Advertisement
Photo Details/zeeodisha/odisha2401393
photoDetails0hindi

Trigrahi Yog: ୩ ଗ୍ରହର ମହାସଂଯୋଗ, ରାଜା ପରି ବଞ୍ଚିବେ ଏହି ରାଶିର ବ୍ୟକ୍ତି

Grah Gochar 2024 Rashifal: ଗ୍ରହ ରାଜକୁମାର ବୁଧ ଏବଂ ଗ୍ରହ ସେନାପତି ମଙ୍ଗଳ ଏକ ମିଶ୍ରଣ କରି 'ଲାଭ ଦୃଷ୍ଟି ଯୋଗ' ଗଠନ କରୁଛନ୍ତି । ଏହି 'ଲାଭ ଦୃଷ୍ଟି ଯୋଗ' ଆର୍ଥିକ ଲାଭ ଆଣିଥାଏ । ବୁଧ, ଶୁକ୍ର ଏବଂ ମଙ୍ଗଳଙ୍କ ଏହି ମହାନ ସଂଯୋଗ ସମସ୍ତ ୧୨ଟି ରାଶି ଉପରେ ବିଶେଷ ପ୍ରଭାବ ପକାଇବ । କିନ୍ତୁ ମାତ୍ର ୩ଟି ରାଶି ଏଥିରୁ ବହୁତ ଲାଭବାନ ହେବାର ସମ୍ଭାବନା ରହିଛି 

 

1/4

ତୁଳା ରାଶି

ବୁଧ, ଶୁକ୍ର ଏବଂ ମଙ୍ଗଳ ଗ୍ରହର ମହାସଂଯୋଗ ପ୍ରଭାବରେ ଆପଣଙ୍କୁ ବିଶେଷ ଲାଭ ମିଳିବ । ନୂଆ ସମ୍ପତ୍ତି କିଣିବାର ସୌଭାଗ୍ୟ ମିଳିବ । ଆଇନଗତ ପ୍ରସଙ୍ଗରେ ଆପଣଙ୍କୁ ସଫଳତା ମିଳିବ । କଳା ଏବଂ ସୌନ୍ଦର୍ଯ୍ୟ ସହ ଜଡିତ ବ୍ୟବସାୟୀ ଅଧିକ ଲାଭ ପାଇବେ । କୌଣସି ସ୍ଥାନରୁ ଏକ ବଡ଼ ଅର୍ଥରାଶି ଆପଣଙ୍କୁ ମିଳିପାରେ । ଚାକିରି କ୍ଷେତ୍ରରେ ଆପଣଙ୍କର ନେତୃତ୍ୱ ଦକ୍ଷତା ବଢିବ । ଆପଣଙ୍କୁ ପଦୋନ୍ନତି ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି । ସୃଜନଶୀଳ ଲେଖା ପ୍ରତି ଛାତ୍ରମାନଙ୍କର ଆଗ୍ରହ ବୃଦ୍ଧି ପାଇବ । ଜୀବନସାଥୀଙ୍କ ସହିତ ସମ୍ପର୍କ ଅଧିକ ମଜବୁତ ହେବ । ପ୍ରେମ ଜୀବନରେ ସ୍ଥିରତା ରହିବ । ଅବିବାହିତଙ୍କ ପାଇଁ ପ୍ରସ୍ତାବ ଆସିବ ।

2/4

ଧନୁ ରାଶି

ତ୍ରିଗ୍ରାହୀ ଯୋଗ ଆପଣଙ୍କ ପାଇଁ ଅତ୍ୟନ୍ତ ଅନୁକୂଳ ପ୍ରମାଣିତ ହୋଇପାରେ । ବିଦେଶ ଭ୍ରମଣ କରିବାର ସମ୍ଭାବନା ରହିଛି । ଆର୍ଥିକ ଲାଭର ଯୋଗ ରହିଛି । ଛାତ୍ରଛାତ୍ରୀମାନେ ନିଜ ପ୍ରୋଜେକ୍ଟରେ ସଫଳତା ପାଇବେ । ଉଚ୍ଚଶିକ୍ଷା କରିବାର ଆଶା ପୂରା ହେବ । ଶିକ୍ଷକଙ୍କଠାରୁ ଉଚିତ ମାର୍ଗଦର୍ଶନ ପାଇବେ । ପିତାମାତାଙ୍କ ସହିତ ସମ୍ପର୍କ ଅଧିକ ମଜବୁତ ହେବ । ପ୍ରେମ ଜୀବନରେ ଉତ୍ସାହ ବଢିବା ସହ ସମ୍ପର୍କ ସୁଦୃଢ ହେବ ।

3/4

କୁମ୍ଭ ରାଶି

କୌଣସି ସୁତ୍ରରୁ ହଠାତ୍ ଆର୍ଥିକ ଲାଭ ପାଇପାରନ୍ତି । ଲଟେରୀ ଜିତିବାର ସମ୍ଭାବନା ରହିଛି । ଚାକିରି ଖୋଜୁଥିବା ବ୍ୟକ୍ତିଙ୍କୁ ଖୁସି ଖବର ମିଳିବ । ସୋସିଆଲ ମିଡିଆ ମାର୍କେଟିଂରୁ ଆପଣଙ୍କୁ ଭଲ ଲାଭ ମିଳିବ । ନୂଆ ବ୍ୟବସାୟରେ ଲାଭ ବଢିବ । ବନ୍ଧୁଙ୍କ ସହିତ ବିଶେଷ ମୁହୂର୍ତ୍ତ ବିତାଇପାରନ୍ତି । ପ୍ରେମ ଜୀବନରେ ଉତ୍ସାହ ବଢିବ ।

4/4

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)