Train Accident: ନର୍ଥ ଇଷ୍ଟ ଏକ୍ସପ୍ରେସ ଟ୍ରେନ ଦୁର୍ଘଟଣାକୁ(North East Express Train accident)  ଗୋଟିଏ ସପ୍ତାହ ବିତି ନଥିବା ବେଳେ ବିହାରରେ ଆଉ ଏକ ଟ୍ରେନ ଦୁର୍ଘଟଣାଗସ୍ତ ହୋଇଛି। ଗତକାଲି ରାତିରେ ରାତି ପ୍ରାୟ ୧୦ ଟା ସମୟରେ ବିହାରର(Bihar) ବକ୍ସର ସହରର ଡୁମରାୱ ଷ୍ଟେସ (Dumrao Station)ନିକଟରେ ଏକ ମାଲଗାଡ଼ି ଟ୍ରେନର ବଗି ଟ୍ରାକରୁ ଖସିପଡିଛି। ଦୁର୍ଘଟଣା ପରେ ଦୀର୍ଘ ସମୟ ଧରି ଟ୍ରାକରେ ଅଟକି ରହିଥିଲା ଟ୍ରେନ। ଏ ନେଇ ସୂଚନା ଦେଇଛନ୍ତି ରେଳ ଅଧିକାରୀ।


COMMERCIAL BREAK
SCROLL TO CONTINUE READING

ଏହି ମାଲଗାଡ଼ି ଟ୍ରେନ୍ ଦିନ୍ ଦୟାଲ୍ ଉପାଧ୍ୟାୟ ଜଙ୍କସନରୁ ଫତୁହା ଦେଇ ବକ୍ସରକୁ ଯାଉଥିବା ବେଳେ ଏହି ଅଘଟଣ ଘଟିଥିବା କୁହାଯାଉଛି। ଗତକାଲି ରାତି ପ୍ରାୟ ୧୦ ଟା ସମୟରେ ଡୁମରାୱ(Dumrao) ନିକଟରେ ଏହି ମାଲଗାଡ଼ି ଟ୍ରେନ୍ ଯାଉଥିବା ବେଳେ କୌଣସି ଯାନ୍ତ୍ରିକ ତୃଟି କାରଣରୁ ଏହାର ଏକ ବଗି ଟ୍ରାକରୁ ଗଳି ପଡ଼ିଥିଲା ।ଯେଉଁ କାରଣରୁ ଲାଇନଟି ଦୀର୍ଘ ସମୟ ପର୍ଯ୍ୟନ୍ତ ବନ୍ଦ ରହିଥିଲା। ସୂଚନା ପାଇବା ପରେ ରେଳବାଇ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିର ଅନୁଧ୍ୟା କରିଥିଲେ । ତେବେ ଏହି ଘଟଣା ସମ୍ପର୍କରେ ରେଳ ଅଧିକାରୀଙ୍କଠାରୁ କୌଣସି ବିଧିବଦ୍ଧବିବୃତ୍ତି ଏଯାଏଁ ଆସି ନଥିବା ବେଳେ ଏଭଳି ଘଟଣା ସମସ୍ତଙ୍କୁ ଚକିତ କରିଛି।


ତେବେ ୧୧ ଅକ୍ଟୋବର ରାତିରେ ୯.୫୩ ମିନିଟରେ ନର୍ଥ ଇଷ୍ଟ ଏକ୍ସପ୍ରେସର(North East Express) ୬ ଟି ବଗି ଖସି ଯାଇଥିଲେ । ଏହି ଦୁର୍ଘଟଣାରେ ଅତି କମରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭୦ ରୁ ଅଧିକ ଲୋକ ଆହତ ହୋଇଥିଲେ । ଦୁଇଟି ଥାର୍ଡ ଏସି ବଗି ମଧ୍ୟ ଓଲଟି ପଡ଼ିଥିଲା ।


Also Read: Road Accident: ତୀର୍ଥଯାତ୍ରା ହେଲା ଶେଷଯାତ୍ରା , ସଡ଼କ ଦୁର୍ଘଟଣାରେ ୧୨ ମୃତ