ନୂଆଦିଲ୍ଲୀ: ସାରା ଦେଶ କୋରୋନା ଭୂତାଣୁର ଦ୍ୱିତୀୟ ଲହର (Second Wave of Coronavirus) ର ସାମ୍ନା କରୁଛି । ଏହି ସମୟରେ କୋରୋନା ସଂକ୍ରମଣର ତୃତୀୟ ଲହର (Third Wave of COVID-19) ର ଚେତାବନୀ ମଧ୍ୟରେ କ୍ରମାଗତ ଭାବରେ ଉଚ୍ଚ ପଜିଟିଭ ହାର ସହ ଲଢୁଥିବା ରାଜ୍ୟମାନଙ୍କୁ କେନ୍ଦ୍ର ସରକାର (Central Government) କଡ଼ା ଚେତାବନୀ ଦେଇଛନ୍ତି । କେରଳ, ଓଡିଶା, ଆସାମ ସମେତ ୮ଟି ରାଜ୍ୟକୁ ଚିଠି ଲେଖି କେନ୍ଦ୍ର ତୁରନ୍ତ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ କଡା ପଦକ୍ଷେପ ନେବାକୁ ଅନୁରୋଧ କରିଛି । ଏହା ସହିତ ବିପର୍ଯ୍ୟୟ ପରିଚାଳନା ଅଧିନିୟମ ଅନୁଯାୟୀ ଏପର୍ଯ୍ୟନ୍ତ ନିଆଯାଇଥିବା କଠୋର ପଦକ୍ଷେପ ସମ୍ପର୍କରେ ଏସବୁ ରାଜ୍ୟଠାରୁ ସବିଶେଷ ତଥ୍ୟ ମଧ୍ୟ ମଗାଯାଇଛି ।


COMMERCIAL BREAK
SCROLL TO CONTINUE READING

ଅଧିକ ପଢ଼ନ୍ତୁ:-ଆକ୍ସନ ମୁଡରେ ନୂଆ ରେଳମନ୍ତ୍ରୀ: ବଦଳିଲା ମନ୍ତ୍ରଣାଳୟରେ କାର୍ଯ୍ୟ କରିବାର ସମୟ, ଏବେ ଦୁଇଟି ସିଫ୍ଟରେ କାମ କରିବେ କର୍ମଚାରୀ


କେରଳ, ଓଡିଶା, ଆସାମ, ଅରୁଣାଚଳ ପ୍ରଦେଶ, ମଣିପୁର, ମେଘାଳୟ, ତ୍ରିପୁରା ଏବଂ ସିକ୍କିମକୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣଙ୍କ ତରଫରୁ ଏକ ଚିଠି ଲେଖାଯାଇଛି । ଏହି ରାଜ୍ୟଗୁଡିକରେ ୧୦ ପ୍ରତିଶତରୁ ଅଧିକ ସଂକ୍ରମଣ ହାର ଥିବା ଜିଲ୍ଲା ସଂଖ୍ୟା ଦେଶରେ ସବୁଠାରୁ ଅଧିକ ମିଳିଛି । ଏହି ଚିଠିରେ ସ୍ୱାସ୍ଥ୍ୟ ସଚିବ ରାଜ୍ୟ ମୁଖ୍ୟ ସଚିବମାନଙ୍କୁ କହିଛନ୍ତି ଯେ, ଯଦିଓ ଦେଶରେ ଦୈନିକ ନୂଆ ମାମଲାର ଗ୍ରାଫ କ୍ରମାଗତ ଭାବେ ତଳକୁ ଖସୁଛି । କିନ୍ତୁ ସାପ୍ତାହିକ ସଂକ୍ରମଣ ହାରର ନିରନ୍ତର ମନିଟରିଂର ଆବଶ୍ୟକତା ରହିଛି । ଏହା ସହିତ ପ୍ରତ୍ୟେକ ଜିଲ୍ଲାରେ ସଂକ୍ରମଣ ବୃଦ୍ଧି ହେବାର ପ୍ରାରମ୍ଭିକ ଲକ୍ଷଣ ଚିହ୍ନଟ କରିବା ମଧ୍ୟ ଆବଶ୍ୟକ ।


ଅଧିକ ପଢ଼ନ୍ତୁ:-ଦେଶରେ ଦିନକରେ ସାମ୍ନାକୁ ଆସିଲା ଏତିକି ମାମଲା, ଟେନସନ୍ ବଢ଼ାଉଛି ମୃତ୍ୟୁ ସଂଖ୍ୟା


ଏହି ଚିଠିରେ କେନ୍ଦ୍ର ରାଜ୍ୟମାନଙ୍କୁ କଣ୍ଟେନମେଣ୍ଟ ସହ ଜଡିତ କଡା ନିୟିମ ଲାଗୁ କରିବା, ଯାଞ୍ଚର ପରିସର ବା ଗତି ବଢାଇବା, ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚିହ୍ନଟ କରି ସେମାନଙ୍କୁ କ୍ୱାରେଣ୍ଟିନ କରିବା ଏବଂ ସଂକ୍ରମଣ ବିସ୍ତାରକୁ ରୋକିବା ପାଇଁ ଟିକାକରଣ ଅଭିଯାନକୁ ତ୍ୱରାନ୍ୱିତ କରିବା ପାଇଁ ଅନୁରୋଧ କରିଛି ।


ଅରୁଣାଚଳଙ୍କୁ କଡ଼ା ବାର୍ତ୍ତା


ଚିଠିରେ ସବୁଠାରୁ କଠୋର ବାର୍ତ୍ତା ଅରୁଣାଚଳ ପ୍ରଦେଶକୁ ଦିଆଯାଇଛି । ଦେଶରେ ସର୍ବାଧିକ ଅରୁଣାଚଳର ୨୫ଟି ଜିଲ୍ଲା ମଧ୍ୟରୁ ୧୯ଟିରେ ୧୦ ପ୍ରତିଶତରୁ ଅଧିକ ସଂକ୍ରମଣ ହାର ଦେଖିବାକୁ ମିଳିଛି । କେନ୍ଦ୍ର ଏହାକୁ ଅତ୍ୟନ୍ତ ଚିନ୍ତାଜନକ ବୋଲି ମନେ କରିଛି । ଜୁନ୍ ୨୮ରୁ ଜୁଲାଇ ୪ ମଧ୍ୟରେ ସାପ୍ତାହିକ ସଂକ୍ରମଣ ହାର ୧୬.୨ ପ୍ରତିଶତ ଏବଂ ସାପ୍ତାହିକ ନୂଆ ମାମଲା ହାର ୧୨ ପ୍ରତିଶତ ରେକର୍ଡ କରାଯାଇଛି ।


ଅଧିକ ପଢ଼ନ୍ତୁ:-ମୋଦି ମନ୍ତ୍ରିମଣ୍ଡଳର ସବୁଠାରୁ ଧନୀ ମନ୍ତ୍ରୀ କିଏ? ଜାଣନ୍ତୁ ଗରିବ ମନ୍ତ୍ରୀଙ୍କ ନାଁ ମଧ୍ୟ, କେବଳ ଏହି ୮ ଜଣ ମନ୍ତ୍ରୀ ନୁହଁନ୍ତି କୋଟିପତି


ଚିଠିରେ ଭୂଷଣ ଚେତାବନୀ ଦେଇଛନ୍ତି ଯେ, ଗତ ଚାରି ସପ୍ତାହ ମଧ୍ୟରେ ଅରୁଣାଚଳ ପ୍ରଦେଶରେ ସକରାତ୍ମକତା ହାରରେ କ୍ରମାଗତ ବୃଦ୍ଧି ଘଟିଛି । ସେହିଭଳି ଆସାମ ମୁଖ୍ୟ ଶାସନ ସଚିବ ଜିଷ୍ଣୁ ବରୁଆଙ୍କୁ ଲେଖିଥିବା ଚିଠିରେ ଜୁଲାଇ ୪ ଶେଷ ହୋଇଥିବା ସପ୍ତାହରେ ରାଜ୍ୟର ୩୩ଟି ଜିଲ୍ଲା ମଧ୍ୟରୁ ୨୯ଟିରେ ୧୦୦ରୁ ଅଧିକ ନୂତନ ମାମଲା ଦେଖିବାକୁ ମିଳିଛି ।


ଉତ୍ତର-ପୂର୍ବରେ ସବୁଠାରୁ ଅଧିକ ବଢୁଛି ଚିନ୍ତା 


ସଂକ୍ରମଣ ହାର ଦୃଷ୍ଟିରୁ ଉତ୍ତର-ପୂର୍ବ ରାଜ୍ୟଗୁଡିକ ସର୍ବାଧିକ ଚିନ୍ତା ବଢ଼ାଇବାରେ ଲାଗିଛି । ଦେଶରେ ୧୦ ପ୍ରତିଶତରୁ ଅଧିକ ସଂକ୍ରମଣ ହାର ଥିବା ଜିଲ୍ଲାମାନଙ୍କ ମଧ୍ୟରୁ ୬୦ ପ୍ରତିଶତ ଉତ୍ତର-ପୂର୍ବ ରାଜ୍ୟରେ ଅଛନ୍ତି । ଏହି ସଂକ୍ରମଣ ହାର ଦେଶର ୭୩ଟି ଜିଲ୍ଲାରେ ଚିହ୍ନଟ ହୋଇଛି । ଏଥିମଧ୍ୟରୁ ଆସାମ, ତ୍ରିପୁରା, ଅରୁଣାଚଳ, ମେଘାଳୟ, ମଣିପୁର ଏବଂ ସିକ୍କିମରେ ୪୬ଟି ଜିଲ୍ଲା ସାମିଲ ରହିଛି ।