OTT ଓ ସୋସିଆଲ ମିଡିଆ ପାଇଁ କେନ୍ଦ୍ର ସରକାରଙ୍କ ଗାଇଡଲାଇନ
ସୋସିଆଲ ମିଡିଆକୁ ସ୍ବାଗତ କରିବା ସହ ସୋସିଆଲ ମିଡିଆରେ ଆସୁଥିବା ଆପତ୍ତିଜନକ ଓ ବିପଦଜନକ ପୋଷ୍ଟକୁ ନେଇ ଚିନ୍ତାପ୍ରକଟ ମଧ୍ୟ କରିଛନ୍ତି ।
ନୂଆଦିଲ୍ଲୀ: କେନ୍ଦ୍ରସରକାର OTT, ନ୍ୟୁଜ ପୋର୍ଟାଲ ଓ ସୋସିଆଲ ମିଡିଆ ପାଇଁ ଗାଇଡଲାଇନ ଜାରି କରିଛନ୍ତି । କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ଓ ପ୍ରକାଶ ଜାଭଡେକର ଏହି ଗାଇଡଲାଇନ ବିଷୟରେ ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରିଛନ୍ତି । ଭାରତରେ ବ୍ୟବସାୟ କରିବା ପାଇଁ ସୋସିଆଲ ମିଡିଆକୁ ସ୍ବାଗତ କରିବା ସହ ସୋସିଆଲ ମିଡିଆରେ ଆସୁଥିବା ଆପତ୍ତିଜନକ ଓ ବିପଦଜନକ ପୋଷ୍ଟକୁ ନେଇ ଚିନ୍ତାପ୍ରକଟ ମଧ୍ୟ କରିଛନ୍ତି ।
କେନ୍ଦ୍ରମନ୍ତ୍ରୀଙ୍କ କହିବାନୁଯାୟୀ, ଏହାକୁ ନେଇ ଅନେକ ଅଭିଯୋଗ ଆମ ପାଖରେ ପହଞ୍ଚୁଛି । ସୋସିଆଲ ମିଡିଆ (Social Media) ୟୁଜର୍ସଙ୍କ ସମସ୍ୟା ପାଇଁ ଏକ ଫୋରମ ହେବା ଦରକାର ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ସୋସିଆଲ ମିଡିଆର ବ୍ୟବହାର ଘୃଣାଭାବ ବିସ୍ତାର କରିବାରେ ବେଶି ବ୍ୟବହାର କରାଯାଉଛି ଯାହା ସମ୍ପୂର୍ଣ୍ଣ ଭୁଲ୍ । କେବଳ ଆପଣ ନୁହଁନ୍ତି ସୋସିଆଲ ମିଡିଆର ବ୍ୟବହାର ଆତଙ୍କବାଦୀ (Terrorist) ମାନେ ମଧ୍ୟ କରୁଛନ୍ତି, ତେବେ ସୋସିଆଲ ମିଡିଆକୁ ନେଇ ଅନେକ ଅଭିଯୋଗ ବହୁତ ବର୍ଷ ଧରି ଆସୁଛି । ଏହାକୁ ନେଇ ଆଜି କେନ୍ଦ୍ର ସରକାର ଗାଇଡ ଲାଇନ (Guide Line) ଜାରି କରିଛନ୍ତି ।
Also Read: ଆସନ୍ତାକାଲି 'ଭାରତ ବନ୍ଦ'
ସେହି ଗାଇଡଲାଇନ ଗୁଡି଼କ ହେଲା:
'OTT ପ୍ଲାଟଫର୍ମ ଉପରେ ସରକାର କଡ଼ା ନଜର ରଖିବେ'
OTT ଓ ସାମାଜିକ ଗଣମାଧ୍ୟମ ପାଇଁ ଗାଇଡ୍ ଲାଇନ୍
'ସାମାଜିକ ଗଣମାଧ୍ୟମରେ ଗାରିମା ଉପରେ ଆଘାତକୁ ନେଇ ଅଭିଯୋଗ'
'ଆତଙ୍କବାଦର ପ୍ରଚାର ପାଇଁ ସୋସିଆଲ ମିଡିଆର ବ୍ୟବହାର'
'ଦେଶ ବିରୋଧରେ ସୋସିଆଲ ମିଡିଆର ବ୍ୟବହାର'
'ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀଙ୍କ ପାଇଁ ଫୋରମ ଆବଶ୍ୟକ'
'ଅଭିଯୋଗ ଗ୍ରହଣକାରୀ ଅଫିସରଙ୍କୁ ନିଯୁକ୍ତ କରିବେ ସରକାର'
'ନୋଡାଲ ଅଧିକାରୀ ଭାରତୀୟ ହୋଇଥିବା ଆବଶ୍ୟକ'
'ସୁପ୍ରିମକୋର୍ଟ ସରକାରଙ୍କୁ ଗାଇଡ୍ ଲାଇନ୍ ତିଆରି କରିବାକୁ କହିଛନ୍ତି'
'ଗଠନମୂଳକ ସମାଲୋଚନାକୁ ସରକାର ସ୍ୱାଗତ କରିବେ'
ଭାରତରେ ଅଛନ୍ତି ୫୩ କୋଟି 'WhatsApp'ବ୍ୟବହାରକାରୀ
'ଗଠନମୂଳକ ସମାଲୋଚନାକୁ ସରକାର ସ୍ୱାଗତ କରିବେ'
'ସାମାଜିକ ଗଣମାଧ୍ୟମରୁ ଆପତ୍ତିଜନକ ଟିପ୍ପଣୀ ହଟାଇବାକୁ ହେବ'
ଆପତ୍ତିଜନକ ଟିପ୍ପଣୀକୁ ୨୪ ଘଣ୍ଟା ମଧ୍ୟରେ ହଟାଇବାକୁ ନିର୍ଦ୍ଦେଶ
କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଡେକରଙ୍କ ସୂଚନା
'OTT ପ୍ଲାଟଫର୍ମର ନିୟନ୍ତ୍ରଣ ପାଇଁ ଆଇନ ନଥିଲା'