India Against Propaganda: ଖଲିସ୍ତାନୀ ଗୋଷ୍ଠୀକୁ ସହଯୋଗ କରୁଛି ପାକିସ୍ତାନ
Advertisement
Article Detail0/zeeodisha/odisha842019

India Against Propaganda: ଖଲିସ୍ତାନୀ ଗୋଷ୍ଠୀକୁ ସହଯୋଗ କରୁଛି ପାକିସ୍ତାନ

ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ ଭାରତକୁ ବଦନାମ କରିବାକୁ କେତେକ ପିଆର ଏଜେନ୍ସି  ସହଯୋଗ ନେଇଛି। 

India Against Propaganda: ଖଲିସ୍ତାନୀ ଗୋଷ୍ଠୀକୁ ସହଯୋଗ କରୁଛି ପାକିସ୍ତାନ

ନୂଆଦିଲ୍ଲୀ: ଭାରତ ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ସୀମାରେ ବିକ୍ଷୋଭ କରୁଛନ୍ତି ବିଭିନ୍ନ କୃଷକ ସଙ୍ଗଠନ। ଏନେଇ ପ୍ରାୟ ୭୦ ଦିନ ଧରି ଚାଲିଥିବା ଆନ୍ଦୋଳନରେ ମାଧ୍ୟମରେ ଭାବମୂର୍ତ୍ତିକୁ ବିଶ୍ୱ ସମୁଦାୟରେ କ୍ଷୁର୍ଣ୍ଣ କରିବା ଲାଗି ଶତ୍ରୁ ଦେଶ ସମେତ କେତେକ ସଙ୍ଗଠନ ଭରପୂର ପ୍ରୟାସ ଚଳାଇଛନ୍ତି।  

ଦିଲ୍ଲୀ ସୀମାରେ ୭୦ ଦିନ ଧରି କୃଷି ଆନ୍ଦୋଳନକୁ ଆୟୁଧ କରି ପାକିସ୍ତାନ (Pakistan) ସମେତ କେତେକ ସକ୍ରିୟ ଖଲିସ୍ତାନୀ ସଙ୍ଗଠନ (Khalistani Organizatio) ଭାରତ ବିରୋଧି ପ୍ରଚାର ପ୍ରସାର କାର୍ଯ୍ୟକୁ (Propaganda Aganist India) ଆନ୍ତର୍ଜାତୀୟ ସ୍ତରରେ ବ୍ୟାପକ ଭାବେ କରାଇବାରେ ଲାଗିଛନ୍ତି। 

ଯାହାର ମୂଳ ଲକ୍ଷ୍ୟ ହେଉଛି ଭାରତକୁ ବିଶ୍ୱ ସ୍ତରରେ ବଦନାମ କରିବା। ଏନେଇ ମିଳିଥିବା ଏକ ସୂତ୍ର ଅନୁସାରେ କାନାଡା, ବ୍ରିଟେନ, ଜର୍ମାନୀ, ଆମେରିକା ଆଦି ଦେଶରେ ସକ୍ରିୟ ଥିବା କେତେକ ଖଲିସ୍ତାନୀ ସଙ୍ଗଠନ  ଭାରତ ବିରୋଧି ପ୍ରଚାର ପ୍ରସାର କାର୍ଯ୍ୟରେ ମାତିଛନ୍ତି। ଏହି କାମରେ ଶିଖ୍ ଫର ଜଷ୍ଟିସ-ଏସଏଫଜେ (Sikhs for Justice-SfJ) ନାମକ ସଙ୍ଗଠନକୁ ଉପରୋକ୍ତ ଦେଶରେ ଅବସ୍ଥିତ ପାକିସ୍ତାନୀ ଦୂତାବାସ ପକ୍ଷରୁ ସହଯୋଗ କରାଯାଉଛି।      

Also Read: ମହାପଞ୍ଚାୟତ ବେଳେ ଭାଙ୍ଗିଲା ମଞ୍ଚ, ଅଳ୍ପକେ ବର୍ତ୍ତିଲେ ରାକେଶ ଟିକେତ

 

ପାକିସ୍ତାନୀ ଗୁଇନ୍ଦା ସଂସ୍ଥା (Pakistani Intelligence Agency) ଇଣ୍ଟର ସର୍ଭିସ ଇଣ୍ଟେଲିଜେନ୍ସ-ଆଇଏସଆଇ (Inter Service Intelligence-ISI) ଭାରତକୁ ବଦନାମ କରିବାକୁ କେତେକ ପିଆର ଏଜେନ୍ସି (PR Agency) ସହଯୋଗ ନେଇଛି। ଯିଏ ଏବେ ଦେଶର କେତେକ ସାଂସଦ, ଚର୍ଚ୍ଚିତ ବ୍ୟକ୍ତିତ୍ୱ, ଅଧିକ ଫଲୋର୍ସ ଥିବା ଟ୍ୱିଟର ହ୍ୟାଣ୍ଡେଲ (Twitter Handle) ମାଧ୍ୟମରେ ଭାରତ ସରକାରଙ୍କୁ ବଦନାମ କରିବା କାର୍ଯ୍ୟରେ ଲାଗିଛି।   

Also Read:  ଆନ୍ଦୋଳନରୁ ଓହରିଲେ ୨ କୃଷକ ସଙ୍ଗଠନ; ରାକେଶ ଟିକେତଙ୍କ ଆତ୍ମହତ୍ୟା ଧମକ

ଭାରତ ବିରୋଧି ଟ୍ୱିଟ୍କୁ (Anti India Tweet) ପାକିସ୍ତାନୀ ଟ୍ୱିଟର ହ୍ୟାଣ୍ଡେଲ (Pakistani Twitter Handle) ହଜାର ହଜାର ସଂଖ୍ୟାରେ ରିଟ୍ୱିଟ (Retweet) କରିବାରେ ଲାଗିଛନ୍ତି।  ଭାରତରେ ସକ୍ରିୟ ଥିବା କେତେକ ସଙ୍ଗଠନ, ଗଣମାଧ୍ୟମ ପ୍ରତିନିଧି, ନକ୍ସଲଲଙ୍କ ସହ ଜଡିତ ଥିବା କେତେକ ଲୋକ ଖଲିସ୍ତାନୀ ସଙ୍ଗଠନ ସହ ମିଶି ଭାରତ ବିରୋଧି ଏଜେଣ୍ଡା (Anti India Agenda) ଭିତ୍ତିକ କାର୍ଯ୍ୟକ୍ରମ ଜାରି ରଖଛନ୍ତି।