Chhattisgarh Naxal Operation: ଛତିଶଗଡ ବିଜାପୁରରୁ ଏକ ବଡ ଖବର ସାମ୍ନାକୁ ଆସିଛି । ଆଜି ନକ୍ସଲ ସଙ୍ଗଠନ ଛାଡି  ୨୫ଜଣ ନକ୍ସଲ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଉକ୍ତ ନକ୍ସଲମାନଙ୍କ ଉପରେ ୩୭ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ଆତ୍ମସମର୍ପଣ କରିବା ପରେ ନକ୍ସଲମାନେ କହିଛନ୍ତି ଯେ, ସରକାରଙ୍କ ନିୟମ ଅନୁଯାୟୀ ଆମେ ପୋଲିସ ନିକଟରେ ଆତ୍ମସମର୍ପଣ କରିଛୁ । ଆପଣଙ୍କୁ କହିରଖିବାକୁ ଚାହୁଁ ଯେ, ଚଳିତ ବର୍ଷ ଆରମ୍ଭରୁ ଏପର୍ଯ୍ୟନ୍ତ ମୋଟ ୧୭୦ଜଣ ନକ୍ସଲ ପୋଲିସ ନିକଟରେ ଆତ୍ମସମର୍ପଣ କରିସାରିଛନ୍ତି। ଏଥିସହ ବିଭିନ୍ନ ସ୍ଥାନରୁ ମୋଟ ୩୪୬ଜଣ ନକ୍ସଲଙ୍କୁ ପୋଲିସ ଗିରଫ କରିଥିବା ସୂଚନା ରହିଛି ।


COMMERCIAL BREAK
SCROLL TO CONTINUE READING

ବିଜାପୁର ଏସପି ଜିତେନ୍ଦ୍ର ଯାଦବ କହିଛନ୍ତି ଯେ, ବରିଷ୍ଠ ମାଓବାଦୀଙ୍କ ଦ୍ୱାରା ନିର୍ଯାତିତ ହୋଇ ଏହି ନକ୍ସଲମାନେ ସମାଜର ମୁଖ୍ୟ ସ୍ରୋତକୁ ଫେରିବାକୁ ନିଷ୍ପତ୍ତି ନେଇଛନ୍ତି। ସେମାନେ ସମସ୍ତେ ସାଧାରଣ ଜୀବନଯାପନ କରିବାକୁ ଚାହାଁନ୍ତି । ଆତ୍ମସମର୍ପଣ କରିଥିବା ନକ୍ସଲମାନେ ଜୀବନ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି। ସୂଚନାଯୋଗ୍ୟ, ଛତିଶଗଡରେ ନକ୍ସଲବାଦକୁ ନେଇ ରାଜ୍ୟ ସରକାର ଏବଂ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ବର୍ତ୍ତମାନ ଅନେକ ପଦକ୍ଷେପ ହାତକୁ ନେଇଛନ୍ତି ।


Also Read- Trigrahi Yog: ୩ ଗ୍ରହର ମହାସଂଯୋଗ, ରାଜା ପରି ବଞ୍ଚିବେ ଏହି ରାଶିର ବ୍ୟକ୍ତି


Also Read- ସିଟି ଜିଏସ୍‌ଟି ସ୍କ୍ୱାଡ୍‌ ଜବତ କଲା ୫୦ କେଜି ସୁନା ସହ ୨ କ୍ୱିଣ୍ଟାଲ ରୁପା