ଆକ୍ସନ ମୁଡରେ ନୂଆ ରେଳମନ୍ତ୍ରୀ: ବଦଳିଲା ମନ୍ତ୍ରଣାଳୟରେ କାର୍ଯ୍ୟ କରିବାର ସମୟ, ଏବେ ଦୁଇଟି ସିଫ୍ଟରେ କାମ କରିବେ କର୍ମଚାରୀ
Advertisement
Article Detail0/zeeodisha/odisha938395

ଆକ୍ସନ ମୁଡରେ ନୂଆ ରେଳମନ୍ତ୍ରୀ: ବଦଳିଲା ମନ୍ତ୍ରଣାଳୟରେ କାର୍ଯ୍ୟ କରିବାର ସମୟ, ଏବେ ଦୁଇଟି ସିଫ୍ଟରେ କାମ କରିବେ କର୍ମଚାରୀ

୧୯୯୪ ବ୍ୟାଚର ପୂର୍ବତନ IAS ଅଧିକାରୀ ବୈଷ୍ଣବ ଗତ ୧୫ ବର୍ଷ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସମ୍ଭାଳିଛନ୍ତି ଏବଂ ପିପିପି ଢାଞ୍ଚାରେ ତାଙ୍କର ଅବଦାନ ପାଇଁ ବିଶେଷ ଭାବରେ ଜଣାଶୁଣା । ସେ ହାର୍ଟଟନ୍ ସ୍କୁଲ, ପେନସିଲଭାନିଆ ୟୁନିଭର୍ସିଟିରୁ ଏମବିଏ ଡିଗ୍ରୀ ଏବଂ ଆଇଆଇଟି କାନପୁରରୁ MTech ଡିଗ୍ରୀ ହାସଲ କରିଛନ୍ତି । 

ଆକ୍ସନ ମୁଡରେ ନୂଆ ରେଳମନ୍ତ୍ରୀ: ବଦଳିଲା ମନ୍ତ୍ରଣାଳୟରେ କାର୍ଯ୍ୟ କରିବାର ସମୟ, ଏବେ ଦୁଇଟି ସିଫ୍ଟରେ କାମ କରିବେ କର୍ମଚାରୀ

ନୂଆଦିଲ୍ଲୀ: ରେଳ ମନ୍ତ୍ରଣାଳୟର କାର୍ଯ୍ୟଭାର ସମ୍ଭାଳିବା ମାତ୍ରେ ଆକ୍ସନ ମୁଡରେ ନୂଆ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ (New Railway Minister Ashwini Vaishnav) । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi) ଙ୍କ କ୍ୟାବିନେଟ (Cabinet) ରେ ନୂଆ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗୁରୁବାର ଦାୟିତ୍ୱ ଗ୍ରହଣ କରିବା ମାତ୍ରେ ମନ୍ତ୍ରଣାଳୟରେ ଥିବା ଅଧିକାରୀ ଓ କର୍ମଚାରୀଙ୍କ କାର୍ଯ୍ୟ ସମୟ ବଦଳାଇ ଦେଇଛନ୍ତି । ରେଳମନ୍ତ୍ରୀ କର୍ମଚାରୀଙ୍କୁ ଦୁଇଟି ସିଫ୍ଟରେ କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଥମ ସିଫ୍ଟ ସକାଳ ୭ଟାରୁ ଆରମ୍ଭ ହୋଇ ଅପରାହ୍ନ ୪ଟାରେ ଶେଷ ହୋଇଥିବାବେଳେ ଦ୍ୱିତୀୟ ସିଫ୍ଟ ଅପରାହ୍ନ ୩ଟାରୁ ଆରମ୍ଭ ହୋଇ ମଧ୍ୟରାତ୍ର ୧୨ଟାରେ ଶେଷ ହେବ । ଏହା ବ୍ୟତୀତ ୯୪ ବ୍ୟାଚର ଆଇଏଏସ୍ ଅଧିକାରୀ ଅଶ୍ୱିନୀ ବୈଷ୍ଣବ (Ashwini Vaishnav) ମଧ୍ୟ ରେଳବାଇର ଆୟ ବୃଦ୍ଧି ପାଇଁ ଅନେକ ପଦକ୍ଷେପ ନେବାକୁ ଆଲୋଚନା କରୁଛନ୍ତି ।

ଅଧିକ ପଢ଼ନ୍ତୁ:-ଦେଶରେ ଦିନକରେ ସାମ୍ନାକୁ ଆସିଲା ଏତିକି ମାମଲା, ଟେନସନ୍ ବଢ଼ାଉଛି ମୃତ୍ୟୁ ସଂଖ୍ୟା

ରେଳ ମନ୍ତ୍ରଣାଳୟର ADG PR ଡିଜେ ନାରାୟଣଙ୍କ ଅନୁଯାୟୀ ଏହି ଆଦେଶ କେବଳ ଏମଆର ସେଲ (ମନ୍ତ୍ରଣାଳୟ କାର୍ଯ୍ୟାଳୟ) ପାଇଁ ଜାରି କରାଯାଇଛି ଏବଂ ଘରୋଇ କିମ୍ବା ରେଳ କର୍ମଚାରୀଙ୍କ ପାଇଁ ନୁହେଁ । ନାରାୟଣ କହିଛନ୍ତି ଯେ, ରେଳମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ଯେ ମନ୍ତ୍ରଣାଳୟର ସମସ୍ତ କର୍ମଚାରୀ ସକାଳ ୭ଟାରୁ ଅପରାହ୍ନ ୪ଟା ଏବଂ ଅପରାହ୍ନ ୩ଟାରୁ ମଧ୍ୟରାତ୍ରି ୧୨ଟା ପର୍ଯ୍ୟନ୍ତ ଦୁଇଟି ସିଫ୍ଟରେ କାର୍ଯ୍ୟ କରିବେ ।

ଅଧିକ ପଢ଼ନ୍ତୁ:-ମୋଦି ମନ୍ତ୍ରିମଣ୍ଡଳର ସବୁଠାରୁ ଧନୀ ମନ୍ତ୍ରୀ କିଏ? ଜାଣନ୍ତୁ ଗରିବ ମନ୍ତ୍ରୀଙ୍କ ନାଁ ମଧ୍ୟ, କେବଳ ଏହି ୮ ଜଣ ମନ୍ତ୍ରୀ ନୁହଁନ୍ତି କୋଟିପତି

ଅଶ୍ୱିନୀ ବୈଷ୍ଣବ ଭାରତର ନୂତନ ଆଇଟି ମନ୍ତ୍ରୀ ତଥା ରେଳମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି

ଗୁରୁବାର ଓଡିଶାର ରାଜ୍ୟସଭା ସଦସ୍ୟ ଅଶ୍ୱିନୀ ବୈଷ୍ଣବ (Ashwini Vaishnav) ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ଏବଂ ରେଳ ମନ୍ତ୍ରଣାଳୟର ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ସଞ୍ଚାର ମନ୍ତ୍ରଣାଳୟର ମଧ୍ୟ ଦାୟିତ୍ୱ ଗ୍ରହଣ କରିଛନ୍ତି । ବୈଷ୍ଣବ ଉଭୟ ମନ୍ତ୍ରଣାଳୟରେ ରବି ଶଙ୍କର ପ୍ରସାଦଙ୍କ ସ୍ଥାନ ନେଇଛନ୍ତି । ପ୍ରସାଦ ୨୦୧୯ରୁ ସଞ୍ଚାର ବିଭାଗକୁ ପରିଚାଳନା କରିବା ବ୍ୟତୀତ ୨୦୧୬ରୁ ଆଇଟି ମନ୍ତ୍ରଣାଳୟ ପରିଚାଳନା କରୁଥିଲେ ।

୧୯୯୪ ବ୍ୟାଚର ପୂର୍ବତନ IAS ଅଧିକାରୀ ବୈଷ୍ଣବ ଗତ ୧୫ ବର୍ଷ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସମ୍ଭାଳିଛନ୍ତି ଏବଂ ପିପିପି ଢାଞ୍ଚାରେ ତାଙ୍କର ଅବଦାନ ପାଇଁ ବିଶେଷ ଭାବରେ ଜଣାଶୁଣା । ସେ ହାର୍ଟଟନ୍ ସ୍କୁଲ, ପେନସିଲଭାନିଆ ୟୁନିଭର୍ସିଟିରୁ ଏମବିଏ ଡିଗ୍ରୀ ଏବଂ ଆଇଆଇଟି କାନପୁରରୁ MTech ଡିଗ୍ରୀ ହାସଲ କରିଛନ୍ତି । ବୈଷ୍ଣବ ଜେନେରାଲ୍ ଇଲେକ୍ଟ୍ରିକ୍ ଏବଂ ସିମେନ୍ସ ଭଳି ପ୍ରମୁଖ ବୈଶ୍ୱିକ କମ୍ପାନୀଗୁଡିକରେ ନେତୃତ୍ୱର ଭୂମିକା ନିର୍ବାହ କରିଛନ୍ତି ।