କେନ୍ଦ୍ର ଆଇନ ମନ୍ତ୍ରୀ କହିଛନ୍ତି ଯଦି ଜଣେ ଦଳିତ ବର୍ଗର ବ୍ୟକ୍ତି ଧର୍ମ ପରିବର୍ତ୍ତନ ଖ୍ରୀଷ୍ଟିଆନ କିମ୍ବା ମୁସଲିମ ଧର୍ମ ଗ୍ରହଣ କରନ୍ତି ସେମାନଙ୍କୁ ଆରକ୍ଷଣରୁ ମିଳୁଥିବା ସୁବିଧା ପାଇବାରୁ ବଞ୍ଚିତ ହେବେ।
Trending Photos
ନୂଆଦିଲ୍ଲୀ: ଜାତିଗତ ସଂରକ୍ଷଣ ବ୍ୟବସ୍ଥାକୁ ନେଇ ଶନିବାର ରାଜ୍ୟସଭାରେ ଏକ ବଡ ବୟାନ ରଖିଛନ୍ତି କେନ୍ଦ୍ର ଆଇନମନ୍ତ୍ରୀ ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ସେ କହିଛନ୍ତି ଖ୍ରୀଷ୍ଟିଆନ କିମ୍ବା ମୁସଲିମ ଧର୍ମ ଗ୍ରହଣ କରିଥିବା ଲୋକ ଏଣିକି ଆରକ୍ଷଣ ଲାଭ ପାଇବେ ନାହିଁ। ଅନ୍ୟପେଟେ ଅନୁସୂଚିତ ଜାତି ବର୍ଗର ଲୋକ ଯେଉଁମାନେ ହିନ୍ଦୁ, ଶିଖ କିମ୍ବା ବୌଦ୍ଧ ଧର୍ମ ଗ୍ରହଣ କରିଛନ୍ତି ସେମାନଙ୍କୁ ସଂରକ୍ଷଣ ଫାଇଦା ମିଳିବା ଜାରି ରହିବ।
କେନ୍ଦ୍ର ଆଇନ ମନ୍ତ୍ରୀ (Union Law Minister) ରବିଶଙ୍କର ପ୍ରସାଦ (Ravishankar Prasad) କହିଛନ୍ତି ଯଦି ଜଣେ ଦଳିତ ବର୍ଗର (Dalit Community) ବ୍ୟକ୍ତି ଧର୍ମ ପରିବର୍ତ୍ତନ ଖ୍ରୀଷ୍ଟିଆନ (Christian) କିମ୍ବା ମୁସଲିମ (Muslim) ଧର୍ମ ଗ୍ରହଣ କରନ୍ତି ସେମାନଙ୍କୁ ଆରକ୍ଷଣରୁ ମିଳୁଥିବା ସୁବିଧା ପାଇବାରୁ ବଞ୍ଚିତ ହେବେ। ଏପରିକି ସେମାନେ ଅନୁସୂଚିତ ଜାତି-ଏସସି (Scheduled Caste-SC) ଲାଗି ସଂରକ୍ଷିତ ରହିଥିବା ଲୋକସଭା ସିଟ (Loksabha Seat) କିମ୍ବା ବିଧାନସଭା ଆସନରୁ (Assembly Constituency) ପ୍ରତିଦ୍ୱନ୍ଦିତା କରିପାରିବେ ନାହିଁ।
Also Read: ଲୋକସଭା ଏବଂ ବିଧାନସଭା ଆସନରୁ ହଟାଯାଉ ସଂରକ୍ଷଣ: ପ୍ରକାଶ ଆମ୍ବେଦକର
ରାଜ୍ୟସଭାରେ ବିଜେପି ସାଂସଦ (BJP MP) ଜି.ଭି.ଏଲ ନରସିମ୍ହା ରାଓଙ୍କୁ (G. V. L. Narasimha Rao) ପକ୍ଷରୁ ପଚରାଯାଇଥିବା ପ୍ରଶ୍ନର ଜବାବ ଦେଇ କେନ୍ଦ୍ର ଆଇନମନ୍ତ୍ରୀ ଯେଉଁମାନେ ହିନ୍ଦୁ (Hindu), ଶିଖ (Sikh) କିମ୍ବା ବୌଦ୍ଧ (Buddhism) ଧର୍ମକୁ ଅନୁସରଣ କରୁଥାନ୍ତି ତାହେଲେ ସେମାନେ ଜାତିଗତ ସଂରକ୍ଷଣ (Caste Reservation) ଲାଭ ପାଇବା ସହ ଏବଂ ଏହି ଆଧାରରେ ସେମାନେ ଏସସି ବର୍ଗ ପାଇଁ ସଂରକ୍ଷିତ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବାର ଅଧିକାର ମଧ୍ୟ ପାଇବେ।
ଭାରତୀୟ ସମ୍ବିଧାନର ତୃତୀୟ ଧାରା ବାବଦରେ ଦର୍ଶାଇ କେନ୍ଦ୍ର ଆଇନମନ୍ତ୍ରୀ କହିଛନ୍ତି ହିନ୍ଦୁ, ଶିଖ କିମ୍ବା ବୌଦ୍ଧ ଧର୍ମ ବ୍ୟତୀତ ଅନ୍ୟ କୌଣସି ଧର୍ମ ଗ୍ରହଣ କରୁଥିବା ବ୍ୟକ୍ତିଙ୍କୁ ଅନୁସୂଚିତ ଜାତିର ସଦସ୍ୟ ଭାବେ ବିବେଚନା କରାଯିବ ନାହିଁ। ଏହା ସହିତ ଜନପ୍ରତିନିଧି ଅଧିକାର ଆଇନ (Representative Rights Act) ବଳରେ କୌଣସି ପ୍ରକାରର ସଂଶୋଧନ କରାଯାଇ ନାହିଁ। ଆଇମନ୍ତ୍ରୀଙ୍କ ଏହି ବିବୃତ୍ତି ସହିତ ଇସଲାମ ଏବଂ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିଥିବା ଏବଂ ହିନ୍ଦୁ ଧର୍ମ ଅଧିନରେ ରହୁଥିବା ଦଳିତଙ୍କ ମଧ୍ୟରେ ପାର୍ଥକ୍ୟ ମଧ୍ୟ ଦୂର ହୋଇଛି।