ନୂଆଦିଲ୍ଲୀ: Buy Cheap Gold: ମହଙ୍ଗା ସୁନା ଯୋଗୁଁ ଅନେକ କ୍ରେତା ଏହା ଠାରୁ ଦୂରତା ରକ୍ଷା କରନ୍ତି । ଲୋକମାନେ ସୁନା ମୂଲ୍ୟରେ ହ୍ରାସକୁ ଅପେକ୍ଷା କରୁଛନ୍ତି । କିନ୍ତୁ ଯେଉଁମାନଙ୍କୁ ସୁନା ମୂଲ୍ୟ ଅଧିକ ଲାଗୁଛି, ସେମାନଙ୍କ ପାଇଁ ଶସ୍ତା ସୁନାର ଏକ ବିକଳ୍ପ ମଧ୍ୟ ଅଛି । ସୁନା ଅଳଙ୍କାର ୨୨ କ୍ୟାରେଟ୍, ୧୮ କ୍ୟାରେଟ୍ ଏବଂ ୧୪ କ୍ୟାରେଟରେ ତିଆରି କରାଯାଇଥାଏ । ଆମେ ଆପଣଙ୍କୁ କହି ରଖୁଛୁ ଯେ, ୧୪ କ୍ୟାରେଟ୍ ସୁନା ୨୨ କ୍ୟାରେଟ୍ ସୁନା ଅପେକ୍ଷା ୩୬ ପ୍ରତିଶତ ଶସ୍ତା ରହିଛି  । ସେହିପରି ୧୮ କ୍ୟାରେଟ୍ ସୁନା ୨୨ ପ୍ରତିଶତ ଶସ୍ତା ମିଳୁଛି ।


COMMERCIAL BREAK
SCROLL TO CONTINUE READING

ବର୍ତ୍ତମାନ ସମୟରେ ଦେଖାଯାଇଛି ଯେ, ସୁନା ଦରରେ ବଡ଼ ଧରଣର ବୃଦ୍ଧି ଘଟୁଛି । ଯାହା ଫଳରେ ଲୋକମାନେ ଅଧିକାଂଶ ୧୪ କ୍ୟାରେଟ୍ ସୁନା କିଣୁଛନ୍ତି । ସେହିପରି ହୀରା ଓ ରତ୍ନ ଅଳଙ୍କାର ପ୍ରସ୍ତୁତ କରିବା ପାଇଁ ୧୮ କ୍ୟାରେଟ୍ ସୁନା ବ୍ୟବହୃତ ହୁଏ । କାରଣ କମ୍ କ୍ୟାରେଟ୍ ସୁନା ହୀରା କିମ୍ବା ଅନ୍ୟ ପଥରକୁ ଦୃଢ଼ ଭାବରେ ଧରିପାରେ । କିନ୍ତୁ ସାମ୍ପ୍ରତିକ ସମୟରେ କମ୍ ମୂଲ୍ୟ ଯୋଗୁଁ ୧୪ କ୍ୟାରେଟ୍ ସୁନା ଚାହିଦା ବୃଦ୍ଧି ପାଇଛି । ଏହିପରି ଅଳଙ୍କାରରେ କେବଳ ୫୮.୩ ପ୍ରତିଶତ ସୁନା ବ୍ୟବହୃତ ହୁଏ ଓ ଏହାସହ ଅନ୍ୟ ଧାତୁଗୁଡ଼ିକ ବ୍ୟବହୃତ ହୁଏ । ଯାହା ୧୪ କ୍ୟାରେଟ୍ ସୁନାକୁ ସୁଲଭ କରିଥାଏ ।


ନିକଟ ଅତୀତରେ ବିକ୍ରି ବଢ଼ାଇବା ପାଇଁ ବହୁ ଅଗ୍ରଣୀ ଅଳଙ୍କାର କମ୍ପାନୀ ୧୪ କ୍ୟାରେଟ୍ ଅଳଙ୍କାର ଲଞ୍ଚ କରିଛନ୍ତି । ଯଦି ଆପଣ ୧୪ରୁ ୨୨ କ୍ୟାରେଟ୍ ସୁନାର ମୂଲ୍ୟକୁ ଦେଖନ୍ତି, ତେବେ ୧୪ କ୍ୟାରେଟ୍ ପ୍ରତି ୧୦ ଗ୍ରାମ ସୁନା ମୂଲ୍ୟ ୩୦,୯୮୦ ଟଙ୍କା ହୋଇଥାଏ । ତେବେ ୧୮ କ୍ୟାରେଟ୍ ପ୍ରତି ୧୦ ଗ୍ରାମ ସୁନା ମୂଲ୍ୟ ୩୯,୮୪୦ ଟଙ୍କା ରହିଛି । ଏଥି ସହିତ ୨୨ କ୍ୟାରେଟର ପ୍ରତି ୧୦ ଗ୍ରାମ ପ୍ରତି ସୁନା ମୂଲ୍ୟ ୪୭,୬୯୦ ଟଙ୍କା ରହିଛି ।


ଏହା ବି ପଢ଼ନ୍ତୁ:-କାର-ବାଇକ୍-ଅଟୋ ଚାଳକଙ୍କ ପାଇଁ ନିତିନ ଗଡକରୀ କଲେ ବଡ଼ ଘୋଷଣା, ଲୋକମାନେ ଶୁଣି ଚକିତ


ଏହା ବି ପଢ଼ନ୍ତୁ:-ନୂଆ ଫର୍ମୂଲା ଆଧାରରେ ସରକାରୀ କର୍ମଚାରୀଙ୍କ ବଢ଼ିବ ଦରମା! ମୋଦି ସରକାର ଲୋକସଭାରେ ଦେଲେ ବହୁତ ବଡ଼ ସୂଚନା


ଏହା ବି ପଢ଼ନ୍ତୁ:-ନୀତିଶ-ତେଜସ୍ୱୀଙ୍କ ସହ ଅଛନ୍ତି ଏସବୁ ଦଳ, ଏହିପରି ମିଳିଲା ୧୬୫ ବିଧାୟକଙ୍କ ସମର୍ଥନ


 


ଅନଲାଇନରେ ମଧ୍ୟ ମିଳିବ


ଆପଣଙ୍କୁ କହି ରଖୁଛୁ ଯେ, ଆଜିକାଲି ଆମାଜନ ଓ ଫ୍ଲିପକାର୍ଟରେ ୧୪ କ୍ୟାରେଟ୍ ଗହଣା ମଧ୍ୟ ମିଳୁଛି । କ୍ରେତାମାନେ ଅନଲାଇନରେ ଶସ୍ତା ସୁନା ପାଇଁ ଜୋରସୋରରେ ସପିଂ କରୁଛନ୍ତି ।