Delhi Police Action: ବର୍ତ୍ତିଗଲେ Greta, ଫସିଗଲେ Toolkit ଲେଖକ
Advertisement
Article Detail0/zeeodisha/odisha842178

Delhi Police Action: ବର୍ତ୍ତିଗଲେ Greta, ଫସିଗଲେ Toolkit ଲେଖକ

ଏନେଇ ହୋଇଥିବା ଅଭିଯୋଗ ପତ୍ରରେ କୌଣସି ବ୍ୟକ୍ତିବିଶେଷଙ୍କ ନାଁ ନାହିଁ ହେଲେ 'ଟୁଲକିଟ' ନିର୍ମାତାଙ୍କ ବିରୁଦ୍ଧରେ ମାମଲା ଦାଏର କରାଯାଇଛି।

Delhi Police Action: ବର୍ତ୍ତିଗଲେ Greta, ଫସିଗଲେ Toolkit ଲେଖକ

ନୂଆଦିଲ୍ଲୀ: କୃଷି ଆଇନ ୨୦୨୦ ବିରୁଦ୍ଧରେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ସୀମାରେ ଚାଲିଥିବା କୃଷକ ଆନ୍ଦୋଳନ ଏବେ ଏକ ଚର୍ଚ୍ଚିତ ଅଧ୍ୟାୟ ପାଲଟିଛି। ଏ ପ୍ରସଙ୍ଗରେ ବିଦେଶରେ ବିଭିନ୍ନ ବ୍ୟକ୍ତି ବିଶେଷ ଟ୍ୱିଟ କରି ସେମାନଙ୍କ ପ୍ରତ୍ରିକ୍ରିୟା ରଖିବା ପରେ ଏବେ ଏହି ଘଟଣା ଅଧିକ ସମ୍ବେଦନଶୀଳ ହୋଇଉଠିଛି। 

ଭାରତରେ ଚାଲିଥିବା କୃଷକ ଆନ୍ଦୋଳନ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଥିବା କେତେକ ଜଣାଶୁଣା କେତେକ ଚର୍ଚ୍ଚିତ ଚେହେରା ହେଉଛନ୍ତି ହଲିଉଡ ଗାୟିକା ରିହାନା (Hollywood Singer Rihana), ପୂର୍ବତନ ପର୍ଣ୍ଣଷ୍ଟାର ମିଆ ଖଲିଫା (Former Pornstar Mia Khalifa), ପରିବେଶବିଦ ଗ୍ରେଟା ଥନବର୍ଗ (Environmentalist Greta Thanberg)।   

 

ଏ ପ୍ରସଙ୍ଗରେ ଟ୍ୱିଟ କରି ମିଆ ଖଲିଫା କହିଥିଲେ ମନବାଧିକାର ଉଂଲଘନ କରି ଏ ସବୁ କ'ଣ ହେଉଛି। ନୂଆଦିଲ୍ଲୀ ଆଖପାଖରେ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି। ମୁଁ କୃଷକଙ୍କୁ ସମର୍ଥନ କରୁଛି। ଅନ୍ୟପଟେ ରିହାନା ଟ୍ୱିଟ କରି କହିଥିଲେ ଆମେ କାହିଁକି ଏ ବିଷୟରେ କିଛି କରୁନାହୁଁ। ଅନ୍ୟପଟେ ଗ୍ରେଟା କହିଥିଲେ ଆମେ ଭାରତରେ ଚାଲିଥିବା କୃଷକ ଆନ୍ଦୋଳନ ସହିତ ଛିଡା ହୋଇଛୁ।  

ଦେଶର ଆଭ୍ୟନ୍ତରୀଣ ମାମଲାରେ ବିଦେଶୀ ବ୍ୟକ୍ତିତ୍ୱ ପ୍ରତିକ୍ରିୟା ରଖିବା ପରେ ଏବେ ସତର୍କ ହୋଇଉଠିଛି ଦିଲ୍ଲୀ ପୋଲିସ। ଏହା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। 

ଗୁରୁବାର ଆୟୋଜିତ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଦିଲ୍ଲୀ ପୋଲିସ ସ୍ୱତନ୍ତ୍ର କମିଶନର ପ୍ରବୀର ରଞ୍ଜନ କହିଛନ୍ତି ଚାଷୀ ଆନ୍ଦୋଳନ ଚାଲିଥିବା ସମୟରେ ଏପରି ଧରଣର ୩୦୦ ଟ୍ୱିଟର ହ୍ୟାଣ୍ଡେଲ ଚିହ୍ନଟ କରାଯାଇଛି। ଯାହା ମାଧ୍ୟମରେ ଚାଷୀ ଆନ୍ଦୋଳନକୁ ନେଇ ବିବାଦୀୟ ଟ୍ୱିଟ କରାଯାଇଛି।  

Also Read: ମହାପଞ୍ଚାୟତ ବେଳେ ଭାଙ୍ଗିଲା ମଞ୍ଚ, ଅଳ୍ପକେ ବର୍ତ୍ତିଲେ ରାକେଶ ଟିକେତ

ଏହି ଟ୍ୱିଟର ହ୍ୟାଣ୍ଡେଲ ପାଶ୍ଚାତ୍ୟ ଦେଶର କେତେକ ସଙ୍ଗଠନ ଦ୍ୱାରା ପରିଚଟାଳିତ କରାଯାଉଛି। ଚିହ୍ନଟ ହୋଇଥିବା ଏହି ଟ୍ୱିଟର ଆକାଉଣ୍ଟ ମଧ୍ୟରେ 'ଟୁଲକିଟ' (Toolkit) ରହିଛି। ଏ ଘଟଣାରେ ଏହାର ଲେଖକଙ୍କ ବିରୁଦ୍ଧରେ  ମାମଲା ଦାଏର କରିଛି ଦିଲ୍ଲୀ ପୋଲିସ।  

ଯଦିଓ ଏନେଇ ହୋଇଥିବା ଅଭିଯୋଗ ପତ୍ରରେ କୌଣସି ବ୍ୟକ୍ତିବିଶେଷଙ୍କ ନାଁ ନାହିଁ ହେଲେ 'ଟୁଲକିଟ' ନିର୍ମାତାଙ୍କ ବିରୁଦ୍ଧରେ ମାମଲା ଦାଏର କରାଯାଇଛି। ପରିବେଶବିଦ ଗ୍ରେଟାଙ୍କ ବିରୁଦ୍ଧରେ କୌଣସି କୌଣସି ଏଫଆଇଆର ହୋଇନଥିବା କହିଛନ୍ତି ଦିଲ୍ଲୀ ପୋଲିସ ସ୍ୱତନ୍ତ୍ର କମିଶନର। ଜାନୁଆାରୀ ୨ ୬ ତାରିଖରେ ଦିଲ୍ଲୀରେ ହୋଇଥିବା ଟ୍ରାକ୍ଚର ରାଲି ସମୟରେ ହୋଇଥିବା ହିଂସାକାଣ୍ଡ ପୂର୍ବ ନିୟୋଜିତ ବୋଲି ପୋଲିସ କହିଛି।    

Also Read: ପୂର୍ବତନ Porn starଙ୍କ ଟାର୍ଗେଟରେ କଙ୍ଗନା? MEA ଦେଲା ଏମିତି ପ୍ରତିକ୍ରିୟା

ପୋଲିସ ପକ୍ଷରୁ କରାଯାଉଥିବା ବିଭିନ୍ନ ସୋସିଆଲ ମିଡିଆ ଆକାଉଣ୍ଟ ଯାଞ୍ଚ ସମୟରେ ଏକ ଦସ୍ତାବିଜ ମିଳିଛି। ଯାହା ଏକ 'ଟୁଲକିଟ'। ଯେଉଁଥିରେ "ପ୍ରାୟର ଆକ୍ସନ ପ୍ଲାନ" (Prior Action Plan) ନାମରେ ଏକ ବିଭାଗ ରହିଛି। ଯେଉଁଥିରେ ଆନ୍ଦୋଳନ ସମୟରେ କ'ଣ କରାଯିବ ସେ ବାବଦରେ ଉଲ୍ଲେଖ ରହିଛି।  

Also Read: ପ୍ରଜ୍ଞାନଙ୍କ ଗୁଗଲିରେ ରିହାନା ହିଟ୍ ୱିକେଟ୍

ଗୁରୁବାର ସନ୍ଧ୍ୟାରେ ଖବର ମିଳିଥିଲା ଚାଷୀ ଆନ୍ଦୋଳନକୁ ନେଇ ବିବାଦୀୟ ଟ୍ୱିଟ କରିଥିବା ପରିବେଶବିଦ ଗ୍ରେଟାଙ୍କ ବିରୁଦ୍ଧରେ 153A,120B ଧାରା ଆଧାରରେ ଦିଲ୍ଲୀ ପୋଲିସ ଏଫଆଇଆର ଦାଏର କରିପାରେ। ହେଲେ ତାଙ୍କ ବିରୁଦ୍ଧରେ କୌଣସି ମାମଲା ଦାଏର ହୋଇନାହିଁ। ଭାରତରେ ଚାଲିଥିବା ଚାଷୀ ଆନ୍ଦୋଳନ ଉପରେ ବିବାଦୀୟ ଟ୍ୱିଟ କରିଥିଲେ ଗ୍ରେଟା। ଏନେଇ ସେ ଏକ ଦସ୍ତାବିଜ ସେୟାର କରିଥିଲେ। ଯେଉଁଥିରେ ଭାରତ ବିରୋଧି ଏଜେଣ୍ଡା ସାମିଲ ରହିଥିଲା।