ଲାହୋର: ୭୬ତମ ସ୍ୱାଧିନତା ଦିବସ ଅବସରରେ ଦେଶରେ ଖୁସି ବଦଳରେ ଶୋକାକୂଳ ପରିବେଶ ଦେଖିବାକୁ ମିଳୁଛି। ଗତ ତିନି ଦିନରେ ପାକିସ୍ଥାନର ପଞ୍ଜାବ ପ୍ରାନ୍ତରେ ଦୁଇଟି ବଡଧରଣର ସଡକ ଦୁର୍ଘଟଣା ଘଟିଛି। ଏହି ଦୁଇଟି ଦୁର୍ଘଟଣାରେ ମୋଟ ୩୩ ଜଣ ପ୍ରାଣ ହରାଇଛନ୍ତି। ମଙ୍ଗଳବାର ସକାଳେ ବସ-ଟ୍ୟାଙ୍କର ଧକ୍କା ହୋଇ ୨୦ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ୫ରୁ ଊର୍ଦ୍ଧ୍ୱ ଆହତଙ୍କୁ ଉର୍ଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।


COMMERCIAL BREAK
SCROLL TO CONTINUE READING

ମଣିଷଙ୍କ ରକ୍ତର ଛିଟାରେ ପାକିସ୍ତାନର ସଡକ ନାଲି ପଡିଯାଇଛି। ଲାହୋର ଠାରୁ ୩୫୦ କିଲୋମିଟର ଦୂରରେ ମୁଲତାନ ନିକଟସ୍ଥା ହାଇୱେରେ ମଙ୍ଗଳବାର ସକାଳେ ଏକ ବଡ ଧରଣର ସଡକ ଦୁର୍ଘଟଣା ଘଟିଛି। ଦୃତଗତରି ଆସୁଥିବା ତେଲ ଟ୍ୟାଙ୍କ ଓ ବସ ମଧ୍ୟରେ ଧକ୍କା ହୋଇ ଉଭୟ ଗାଡି ସମ୍ପୂର୍ଣ୍ଣ ଜଳି ଯାଇଛି। ଫଳରେ ୨୦ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ମୃତକମାନେ ସମ୍ପୃର୍ଣ୍ଣ ଜଳ ଯାଇଥିବାରୁ ସେମାନଙ୍କ ପରିଚୟ ମିଳିପାରିନାହିଁ। ଡିଏନଏ ଟେଷ୍ଟ ପରେ ପରିବାର ଲୋକଙ୍କ ମୃତଦେହ ହସ୍ତାନ୍ତର କରାଯିବ ବୋଲି ସ୍ଥାନୀୟ ପୋଲିସ କହିଛି।


Also Read: ଭୁଶୁଡ଼ିଲା ଚାବେରୀ ନଦୀ ଉପରେ ନିର୍ମିତ ପଲୋ, କୋରାପୁଟ-ରାୟଗଡା ଯାତାୟତ ବାଧାପ୍ରାପ୍ତ


ପଞ୍ଜାବ ମୁଖ୍ୟମନ୍ତ୍ରୀ ଏହି ଦୁର୍ଘଟଣାକୁ ନେଇ ଶୋକ ବ୍ୟକ୍ତ କରିବା ସହ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଗତ ୧୩ ତାରିଖରେ ଠିକ୍ ଏହି ଭଳି ଏକ ଦୁର୍ଘଟଣା ଘଟିଥିଲା। ଟ୍ରକ ସହ ବସ ପିଟି ହେବାରୁ ୧୩ ଜଣଙ୍କ ଜୀବନ ଯାଇଥିଲା। ସେପଟେ ମଙ୍ଗଳବାର ପାଖତୁନଖ୍ୱା ପ୍ରାନ୍ତରେ ଦୁଇ ଜଣ ପୋଲିସ କର୍ମୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। ପୋଲିସ ଅଭିଯାନରେ ସାମିଲ ବ୍ୟକ୍ତିଙ୍କୁ ସୁରକ୍ଷା ଦେବାକୁ ଯାଇଥିବା ବେଳେ ସେମାନଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି।