ଶିଆ ଶୋଭାଯାତ୍ରା ବେଳେ ବିସ୍ଫୋରଣ; ୫ ମୃତ, ୪୦ ଆହତ
ପାକିସ୍ତାନ ଯଦିଓ ଏକ ମୁସଲିମ ରାଷ୍ଟ୍ର ହେଲେ ଏଠାରେ ବିଭିନ୍ନ ମୁସଲମାନ ସମ୍ପ୍ରଦାୟ ମଧ୍ୟରେ ଭିନ୍ନ ଭିନ୍ନ କାରଣକୁ ନେଇ ବିବାଦ ଲାଗିରହିଛି।
ଇସଲାମାବାଦ: କଟ୍ଟରପନ୍ଥୀ ସଙ୍ଗଠନ ତାଲିବାନ ନିୟନ୍ତ୍ରଣକୁ ଆଫଗାନିସ୍ତାନ ଚାଲିଯିବା ପରେ ଏହାର ପାର୍ଶ୍ୱ ପ୍ରତିକ୍ରିୟା ଏବେ ପକିସ୍ତାନରେ ଅନୁଭୂତ ହେଲାଣି। ଦେଶର ସିନ୍ଧ ପ୍ରଦେଶରେ ଏହାର ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି। ଯେଉଁଠି ଏକ ଧାର୍ମିକ ଶୋଭାଯାତ୍ରା ଚାଲିଥିବା ବେଳେ ବିସ୍ଫୋରଣ ହୋଇଛି।
ଗୁରୁବାର ଦେଶର ସିନ୍ଧ ପ୍ରଦେଶସ୍ଥିତ ବହାବନ ନଗର ଅଞ୍ଚଳରେ ସିଆ ମୁସଲମାନ ସମ୍ପ୍ରଦାୟ ପକ୍ଷରୁ ଏକ ଶୋଭାଯାତ୍ରା କାରଯାଉଥିବା ବେଳେ ଏକ ବିସ୍ଫୋରଣ ହୋଇଥିଲା। ଏହି ଘଟଣାରେ ୫ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ ଜଣ ଆହତ ହୋଇଥିଲେ। ବିସ୍ଫୋରଣ ପରେ ଘଟଣାସ୍ଥଳରେ ପଳାୟନ କରିବା ଭଳି ସ୍ଥିତି ଉପୁଜିଥିଲା। ଯାହାର ସୁଯୋଗ ନେଇ ସେଠାରୁ ଫେରାର ହୋଇଯାଇଥିଲେ ବିସ୍ଫୋରଣକାରୀ।
ଯଦିଓ ପାକିସ୍ତାନ (Pakistan) ଏକ ମୁସଲିମ ରାଷ୍ଟ୍ର (Muslim State) ହେଲେ ଏଠାରେ ବିଭିନ୍ନ ମୁସଲମାନ ସମ୍ପ୍ରଦାୟ (Muslim Community) ମଧ୍ୟରେ ଭିନ୍ନ ଭିନ୍ନ କାରଣକୁ ନେଇ ବିବାଦ ଲାଗିରହିଛି। ଏହି ଦେଶରେ ଶିଆ, ସୁନ୍ନୀ, ଅହମ୍ମଦୀ, କାଦିୟାନ ପ୍ରଭୃତି ମୁସଲିମ ସମ୍ପ୍ରଦାୟର ଲୋକ ବସବାସ କରିଥାନ୍ତି ସୁନ୍ନୀ (Sunni) ମୁସଲିମ ହେଉଛନ୍ତି ସଂଖ୍ୟା ବହୁଳ।
Also Read: ଖୋଲିଲା ଗୁମର; କାହିଁକି Taliban ବିରୋଧି ଲଢେଇ ହାରିଗଲା Afghan Army
ପାକିସ୍ତାନରେ ସୁନ୍ନୀ ମୁସଲିମଙ୍କୁ ଛାଡି ଶିଆ (Shia), ଅହମ୍ମଦୀ (Ahmadiyya), କାଦିୟାନ (Qadian) ପ୍ରଭୃତି ମୁସଲମାନ ସମ୍ପ୍ରଦାୟ ସବୁ ବେଳେ ଇସଲାମିକ କଟ୍ଟରପନ୍ଥୀଙ୍କ (Islamic Extremists) ଟାର୍ଗେଟରେ ରହିଥାଏ। ଧାର୍ମିକ ଚରମପନ୍ଥୀଙ୍କ (Religious Extremists) ପ୍ରଭାବରେ ଆସି ପାକିସ୍ତାନ ସରକାର (Pakistan Govt) ଦେଶରେ ବସବାସ କରୁଥିବା ଅହମ୍ମଦୀୟା ସମ୍ପ୍ରଦାୟକୁ ଅଣ-ମୁସଲିମ (Non Muslim) ଭାବେ ଘୋଷଣା କରିସାରିଛନ୍ତି। ସେହିପରି ଶିଆ ମୁସଲମାନଙ୍କ ଉପରେ କଟ୍ଟରପନ୍ଥୀଙ୍କ ଆକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି। ଯେତେବେଳେ ମହରମ (Muharram) ସମୟରେ ଶିଆ ମୁସଲମାନ (Shia Muslim) ତାଜିଆ ଶୋଭାଯାତ୍ରା (Tazia Procession) କରିଥାନ୍ତି ସେତେବେଳେ ମଧ୍ୟ ସେମାନଙ୍କ ଉପରେ ଆକ୍ରମଣ କରିବାକୁ ପଛାଇନଥାନ୍ତି କଟ୍ଟରପନ୍ଥୀ।