ନୂଆଦିଲ୍ଲୀ: ସୋମବାର ପ୍ରକାଶ ପାଇବ ନାହିଁ CBSE ଦଶମ ଓ ଦ୍ୱାଦଶ ପରୀକ୍ଷା ଫଳ। ଫେବୃଆରୀ ୨୫ ମଧ୍ୟାହ୍ନରେ Term 1ର ଫଳ ପ୍ରକାଶିତ ହେବାର ଥିଲା। କିନ୍ତୁ କୌଣସି କାରଣ ବଶତଃ ଶେଷ ମୂହୁର୍ତ୍ତରେ ଏହାକୁ ବାତିଲ କରାଯାଇଛି। ତେବେ ପରବର୍ତ୍ତୀ ତାରିଖ କେବେ ଘୋଷଣା ହେବ ସେନେଇ କୌଣସି ଆଧିକାରୀକ ଘୋଷଣା ହୋଇନାହିଁ। ତଥାପି ଜାନୁଆରୀ ଶେଷ ସପ୍ତାହ କିମ୍ବା ଫେବୃଆରୀ ପ୍ରଥମ ସପ୍ତାହ ମଧ୍ୟରେ ପରୀକ୍ଷା ଫଳ ପ୍ରକାଶ ପାଇପାରେ ବୋଲି CBSE ସୂତ୍ରରୁ ସୂଚନା ମିଳିଛି।


COMMERCIAL BREAK
SCROLL TO CONTINUE READING

Also Read: ନିହଣରେ ମହାନାୟକ ନେତାଜୀଙ୍କୁ ଜୀବନ୍ତ କରିବେ ଓଡ଼ିଆ ଶିଳ୍ପୀ ଅଦ୍ୱୈତ୍ୟ ଗଡ଼ନାୟକ


କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡର ୨୦୨୧ ଦଶମ ଏବଂ ଦ୍ୱାଦଶ ଟର୍ମ ୧ ଫଳାଫଳ ଖୁବଶୀଘ୍ର ପ୍ରକାଶ ପାଇବ। ପୂର୍ବରୁ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଥିଲା ଯେ, ଦ୍ୱାଦଶ ଏବଂ CBSE ଦଶମ ଫଳାଫଳ ୨୪ ଜାନୁୟାରୀ ୨୦୨୨ରେ ବାହାରିବ ବୋଲି ଆଶା କରାଯାଉଛି। କିନ୍ତୁ, ଜଣେ ବୋର୍ଡ ଅଧିକାରୀ କହିଛନ୍ତି ଯେ, CBSE ପରୀକ୍ଷା ଫଳାଫଳ ସୋମବାର ଘୋଷିତ ହେବ ନାହିଁ। ବର୍ତ୍ତମାନ ସୁଦ୍ଧା ବୋର୍ଡ ଦ୍ୱାରା ଫଳାଫଳ ତାରିଖ ନିଶ୍ଚିତ ହୋଇନାହିଁ।


ଅଧିକାରୀ ଜଣକ କହିଛନ୍ତି ଯେ, ୨୦୨୨ ଜାନୁଆରୀରେ ବୋର୍ଡ ପକ୍ଷରୁ ପରୀକ୍ଷା ଫଳ ଘୋଷଣା ସମ୍ଭାବନା ନାହିଁ। ତଥାପି ଦଶମ ଏବଂ ଦ୍ୱାଦଶ ଟର୍ମ ୧ ଫଳାଫଳ ଜାନୁଆରୀ ଶେଷ ସପ୍ତାହ କିମ୍ବା ଫେବୃଆରୀ ପ୍ରଥମ ସପ୍ତାହ ମଧ୍ୟରେ ପରୀକ୍ଷା ଫଳ ପ୍ରକାଶ ପାଇପାରେ। ପରୀକ୍ଷା ଫଳ ପ୍ରକାଶ ପୂର୍ବରୁ CBSE ପକ୍ଷରୁ ଅବଗତ କରାଯିବ। ବୋର୍ଟର ଆଧିକାରୀକ ୱେବସାଇଟ cbse.gov.in ଓ cbseresults.nic.in ରେ ରେଜଲ୍ଟ୍ସ ଉପଲବ୍ଧ ହେବ।