇଉଠିଛି, ଯେତେବେଳେ ଜଣେ IAS ଅଧିକାରୀ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ (Nitish Kumar) ବିରୋଧରେ FIR ପଞ୍ଜିକରଣ କରିବାକୁ ପହଞ୍ଚିଥିଲେ । ଜାଲିଆତି, ମିଥ୍ୟା ଦଲିଲ ଓ ମିଥ୍ୟା ପ୍ରମାଣ ଅଭିଯୋଗରେ ବିହାର କର୍ମଚାରୀ ଚୟନ ଆୟୋଗର (BSSC) ପୂର୍ବତନ ସଚିବ ସୁଧୀର କୁମାର (Sudhir Kumar) ପାଟନାରେ ଥିବା ଏସଆରସି ପୋଲିସ ଷ୍ଟେସନକୁ ଏକ ଲିଖିତ ଅଭିଯୋଗ ଦେଇଛନ୍ତି । ବିହାର ସରକାର ଓ ଅନେକ ଆଇପିଏସ୍ ଅଧିକାରୀ ଏଥିରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି ।


COMMERCIAL BREAK
SCROLL TO CONTINUE READING

ପୂର୍ବରୁ ମଧ୍ୟ FIR ଦେବା ଚେଷ୍ଟା କରିଥିଲେ 
ବିହାର କର୍ମଚାରୀ ଚୟନ ଆୟୋଗର (BSSC) ପୂର୍ବତନ ସଚିବ ସୁଧୀର କୁମାର ଚଳିତ ବର୍ଷ ୫ ମାର୍ଚ୍ଚରେ ଶାସ୍ତ୍ରୀନାଗର ପୋଲିସ ଷ୍ଟେସନକୁ ଯାଇ ଏଫଆଇଆର ପଞ୍ଜିକରଣ କରିଥିଲେ ଓ ପାଟନା ଏସଏସପି ଓ ସଚିବାଳୟ ଡିଏସପିଙ୍କ ଆଗରେ ଲିଖିତ ଅଭିଯୋଗ କରିଥି ଲେ। FIR ର ପଞ୍ଜୀକରଣ ନକରିବା ପାଇଁ RTI ମଗାଯାଇଥିଲା କିନ୍ତୁ କୌଣସି ପ୍ରତିକ୍ରିୟା ମିଳି ନଥିଲା । ପୁଣିଥରେ ସୁଧୀର କୁମାର ଆଜି SCST ପୋଲିସ ଷ୍ଟେସନରେ ଏକ ଲିଖିତ ଅଭିଯୋଗ ଦେଇଛନ୍ତି । ଏଥିସହିତ ଏସସିଏସଟି ପୋଲିସ ଷ୍ଟେସନର ଇନ୍ସପେକ୍ଟର କହିଛନ୍ତି ଯେ ତଦନ୍ତ ପରେ ପଦକ୍ଷେପ ନିଆଯିବ ।


ଅଧିକ ପଢ଼ନ୍ତୁ: କୋରୋନ ଦ୍ୱିତୀୟ ଲହର: ମହିଳାଙ୍କ ଅପେକ୍ଷା ଅଧିକ ଚାକିରି ହରାଇଛନ୍ତି ପୁରୁଷ


ଟାର୍ଗେଟ କଲେ ତେଜସ୍ୱୀ 
ଏହି ପ୍ରସଙ୍ଗ ମଧ୍ୟ ଏକ ରାଜନୈତିକ ରଙ୍ଗ ନେଇଛି । ଆରଜେଡି ନେତା ତଥା ବିହାରର ପୂର୍ବତନ ଡେପୁଟି ସିଏମ ତେଜସ୍ୱୀ ଯାଦବ (Tejaswi Yadav) ନୀତୀଶ କୁମାରଙ୍କୁ ଟାର୍ଗେଟ କରିଛନ୍ତି । ତେଜସ୍ୱୀ ଟ୍ୱିଟ୍ କରି କହିଛନ୍ତି, ବିହାରର ଜଣେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନୀତୀଶ କୁମାର ଓ ତାଙ୍କ ଡଙ୍ଗାର ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ଶହ ଶହ ପୃଷ୍ଠାର ଦୃଢ଼ ପ୍ରମାଣ ସହିତ ଏଫ୍ଆଇଆର୍ ପଞ୍ଜିକରଣ କରିବାକୁ ପୋଲିସ ଷ୍ଟେସନରେ ପହଞ୍ଚିଛନ୍ତି, କିନ୍ତୁ ଏଫ୍ଆଇଆର୍ ନିଆଯାଉ ନାହିଁ । ଯଦି ମୁଖ୍ୟମନ୍ତ୍ରୀ କିଛି ଭୁଲ କରିନାହାଁନ୍ତି, ତେବେ ସେ କାହିଁକି FIR କୁ ଡରୁଛନ୍ତି?


ଅଧିକ ପଢ଼ନ୍ତୁ: କୋରୋନା ରୋଗୀଙ୍କ ପାଖରେ ବଢୁଛି ଯକ୍ଷ୍ମା ମାମଲା, ସରକାର ଜାରି କଲେ ଆଡଭାଇଜରୀ


କିଏ ଏହି IAS ସୁଧୀର କୁମାର
ସୁଧୀର କୁମାର ବିହାର କର୍ମଚାରୀ ଚୟନ ଆୟୋଗର ପୂର୍ବତନ ସଚିବ ଅଟନ୍ତି । ସେ ଅଭିଯୋଗ କରିଥିଲେ ଯେ ୨୦୧୪ ମସିହାରେ ସେ ସଚିବ ଭାବେ କାର୍ଯ୍ୟ କରିବା ସମୟରେ ଇଣ୍ଟର-ଲେଭଲ୍ ଯୁଗ୍ମ ପରୀକ୍ଷାର କାଗଜ ଲିକ୍ ହୋଇଥିଲା । ଯେଉଁଥିରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ସେହିଭଳି ୨୦୧୭ ରେ ତାଙ୍କୁ ଗିରଫ କରାଯାଇ ନିଲମ୍ବିତ କରାଯାଇଥିଲା । (INPUT: ANI)