କୋଲକାତା: ଚଳିତ ବର୍ଷ ହେବାକୁ ଯାଉଛି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୧ (West Bengal Election 2021)। ହେଲେ ଏହା ପୂର୍ବରୁ ବିଭିନ୍ନ ପ୍ରସଙ୍ଗକୁ କେନ୍ଦ୍ର କରି ରାଜ୍ୟରେ କ୍ଷମତାସୀନ ଶାସକ ତୃଣମୂଳ କଂଗ୍ରେସ ଏବଂ ମୁଖ୍ୟ ବିରୋଧି ବିଜେପି ମଧ୍ୟରେ ବିଭିନ୍ନ ପ୍ରସଙ୍ଗକୁ କେନ୍ଦ୍ର କରି ବାକ୍ୟଯୁଦ୍ଧ ଜାରି ରହିଛି। ଯାହାକୁ ନେଇ ସରଗରମ ହୋଇଉଠିଛି ପଶ୍ଚିମବଙ୍ଗର ରାଜନୈତିକ ପାଣିପାଗ।  


COMMERCIAL BREAK
SCROLL TO CONTINUE READING

ଏହି କ୍ରମରେ କେନ୍ଦ୍ରରେ କ୍ଷମତାସୀନ ବିଜେପିକୁ ୱାଶିଂ ମେସିନ (Washing Machine) ସହ ତୁଳନା କରିଛନ୍ତି ଟିଏମସି ସୁପ୍ରିମୋ (TMC Supremo) ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ (West Bengal Chief Minister) ମମତା ବାନାର୍ଜୀ (Mamata Banerjee)।


ବିରୋଧିଙ୍କୁ କଟାକ୍ଷ କରି ଟିଏମସି ସୁପ୍ରିମୋ କହିଛନ୍ତି, "ବିଜେପି ହେଉଛି ଏପରି ଏକ ୱାଶିଂ ମେସିନ ଯାହା ପାଖରେ ସଫା କରିବା ଲାଗି ଜବରଦସ୍ତ ଶକ୍ତି ରହିଛି। ଯିଏ ଏହା ଭିତରେ ପଶେ ସେ ଏକଦମ ଚମକିଥାଏ। "          


ପଶ୍ଚିମବଙ୍ଗର ନଦିଆ ଓ ରାଣାଘାଟ ଠାରେ ମତୁଆ ସମ୍ପ୍ରଦାୟକୁ ସମ୍ବୋଧିତ କରିବା ଅବସରରେ ବିଜେପି ବିରୁଦ୍ଧରେ ଜୋରଦାର ବର୍ଷିଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏନେଇ ସେ କହିଛନ୍ତି ସେମାନେ ବହୁତ କିଛି କୁହନ୍ତି ହେଲେ ନିର୍ବାଚନ ପରେ ସବୁକିଛି ଭୁଲିଯାନ୍ତି। ସେମାନେ ଏକ ବିଲ୍ ଆଣିଛନ୍ତି ଯେଉଁଥିରେ ନିଜ ଦେଶର ନାଗରିକଙ୍କୁ ବିଦେଶୀ କରିଦେବେ। ମୁଁ ଏଥିଲାଗି କହୁଥିଲେ ଜଣେ ମୁଖ୍ୟମନ୍ତ୍ରୀ ଭାବେ ପଶ୍ଚିମବଙ୍ଗରେ ସିଏଏ ଲାଗୁ ହେବାକୁ ଦେବି ନାହିଁ। ମତୁଆ ସମ୍ପ୍ରଦାୟର ବିକାଶ ଲାଗି ମତୁଆ ବିକାଶ ବୋର୍ଡ ଗଠନ କରାଯିବା ୧୦ କୋଟି ଟଙ୍କାର ସହାୟତ ପ୍ରଦାନ କରାଯାଇଛି।      


୨୦୧୧ ଜନଗଣନା ଅନୁସାରେ ପଶ୍ଚିମବଙ୍ଗରେ ଅନୁସୂଚିତ ଜାତି ଜନସଂଖ୍ୟା ପ୍ରାୟ ୧. ୮୪ କୋଟି। ସେମାନଙ୍କ ମଧ୍ୟରୁ ୫୦ ପ୍ରତିଶତ ମତୁଆ ସମ୍ପ୍ରଦାୟର। ଏହି ସମ୍ପ୍ରଦାୟ ହିନ୍ଦୁ ଧର୍ମକୁ ସ୍ୱୀକୃତି ଦେଇଥାଏ ହେଲେ  ଉଚ୍ଚ-ନୀଚ୍ଚ ଭେଦଭାବକୁ ସ୍ୱୀକାର କରେ ନାହିଁ।


ମମତା ବାନାର୍ଜୀ ମଧ୍ୟ ଅଭିଭାଷଣରେ କହିଛନ୍ତି ସେମାନେ ଏୟାର ଇଣ୍ଡିଆ, ସେଲ, ଗେଲ ଆଦି ରାଷ୍ଟ୍ରୀୟ ଉଦ୍ୟୋଗକୁ ବିକ୍ରି କରିଛନ୍ତି। ପ୍ରଥମେ ସେମାନେ ବିମୁଦ୍ରାକରଣ କରିଥିଲେ ପରେ ଗୃହକୁ ବନ୍ଦୀ କଲେ। ଏବେ ସେ ଲୋକଙ୍କୁ ବନ୍ଦୀ କରି ରଖିବେ। ସେମାନେ କେନ୍ଦ୍ରୀୟ ଏଜେନ୍ସି ମାଧ୍ୟମରେ ଆମକୁ ଭୟଭୀତ କରିବାକୁ ଚେଷ୍ଟା କରୁଛନ୍ତି। ହେଲେ ଆମେ ଏହାକୁ ନେଇ ଭୟବୀତ ନୁହେଁ।