ନୂଆଦିଲ୍ଲୀ: କୃଷି ଆଇନ ୨୦୨୦ ବିରୁଦ୍ଧରେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ସୀମାରେ ଚାଲିଥିବା ଚାଷୀ ଆନ୍ଦୋଳନ ଏବେ ଆନ୍ତର୍ଜାତୀୟ ସ୍ତରରେ ଏକ ଚର୍ଚ୍ଚିତ ବିଷୟ ପାଲଟିଛି। ଏ ପ୍ରସଙ୍ଗରେ ପାଶ୍ଚାତ୍ୟ ଦେଶରେ କେତେକ ଜଣାଶୁଣା ବ୍ୟକ୍ତିତ୍ୱ ଟ୍ୱିଟ କରି ସେମାନଙ୍କ ପ୍ରତିକ୍ରିୟା ରଖିବା ପରେ ଏ ଘଟଣାକୁ ଅନେକ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଚାଷୀ ଆନ୍ଦୋଳନ ମାମଲା ଦିନକୁ ଦିନ ସକ୍ରିୟ ହୋଇଉଠିବା ପରେ ଏହା ଉପରେ ସତର୍କ ନଜର ରଖିଛି ପ୍ରଶାସନ।       


COMMERCIAL BREAK
SCROLL TO CONTINUE READING

ଚାଷୀ ଆନ୍ଦୋଳନ ପ୍ରସଙ୍ଗରେ ଟ୍ୱିଟ କରି ଚର୍ଚ୍ଚାର ପରିସରକୁ ଆସିବା ବିବାଦୀୟ ହୋଇପଡିଥିବା ପରିବେଶବିଦ ଗ୍ରେଟା ଥନବର୍ଗକୁ (Environmentalist Greta Thanberg) ଏବେ ମିଳିଛି ମୁହଁତୋଡ ଜବାବ। ଏ ଘଟଣାରେ ଟ୍ୱିଟରରେ ପ୍ରତିକ୍ରିୟା ରଖି ଗ୍ରେଟା କହିଥିଲେ ଆମେ ଭାରତରେ ଚାଲିଥିବା କୃଷକ ଆନ୍ଦୋଳନ ସହିତ ଛିଡା ହୋଇଛୁ। ଏନେଇ ସେ ଏକ ଦସ୍ତାବିଜ ସେୟାର କରିଥିଲେ। ଯେଉଁଥିରେ ଭାରତ ବିରୋଧି ଏଜେଣ୍ଡା ସାମିଲ ରହିଥିଲା।   


Also Read: Delhi Police Action: ବର୍ତ୍ତିଗଲେ Greta, ଫସିଗଲେ Toolkit ଲେଖକ
 
ଦେଶର ଆଭ୍ୟନ୍ତରୀଣ ମାମଲାରେ ବିଦେଶୀ ବ୍ୟକ୍ତିବିଶେଷ ପ୍ରତିକ୍ରିୟା ରଖିବା ପରେ ଏବେ ଏହା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଅଣ୍ଟା ଭିଡିଲେଣୀ ଭାରତ ସରକାର। ଏ କ୍ଷେତ୍ରରେ ସରକାରଙ୍କୁ ସମର୍ଥନ ଜଣାଇ ଆଗକୁ ଆସିଛନ୍ତି ବଲିଉଡ କ୍ୱିନ (Bollywood Queen) ଭାବେ ଜଣାଶୁଣା ଅଭିନେତ୍ରୀ କଙ୍ଗନା ରାଣାୱତ (Actress Kangana Ranaut)।   


ଚାଷୀ ଆନ୍ଦୋଳନ ଘଟଣାରେ ପରିବେଶବିଦ ଗ୍ରେଟା ରଖିଥିବା ପ୍ରତିକ୍ରିୟା ଉପରେ ଜବାବ ଦେଇ କଙ୍ଗନା କହିଛନ୍ତି, "ଏହି ମୂର୍ଖ ଝିଅ ବାମପନ୍ଥୀ ଲୋକଙ୍କ ପାଇଁ ଏକ ବଡ ଭୁଲ କରିଛି। ଭାରତକୁ ଅସ୍ଥିର କରିବା ପାଇଁ ଆନ୍ତର୍ଜାତୀୟ ସ୍ତରରେ ପ୍ରସ୍ତୁତ ଯୋଜନାର ଗୋପନୀୟ ଦସ୍ତାବିଜ ସେୟାର କରାଯାଇଛି। ସବୁ ପପୁ ଗୋଟିଏ ଦଳରେ ଅଛନ୍ତି। ପୁରା ଜୋକର ଗୋଷ୍ଠୀ ଏକାଠି ଅଛନ୍ତି। " 


 



ଚାଷୀ ଆନ୍ଦୋଳନକୁ ନେଇ ପରିବେଶବିଦ ଗ୍ରେଟା ଏକ ବିବାଦୀୟ ଟ୍ୱିଟ କରିଥିଲେ। ଏନେଇ ସେ ଏକ ଦସ୍ତାବିଜ ସେୟାର କରିଥିଲେ। ଯେଉଁଥିରେ ଭାରତ ବିରୋଧି ଏଜେଣ୍ଡା ସାମିଲ ରହିଥିଲା। ଏହି ଟ୍ୱିଟ ଆସିବା ମାତ୍ରେ ଲୋକେ ତାଙ୍କୁ ଟ୍ରୋଲ କରିଥିଲେ। ଏହା ପରେ ସେ ନିଜର ଭୁଲ ବୁଝିପାରି ନିଜେ କରିଥିବା ଟ୍ୱିଟକୁ ହଟାଇ ଦେଇଥିଲେ। ହେଲେ ସେତେବେଳକୁ ଲୋକେ ଏହାକୁ ସଞ୍ଚୟ କରି ନେଇଥିଲେ।


Also Read: India Against Propaganda: ଖଲିସ୍ତାନୀ ଗୋଷ୍ଠୀକୁ ସହଯୋଗ କରୁଛି ପାକିସ୍ତାନ


 


କୃଷକ ଆନ୍ଦୋଳନ ପ୍ରସଙ୍ଗରେ ବଲିଉଡ କ୍ୱିନ କଙ୍ଗନା ଆରମ୍ଭରୁ କେନ୍ଦ୍ର ସରକାରଙ୍କୁ ନିରନ୍ତର ଭାବେ ସମର୍ଥନ କରିଆସୁଛନ୍ତି। ନିଜେ କରିଥିବା ଏକ ଟ୍ୱିଟରେ ସେ ଏହି ତଥାକଥିତ ଆନ୍ତର୍ଜାତୀୟ ଆନ୍ଦୋଳନର ପର୍ଦ୍ଦାଫାଶ କରାଯାଇଥିବାରୁ ସେ ଖୁସି ବ୍ୟକ୍ତ କରିଛନ୍ତି। ଏନେଇ କଙ୍ଗନା ଲେଖିଛନ୍ତି, 'ମୁଁ ବହୁତ ଖୁସି। ମୋର ମନେ ନାହିଁ ଯେତେବେଳେ ମୁଁ ଏହା ଠାରୁ ଅଧିକ ଖୁସି ଥିଲି। ଏହି ଦେଶର ଶରୀରରେ ଆମେ ଯେଉଁ କ୍ୟାନ୍ସର ଖୋଜୁଥିଲୁ ତାହା ଚିହ୍ନଟ ହୋଇଛି। ବର୍ତ୍ତମାନ ଏହାକୁ ଶେଷ କରିବା ପ୍ରକ୍ରିୟା ଆରମ୍ଭ ହେବ। ଆମେ ସମସ୍ତେ ମିଶି ଏହାର ସାକ୍ଷୀ ହେବା।