Biparjoy Cyclone :  ନୂଆଦିଲ୍ଲୀ: ସାମୁଦ୍ରିକ ଝଡ଼ ବିପର୍ଯ୍ୟୟ (Biparjoy Cyclone) ଘନିଭୂତ ହେବା ସହିତ ମହାବାତ୍ୟାର ରୂପ ନେଇଛି। ଏହା ସହିତ ଗୁଜରାଟ ଉପକୂଳରେ (Gujurat Coastal) ମାଡ଼ ହେବା ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ସୂଚନା ପ୍ରଦାନ କରିଛନ୍ତି। ୨୫ ବର୍ଷ ପରେ ଜୁନ୍ ମାସରେ ଗୁଜୁରାଟ ଉପକୂଳରେ (Gujurat Coastal) ପ୍ରବଳ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, ୧୯୬୫ ମସିହା ପରେ ଆରବ ସାଗରରେ (Arabian Sea) ସୃଷ୍ଟି ହୋଇଥିବା ଘୁର୍ଣ୍ଣିଝଡ଼ ମଧ୍ୟରେ ବିପର୍ଯ୍ୟୟ 'ସୁପର ସାଇକ୍ଲୋନ'ର ରୂପ ନେବାରେ ତୃତୀୟ ସାମୁଦ୍ରିକ ଝଡ଼ ବୋଲି ପାଣିପାଗ ବିଭାଗ ସୂଚନା ପ୍ରଦାନ କରିଛି। ଆଇଏମଡି କହିଛି ଯେ ଗୁଜୁରାଟ ଉପକୂଳ ପାର ହେବା ପାଇଁ ବିପର୍ଯ୍ୟୟ 'ଅତ୍ୟନ୍ତ ଭୟଙ୍କର' ବର୍ଗର ପଞ୍ଚମ ଘୂର୍ଣ୍ଣିବଳୟ ହେବ। ସ୍ଥଳ ଭାଗ ଛୁଇଁବା ସମୟରେ ପବନର ବେଗ ଘଣ୍ଟା ପ୍ରତି ୪୮-୬୩ କିଲୋମିଟର। ଏହିପରି ଭାବରେ ଗତ ୫୮ ବର୍ଷ ମଧ୍ୟରେ ଆରବ ସାଗରରେ ବିପର୍ଯ୍ୟୟ ହେଉଛି ଏକମାତ୍ର ତୃତୀୟ 'ଅତ୍ୟଧିକ ଭୟଙ୍କର' ଘୂର୍ଣ୍ଣିବଳୟ। ଆଇଏମଡି ଅନୁଯାୟୀ ଗୁରୁବାର ଅପରାହ୍ନରେ ଗୁଜୁରାଟର ସୌରାଷ୍ଟ୍ର-କୁଚ୍ ଏବଂ ପାକିସ୍ତାନର କରାଚି ମଧ୍ୟରେ 'ଅତ୍ୟଧିକ ଭୟଙ୍କର' ଘୂର୍ଣ୍ଣିବଳୟ ବିପରଜୟ ଉପକୂଳ ଅତିକ୍ରମ କରିବ ବୋଲି ଆଶା କରାଯାଉଛି। ତେବେ ଆସନ୍ତୁ ଦଶଟି ପଏଣ୍ଟରେ ଜାଣିବା ଏହି ସାମୁଦ୍ରିକ ଝଡ଼ର ଗତିପଥ, ପ୍ରକୋପ ସମ୍ପର୍କରେ। 


COMMERCIAL BREAK
SCROLL TO CONTINUE READING

୦୧-ଉତ୍ତର ମଧ୍ୟ ଆରବ ସାଗରରେ ସୃଷ୍ଟି ହୋଇଥିବା ଏହି ସାମୁଦ୍ରିକ ଝଡ଼ ଉତ୍ତର ଦିଗରେ ଗତି କରୁଛି। ୧୫ ଜୁନ ବେଳକୁ ଏହା ସୌରାଷ୍ଟ୍ର ଓ କୁଚ ମଧ୍ୟରେ ସ୍ଥଳ ଭାଗ ଛୁଇଁବା ନେଇ ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ସୂଚନା ପ୍ରଦାନ କରିଛନ୍ତି।


୦୨-ବିପର୍ଯ୍ୟୟର ପ୍ରଭାବରେ ରାଜ୍ୟ ସରକାର ରାଜକୋଟ ସହିତ ୪ଟି ଜିଲ୍ଲାରେ ଜରୁରୀକାଳୀନ କଣ୍ଟ୍ରୋଲ ରୁମ, ଡିଜାଷ୍ଟର ମ୍ୟାନେଜମେଣ୍ଟ ରୁମ ଆରମ୍ଭ କରିଛନ୍ତି। ସେହିପରି ଏନଡିଆରଏଫ, ଫିଲ୍ଡ ଷ୍ଟାଫଙ୍କୁ ଆକ୍ଟିଭ ମୋଡ଼ରେ ରଖାଯାଇଛି। ଭାବନଗର, ରାଜକୋଟ, ଅହମଦାବାଦ ଓ ଗାନ୍ଧିଧାମରେ ଜରୁରୀକାଳିନ ନିୟନ୍ତ୍ରଣ କକ୍ଷ ମଧ୍ୟ ଖୋଲାଯାଇଛି। 


୦୩-ସେହିପରି ଗୁଜରାଟ ଉପକୂଳରେ ଭାରତୀୟ କୋଷ୍ଟଗାର୍ଡର ତଟରକ୍ଷକଙ୍କୁ ମଧ୍ୟ ନିୟୋଜିତ କରାଯାଇଛି। 


୦୪-ବିପର୍ଯ୍ୟୟ ପ୍ରଭାବରେ ମୁମ୍ବାଇ ଉପକୂଳରେ ବଡ଼ବଡ଼ ଲହଡ଼ି ଉଠୁଥିବା ଦେଖିବାକୁ ମିଳିଛି। 


୦୫-ପାଣିପାଗ ବିଭାଗ ଅନୁଯାୟୀ ଏହି ସାମୁଦ୍ରିକ ଘୂର୍ଣ୍ଣିଝଡ଼ ଅତ୍ୟନ୍ତ ଗମ୍ଭୀର ରୂପ ନେଇଛି । ମଙ୍ଗଳବାର ଦିନ ସାଢେ ଦୁଇଟା ସୁଦ୍ଧା ପୋରବନ୍ଦର ଠାରୁ ଦକ୍ଷିଣ ପଶ୍ଚିମ ଦିଗରେ ୨୯୦ କିଲୋମିଟର ଓ ଜଖାଉ ବନ୍ଦରଗାହ ଠାରୁ ଦକ୍ଷିଣ ଦକ୍ଷିଣ ପଶ୍ଚିମ ଦିଗରେ ୩୬୦ କିଲୋମିଟର ଦୂରରେ ରହିଥିବା ସୂଚନା ରହିଛି। 


୦୬-ବାତ୍ୟା ପରିଚାଳନା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ସିଂହ ପଟେଲଙ୍କ ସହିତ ସବିଶେଷ ଆଲୋଚନା କରିଛନ୍ତି। ରାଜ୍ୟକୁ କେନ୍ଦ୍ର ତରଫରୁ ପୂର୍ଣ୍ଣ ସହଯୋଗ ମିଳିବ ବୋଲି ପ୍ରଧାନମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି। 


୦୭- ଆସନ୍ତା ୧୫ ତାରିଖରେ ବିପର୍ଯ୍ୟୟ ସ୍ଥଳ ଭାଗ ଛୁଇଁବା ନେଇ ଆଶଙ୍କା ରହିଛି। ଏହି କାରଣରୁ ଅନେକ ଟ୍ରେନ ବାତିଲ କରାଯାଇଥିବା ବେଳେ କିଛି ଜିଲ୍ଲାରେ ସ୍କୁଲଗୁଡ଼ିକୁ ବନ୍ଦ କରିଦିଆଯାଇଥିବା ନେଇ ସୂଚନା ରହିଛି। 


୦୮- ଦକ୍ଷିଣ ଓ ଉତ୍ତର ଗୁଜୁରାଟରେ ଉପକୂଳ ଜିଲ୍ଲା ଗୁଡ଼ିକରେ ଗତକାଲି ଅର୍ଥାତ ୧୨ ତାରିଖରୁ ବର୍ଷା ଆରମ୍ଭ ହୋଇଯାଇଛି। ଫଳରେ ବାତ୍ୟାରେ ଯେପରି ଜୀନବ ଧନହାନୀ ନ ହୁଏ ସେଥିପାଇଁ ୧୪୪ ଧାରା ଜାରି କରାଯାଇଛି।


୦୯- ସେନା ଓ ନୌସେନାକୁ ମଧ୍ୟ ଆଲର୍ଟରେ ରଖିଛି ରାଜ୍ୟ ପ୍ରଶାସନ। ପ୍ରଭାବିତ ଜିଲ୍ଲା ଗୁଡ଼ିକରେ ଏନଡିଆରଏଫ ଓ ଏସଡିଆରଏଫ ଆକ୍ଟିଭ ମୋଡ଼ରେ ରହିଛନ୍ତି। ସେପଟେ ପାଣିପାଗ ବିଭାଗ କହିଛି କି ୧୪ ତାରିଖ ସକାଳ ସୁଦ୍ଧା ଏହି ବାତ୍ୟା ଉତ୍ତର ଦିଗରେ ଗତି କରିବାର ସମ୍ଭାବନା ରହିଛି। 


୧୦-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରିସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି। ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଚଳାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ବରିଷ୍ଠ ଅଧିକାରୀମାନଙ୍କ ସହିତ ଆଲୋଚନା କରି ସମ୍ବେଦନଶୀଳ ସ୍ଥାନ ଗୁଡ଼ିକରେ ରହୁଥିବା ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ କହିଛନ୍ତି। 


Also Read: India Tour of Westindies: ୧୨ ଜୁଲାଇରୁ ଓ୍ୱେଷ୍ଟଇଣ୍ଡଜ ଗସ୍ତରେ ଯିବ ଭାରତ, ସାମ୍ନାକୁ ଆସିଲା ପୂରା ସିଡ୍ୟୁଲ


Also Read: Fire broke out: ସତପୂରାରେ ଭୟଙ୍କର ନିଆଁ, ଲିଭାଇବାକୁ ଆସିଲା ବାୟୁସେନା ହେଲିକପ୍ଟର !


Also Read: Today Horoscope: ଆଜି ଏହି ଏସବୁ ରାଶି ଉପରେ ହେବ ଧନର ବର୍ଷା, ଜାଣନ୍ତୁ କେମିତି ରହିବ ମଙ୍ଗଳବାର