ନୂଆଦିଲ୍ଲୀ: ଦ୍ୱିତୀୟ ବିଶ୍ୱ ଯୁଦ୍ଧ ପରେ ଧର୍ମ ଆଧାରରେ ବିଭାଜିତ ହୋଇ ସ୍ୱାଧିନ ହୋଇଥିଲା ଭାରତ ବର୍ଷ। ହେଲେ ଏହି ଘଟଣାକୁ ପୁନର୍ବାର ଦୋହରାଇବାକୁ କହିଛନ୍ତି ଜଣେ ଖ୍ରୀଷ୍ଟ୍ରୀୟ ପାଦ୍ରୀ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।         


COMMERCIAL BREAK
SCROLL TO CONTINUE READING

'ଭାରତକୁ ଦୁଇ ଭାଗରେ ବାଣ୍ଟି ଦିଅ, ଗୋଟିଏ ଭାଗ ଖ୍ରୀଷ୍ଟିଆନଙ୍କୁ ଦିଅ' ଏଭଳି ବିବାଦୀୟ ବୟାନ ଦେଇଛନ୍ତି ବାଇବେଲ ଓପନ ୟୁନିଭରସିଟି ଇଣ୍ଟରନେସନାଲ (Bible Open University International) ବିଓୟୁଆଇ (BOUI) ଉପନିର୍ଦ୍ଦେଶକ ପାଷ୍ଟର ଉପେନ୍ଦ୍ର ରାଓ (Pastor Upendra Rao)। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯେଉଁଥିରେ ସେ ଏପର ବିଭାଜନକାରୀ ବୟାନ ଦେଉଥିବାର ଦେଖିବାକୁ ମିଳୁଛି।


Also Read: ଧର୍ମ ପରିବର୍ତ୍ତନ କରିଥିବା ଦଳିତଙ୍କୁ ମିଳିବନି ଜାତିଗତ ଆରକ୍ଷଣ ସୁବିଧା!


ଭାଇରାଲ ଭିଡିଓରେ ପାଷ୍ଟର କହୁଛନ୍ତି ଆମେ ଆମର ନେତା ପିଡି ସୁନ୍ଦର ରାଓଙ୍କ ନେତୃତ୍ୱରେ ଅଖିଳ ଭାରତୀୟ ପ୍ରକୃତ ଖ୍ରୀଷ୍ଟିଆନ ପରିଷଦ (All India True Christian Council) ଏଆଇଟିସିସି (AITCC) ପକ୍ଷରୁ ଦାବି କରୁଛୁ "ଭାରତକୁ ଦୁଇ ଭାଗରେ ବଣ୍ଟାଯାଉ ଏବଂ ଏକ ସ୍ୱତନ୍ତ୍ର ଦେଶ ଗଠନ କରିବା ପାଇଁ ଖ୍ରୀଷ୍ଟିଆନଙ୍କୁ ଏହାର ଅର୍ଦ୍ଧେକ ଦିଆଯାଉ। "


ଏସସି/ଏସଟି ଅଧିକାର ମଞ୍ଚ (SC/ST Rights Forum) ନାମକ ଏକ ସଙ୍ଗଠନ ପକ୍ଷରୁ ଏହି ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରାଯାଇଥିଲା। ଯେଉଁଥିରେ ପାଷ୍ଟର ଉପେନ୍ଦ୍ର ରାଓ କହୁଛନ୍ତି ଦେଶ ବିଭାଜିତ ହେବା ପରେ ଆମେ ଆପଣଙ୍କ ପାଇଁ କୌଣସି ଅସୁବିଧା ସୃଷ୍ଟି କରିବୁ ନାହିଁ।   



ଏପରି ବିବାଦୀୟ ବୟାନ ଦେଇଥିବା ଏହି ପାଷ୍ଟର ହେଉଛନ୍ତି ଅଖିଳ ଭାରତୀୟ ପ୍ରକୃତ ଖ୍ରୀଷ୍ଟିଆନ ପରିଷଦ ତେଲେଙ୍ଗାନା-ମହାରାଷ୍ଟ୍ର ରାଜ୍ୟ ଶାଖା ଅଧ୍ୟକ୍ଷ। ଏହି ଭିଡି଼ଓ ଭାଇରାଲ ହେବା ପରେ ଏଆଇଟିସିସି ପକ୍ଷରୁ ସୋସିଆଲ ମିଡିଆ ହ୍ୟାଣ୍ଡେଲ ଫେସବୁକ ପେଜ ଯାଞ୍ଚ କରାଯିବାରୁ ଏହି ସଙ୍ଗଠନ ପକ୍ଷରୁ କରାଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ବାବଦରେ ଅନେକ ପୋଷ୍ଟ କରାଯାଇଛି। 


Also Read: ଧାର୍ମିକ ସୁଧାର: ମାଲେସିୟାରେ ହିଁ, ଭାରତରେ ନାଁ


ବିଭିନ୍ନ ଧାର୍ମିକ ସଙ୍ଗଠନ ପକ୍ଷରୁ ଦେଶର ବିଭିନ୍ନ ପ୍ରାନ୍ତରେ ବେଆଇନ ଧର୍ମାନ୍ତରଣ ଭଳି କାର୍ଯ୍ୟ କରାଯାଉଛି। ଯାହାର ଉଦାହରଣ ହେଉଛି ଆନ୍ଧ୍ର ପ୍ରଦେଶ, ତାମିଲନାଡୁ, ତେଲେଙ୍ଗାନା, କେରଳ ଭଳି ଦକ୍ଷିଣ ଭାରତୀୟ ରାଜ୍ୟ। ଏଠାରେ ମିଶନାରୀ ସଂସ୍ଥା ପକ୍ଷରୁ ବିଭିନ୍ନ ପ୍ରଲୋଭନ ଦେଖାଇ ଗରିବ ଶ୍ରେଣୀର ଲୋକଙ୍କ ଧର୍ମାନ୍ତରଣ କରିବା ଭଳି କାର୍ଯ୍ୟ କରାଯାଇଥାଏ। ଏଭଳି ବେଆଇନ କାର୍ଯ୍ୟରେ ଜଡିତ ଥିବା ଅଭିଯୋଗରେ ପୋଲିସ ୩ ପାଦ୍ରୀଙ୍କ ବିରୁଦ୍ଧରେ ମାମଲା ଦାଏର କରିଥିଲା।


ଏହି ପାଦ୍ରୀ ଛୋଟ ପିଲାଙ୍କ ଫଟୋ ପୋଷ୍ଟ କରି ସେମାନଙ୍କୁ ଅନାଥ ବୋଲି ଦର୍ଶାଇବା ସହ ସେମାନଙ୍କୁ ସାହାଯ୍ୟ କରିବା ନାମରେ ଅନ୍ୟ ଲୋକଙ୍କ ଠାରୁ ସହାୟତା ଗ୍ରହଣ କରୁଥିଲେ। ବେଆଇନ ଧର୍ମାନ୍ତରଣ ଭଳି କାର୍ଯ୍ୟରେ ନିୟୋଜିତ ଥିବା ଏଭଳି ଏକ ରାକେଟର ଖୁଲାସା କରିଥିଲେ ଆନ୍ଧ୍ର ପ୍ରଦେଶ କୃଷ୍ଣା ଜିଲ୍ଲାର ଥୁକ୍କୁଲୁର ଗ୍ରାମର ଲୋକ। ଏ ଘଟଣାରେ ପୋଲିସ ଜଣେ ପାଦ୍ରୀଙ୍କୁ ହେପାଜତରେ ରଖିଥିବା ବେଳେ ବାକି ୩ ପାଦ୍ରୀ  ଫେରାର ହୋଇଯାଇଥିଲେ।