Videocon Owner Arrested: ଦେଶରେ ପୁରା ଆକ୍ସନ ମୁଡରେ ରହିଛି ସିବିଆଇ। ଆଇସିଆଇସିଆଇ ବ୍ୟାଙ୍କରୁ ଲୋନ ନେବା କାରବାରରେ ସିବିଆଇ ନିଜର ଯାଞ୍ଚ ପ୍ରକ୍ରିୟା ଜାରି ରଖିଛି । ଏହି କ୍ରମରେ ଆଜି ଭିଡିଓକନ୍ ଗ୍ରୁପର ପୂର୍ବ ଏମଡି ବେଣୁଗୋପା ଧୂତ୍ ଙ୍କୁ ସିବିଆଇ ଗିରଫ କରିଛି । ଆଇସିଆଇସିଆଇ ବ୍ୟାଙ୍କର ନିୟମ ବିରୁଦ୍ଧରେ ଭିଡିଓକନ୍ ଗ୍ରୁପକୁ ଋଣ ଦେବା ମାମଲାରେ ସିବିଆଇ ଯାଞ୍ଚ ସଂସ୍ଥା ଏହି ପଦକ୍ଷେପ ନେଇଛି। ଏହାପୂର୍ବରୁ ଶୁକ୍ରବାର ସନ୍ଧ୍ୟାରେ ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ଏମଡି ତଥା ସିଇଓ ଚନ୍ଦା କୋଚର ଏବଂ ତାଙ୍କ ସ୍ୱାମୀ ଦୀପକ କୋଚରଙ୍କୁ ମଧ୍ୟ ଗିରଫ କରାଯାଇଥିଲା।


COMMERCIAL BREAK
SCROLL TO CONTINUE READING

ଏହି ମାମଲାରେ ଅଭିଯୋଗ ହୋଇଛି ଯେ ଯେତେବେଳେ ଚନ୍ଦା କୋଚର( Chanda Kochhar) ଆଇସିଆଇସିଆଇ ବ୍ୟାଙ୍କର ଦାୟିତ୍ୱ ସମ୍ଭାଳୁଥିଲେ ସେତେବେଳେ ସେ ଭିଡିଓକନ୍ ଗ୍ରୁପକୁ ବେଆଇନ ଅର୍ଥାତ୍ ନିୟମ ଠାରୁ ଉର୍ଦ୍ଧ୍ୱରେ ରହି ଲୋନ  ଦେଇଥିଲେ। ଏହା ବଦଳରେ ଚନ୍ଦାଙ୍କ ସ୍ୱାମୀ ଦୀପକ କୋଚରଙ୍କ କମ୍ପାନୀ ନୁ ରିନ୍ୟୁଆଲ୍ ଭିଡିଓକନ୍ ଠାରୁ ପୁଞ୍ଜି ବିନିଯୋଗ ପାଇଥିଲା । ଭିଡିଓକନ୍-ଆଇସିଆଇସିଆଇ ବ୍ୟାଙ୍କ ଠକେଇ (Videocon ICICI Bank Fraud) ମାମଲାରେ ସିବିଆଇ ଏହି ଗିରଫଦାରୀ ଜାରି ରଖିଛି। ସୂଚନାନୁଯାୟୀ, ଆଇସିଆଇସିଆଇ ବ୍ୟାଙ୍କ ଭିଡିଓକନ୍ ଗ୍ରୁପକୁ ପ୍ରାୟ ୩,୨୫୦ କୋଟି ଟଙ୍କା ଋଣ ଦେବାରେ ଅନିୟମିତତା କରିଥିବା ଅଭିଯୋଗ ହୋଇଛି। 


Also Read: Petrol-Diesel Price Today: ପୁଣି ବଢ଼ିଲା ଅଶୋଧିତ ତୈଳ ଦର, ଗାଡ଼ିରେ ତେଲ ଭରିବା ପୂର୍ବରୁ ଚେକ୍ କରନ୍ତୁ ଆଜିର ରେଟ୍


ସିବିଆଇ ଅଧିକାରୀଙ୍କ (Cbi Officer) କହିବା କଥା ହେଲା, ଭିଡିଓକନ୍ ପ୍ରମୋଟର ବେଣୁଗୋପାଲ ଧୂତ (Venugopal Dhoot)  ୨୦୧୨ରେ ଆଇସିଆଇସିଆଇ ବ୍ୟାଙ୍କରୁ(ICICI Bank)୩୨୫୦ କୋଟି ଟଙ୍କା ଋଣ ପାଇବା ପରେ ନ୍ୟୁପାୱାରରେ କୋଟି ଟଙ୍କା ବିନିଯୋଗ କରିଥିବା ଅଭିଯୋଗ ହୋଇଛି। ୨୦୧୯ରେ ମାମଲା ରୁଜୁ କରିବା ପରେ ସିବିଆଇ ଏକ ବିବୃତ୍ତିରେ କହିଛି ଯେ ଆଇସିଆଇସିଆଇ ବ୍ୟାଙ୍କକୁ ଠକିବା ପାଇଁ ଅପରାଧିକ ଷଡଯନ୍ତ୍ରରେ ଅଭିଯୁକ୍ତ ବେସରକାରୀ କମ୍ପାନୀମାନଙ୍କୁ କିଛି ଋଣ ମଞ୍ଜୁର କରିଛନ୍ତି।